ଅନ୍ଧାର ରାତିରେ ଅପହରଣ କରି ଗଣଦୁଷ୍କର୍ମ ! ରାସ୍ତା କଡ଼ରେ ଫୋପାଡ଼ି ଦେଲେ…

ସମ୍ବଲପୁର: ଥମୁନି ଲଜ୍ଜା । ପୁଣି ସମ୍ବଲପୁରରେ ଗଣଦୁଷ୍କର୍ମ ଅଭିଯୋଗ । ବାରେଇପାଲି ଅଞ୍ଚଳରେ ଜଣେ ମହିଳାଙ୍କୁ ଅପହରଣ କରି ଗଣଦୁଷ୍କର୍ମ କରିଥିବା ଅଇଁଠାପାଲି ଥାନାରେ ଅଭିଯୋଗ ହୋଇଛି । ପୀଡ଼ିତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିବାରୁ ତାଙ୍କୁ ବୁର୍ଲା ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି ।ଅଭିଯୋଗ ମୁତାବକ ମହିଳା ଜଣଙ୍କୁ ଗତକାଲି ରାତିରେ ୪ ଜଣ ଯୁବକ ଅପହରଣ କରି ନେଇଥିଲେ । ପରେ ଦୁଷ୍କର୍ମ କରି ରାସ୍ତା କଡ଼ରେ ଫୋପାଡ଼ି ଚାଲି ଯାଇଥିଲେ । ତାଙ୍କୁ ସ୍ଥାନୀୟ ଲୋକ ଓ ପୋଲିସ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଛନ୍ତି । ପୋଲିସ ମାମଲାରେ ୪ ଜଣ ଯୁବକଙ୍କୁ ଅଟକ ରଖି ପଚରାଉଚରା କରୁଛି ।ସମ୍ବଲପୁର ଘଟଣାର ଅଧିକ ତଦନ୍ତ ଜାରି ରଖିଥିବା ସୂଚନା ଦେଇଛନ୍ତି ଅତିରିକ୍ତ ଏସପି ପି.କେ ମହାପାତ୍ର ।

Leave a Reply