spot_img

Latest Posts

ସାଙ୍ଗମାନଙ୍କ ସହ ଯାଉଥିବା ବେଳେ ଗଣ ଦୁଷ୍କର୍ମର ଶିକାର ହେଲ ୧୯ ବର୍ଷୀୟ ଯୁବତୀ

ବରେଲି: ଗଣଦୁଷ୍କର୍ମ ଘଟଣାରେ ପୋଲିସକୁ ମିଲିଲା ବଡ଼ ସଫଳତା । ବରେଲି ଜିଲ୍ଲାର ଜଣେ ୧୯ ବର୍ଷର ଯୁବତୀଙ୍କୁ ୬ ଜଣ ଗଣଦୁଷ୍କର୍ମ କରିଛନ୍ତି । ଏହି ଘଟଣାରେ ଇଜ୍ଜତନଗର ପୋଲିସକୁ ବଡ଼ ଫଳତା ମିଳିଛି । ଗଣ ଦୁଷ୍କର୍ମ ଅଭିଯୋଗରେ ପୋଲିସ ଜଣଙ୍କ ମଧ୍ୟରୁ ଦୁଇଜଣଙ୍କୁ ଗିରଫ କରିଛି। ଏବଂ ଅନ୍ୟମାନଙ୍କୁ ଚିହ୍ନଟ କରିବାକୁ ଜୋରସୋରରେ ପ୍ରୟାସ ଚଳାଇଛି ପୋଲିସ । ଏମାନଙ୍କ ମଧ୍ୟରୁ ଜଣଙ୍କୁ ପୋଲିସ ଏନକାଉଣ୍ଟର ବେଳେ ଗିରଫ କରିଛି।

ପୋଲିସ ସହିତ ଧସ୍ତାଧସ୍ତି ସମୟରେ ୨୨ ବର୍ଷୀୟ ଅଭିଯୁକ୍ତ ବିଶାଲର ପାଦରେ ଗୁଳି ବାଜିଥିବା ସୂଚନା ମିଳିଛି । ଏହା ବ୍ୟତୀତ ଅନ୍ୟ ଜଣେ ଅଭିଯୁକ୍ତ ହେଉଛି ଅନୁଜ ପଟେଲ, ଯାହାର ବୟସ ୨୩ ବର୍ଷ । କିନ୍ତୁ ଚାରିଜଣ ଅଭିଯୁକ୍ତ ଏବେ ବି ଫେରାର ଅଛନ୍ତି , ଏମାନଙ୍କୁ ଧରିବାକୁ ପୋଲିସର କିଛି ଟିମ୍ ଲାଗିପଡ଼ିଛନ୍ତି ।

ଘଟଣାଟି ହେଉଛି ମେ ୩୧ର, ଯେତେବେଳେ ଯୁବତୀ ଜଣଙ୍କ ତାର ଦୁଇ ସାଙ୍ଗଙ୍କ ସହ କୌଣସି ସ୍ଥାନକୁ ଯାଉଥିଲା । ସେହି ସମୟରେ ଏହି ୬ଜଣ ଦୁର୍ବୃତ୍ତ ସେମାନଙ୍କୁ ରୋକିବା ସହ ଯୁବତୀ ଜଣଙ୍କୁ ଉଠାଇ ନେଇ ଦୁଷ୍କର୍ମ କରିଥିଲେ । ପୋଲିସ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ଯୁବତୀ ଜଣଙ୍କ ଲୋକଲଜ୍ଜାରୁ ବଞ୍ଚିବାକୁ କୌଣସି ମାମଲା ରୁଜୁ କରି ନଥିଲେ । କେବଳ ସେତିକି ନୁହେଁ ସେ ଏହି ଘଟଣା ବିଷୟରେ ନିଜ ପରିବାର ସଦସ୍ୟଙ୍କୁ ମଧ୍ୟ ଜଣାଇ ନଥିଲେ।

କିନ୍ତୁ ଯେତେବେଳେ ସେ ଘରେ ନିରବ ରହିଲେ ଏବଂ ପ୍ରତ୍ୟେକ କଥାରେ ବିରକ୍ତ ହେବାକୁ ଲାଗିଲେ, ସେତେବେଳେ ତାଙ୍କ ପରିବାରଲୋକ ତାଙ୍କୁ ପଚାରାଉଚରା କରି ଥିଲେ । ଏବଂ ଏହା ପରେ ମେ, ୫ରେ ଯୁବତୀ ଜଣଙ୍କ ପୋଲିସ ଷ୍ଟେସନ ଯାଇ ୬ଜଣ ଦୁର୍ବୃତ୍ତଙ୍କ ବିରୋଧରେ ଗଣଦୁଷ୍କର୍ମ ମାମଲା ରୁଜୁ କରିଥିଲେ । ପୋଲିସର କହିବା ଅନୁସାରେ, ଏନେଇ ଅଧିକ ତଦନ୍ତ ଚାଲିଛି ଏବଂ ଯୁବତୀ ଜଣଙ୍କର ଡାକ୍ତରୀ ଯାଞ୍ଚ କରାଯାଉଛି। ତେବେ ଘଟଣାରେ ରବିବାର ଦିନ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ବେଳେ ଅନ୍ୟ ୪ଜଣ ଫେରାର ଅଭିଯୁକ୍ତକୁ ଗିରଫ କରିବା ପାଇଁ ଉଦ୍ୟମ ଜାରି ରହିଛି।

Latest Posts

Don't Miss