ନାବାଳିକା ଗଣଦୁଷ୍କର୍ମ ମାମଲାରେ ଆଜି ବି ହାଜର ହେଲେନି ଓଟିଭି, ପଠାଇଦେଲେ ପ୍ରତିନିଧି

1 min read
Gang Rape Case, OTV MD Jagi Mangat Panda Not Appeared In Women Commission Again

ଭୁବନେଶ୍ୱର: ସମୟ ଟାଳିବା ଡ୍ରାମାର ପୁନରାବୃତ୍ତି । ମହିଳା କମିଶନଙ୍କ ସମନକୁ ଅସମ୍ମାନ କରିଛନ୍ତି ଓଟିଭି କର୍ତ୍ତୃପକ୍ଷ । ସମନ ପାଇଁ ବ୍ୟକ୍ତିଗତ ହାଜର ହେବା ପରିବର୍ତ୍ତେ ପ୍ରତିନିଧିଙ୍କ ଜରିଆରେ ମାମଲାରୁ ନିଜ ନାମକୁ ବାଦ୍ ଦେବାକୁ କମିଶନଙ୍କୁ ନିବେଦନ କରିଛନ୍ତି ଓଟିଭି ଏମଡି ଜଗିମଙ୍ଗତ ପଣ୍ଡା । ଜଗିଙ୍କ ଆବେଦନକୁ ଖାରଜ କରିବା ସହ ମାମଲାକୁ ବିଚାରଣା ବିବେଚିତ କରିଛନ୍ତି କମିଶନ ।

Gang Rape Case, OTV MD Jagi Mangat Panda Not Appeared In Women Commission Again
FILE

ଓଟିଭି କାର୍ଯ୍ୟାଳୟରେ ନିଜ କର୍ମଚାରୀଙ୍କୁ ମାନସିକ ନିର୍ଯାତନା ଦିଆଯିବା ଘଟଣାରେ ଅଡୁଆରେ ଓଟିଭି କର୍ତ୍ତୃପକ୍ଷ । ଆଭ୍ୟନ୍ତରୀଣ ତଦନ୍ତ କମିଟି ଆଳରେ ଘଟଣାକୁ ଚପାଇବାକୁ ଉଦ୍ୟମ ପଦାରେ ପଡ଼ିଲା । ତଦନ୍ତ ସମ୍ପର୍କରେ ମହିଳା କମିଶନଙ୍କ ନିକଟରେ ଦାଖଲ ହୋଇଥିବା ତଥ୍ୟରେ ତାଳମେଳ ନାହିଁ । ସେପଟେ ବାରମ୍ବାର ନୋଟିସ ପାଇ ଅଭିଯୋଗକାରିଣୀ ହାଜର ହେଉଥିଲେ ହେଁ ସମନ ପାଇ ହାଜର ହେଉନାହାନ୍ତି ଓଟିଭି କର୍ତ୍ତୃପକ୍ଷ । ପୀଡ଼ିତାଙ୍କ ମାଆଙ୍କୁ କାର୍ଯ୍ୟାଳୟରେ ମାନସିକ ନିର୍ଯାତନା ଘଟଣାର ତଦନ୍ତରେ ସହଯୋଗ କରିବା ପରିବେର୍ତ୍ତ ଘଟଣାକୁ ଚପାଇ ଦେବାକୁ ଓଟିଭି ଏମଡି ଉଦ୍ୟମ କରୁଥିବା ଅଭିଯୋଗ କରିଛନ୍ତି ଅଭିଯୋଗକାରିଣୀଙ୍କ ଓକିଲ ।

Gang Rape Case, OTV MD Jagi Mangat Panda Not Appeared In Women Commission Again

ଇନଫୋସିଟି ନାବାଳିକା ଗଣଦୁଷ୍କର୍ମ ପୀଡିତାଙ୍କ ମାଆ ଓଟିଭିର ଜଣେ ପୂର୍ବତନ କର୍ମଚାରୀ । ତାଙ୍କୁ ଓଟିଭି କାର୍ଯ୍ୟାଳୟରେ ମାନସିକ ନିର୍ଯାତନା ଦିଆଯାଇଥିବା ସେ ଅଭିଯୋଗ କରି ମହିଳା କମିଶନଙ୍କ ଦ୍ୱାରସ୍ଥ ହୋଇଥିଲେ । ଘଟଣାରେ ଓଟିଭି ପକ୍ଷରୁ ଗଠିତ ଆଭ୍ୟନ୍ତରୀଣ କମିଟିର ତଦନ୍ତ ରିପୋର୍ଟ ଓ ନିଜ ପକ୍ଷ ରଖିବାକୁ କମିଶନ ଜାରି କରିଥିଲେ ସମନ । ଓଟିଭିର ଏମଡି ଜଗିମଙ୍ଗତ ପଣ୍ଡା, ସିଇଓ ନିହାର ରଂଜନ ଭୂୟାଁ ଓ ବିଶାଖା କମିଟିର ଅଧ୍ୟକ୍ଷା କସ୍ତୁରୀ ରାୟଙ୍କୁ ବ୍ୟକ୍ତିଗତ ହାଜର ହେବାକୁ ହୋଇଥିଲା ନୋଟିସ । ନିର୍ଦ୍ଧାରିତ ସମୟରେ କେହି ହେଲେ ବି ହାଜର ନହୋଇ ନିଜ ପ୍ରତିନିଧି ପଠାଇ ଦେଇଥିଲେ । ଯାହାକୁ ନେଇ କମିଶନ କ୍ଷୁବ୍ଧ ହୋଇଛନ୍ତି ।

Gang Rape Case, OTV MD Jagi Mangat Panda Not Appeared In Women Commission Again

ସେପଟେ ମାମଲାରୁ ନିଜ ନାମକୁ ବାଦ୍ ଦେବାକୁ ଜଗି କରିଥିବା ଆବେଦନକୁ ଖାରଜ କରିବା ସହିତ ମାମଲାକୁ ବିଚାର ଯୋଗ୍ୟ କରିଛନ୍ତି କମିଶନ । ସେପଟେ ଆଭ୍ୟନ୍ତରୀଣ କମିଟି ବିଶାଖାର ତଦନ୍ତ ଉପରଠଉରିଆ ଥିବା ଦର୍ଶାଇଛନ୍ତି କମିଶନ । ଓଟିଭି କର୍ତ୍ତୃପକ୍ଷଙ୍କ ଏଭଳି ମନୋଭାବକୁ ନେଇ ଚିନ୍ତାରେ ନାବାଳିକା ଗଣଦୁଷ୍କର୍ମ ପୀଡିତା ଓ ମାନସିକ ନିର୍ଯାତନାର ଶିକାର ତାଙ୍କ ମାଆ । ଅପେକ୍ଷା କେବଳ ମହିଳା କମିଶନଙ୍କ ପରବର୍ତ୍ତି ପଦକ୍ଷେପ ଓ କାର୍ଯ୍ୟାନୁଷ୍ଠାନକୁ ।

Leave a Reply