ଘରେ ଛାଡ଼ିଦେବାକୁ କହି ନାବାଳିକାକୁ ୨୨ ଦିନ ଧରି ଗଣ ଦୁଷ୍କର୍ମର ଅଭିଯୋଗ…

1 min read

କଟକ: ପୁଣି ଜଣେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ । ୨୨ ଦିନ ଧରି କୁକୁଡ଼ା ଫାର୍ମରେ ହୋଇଛି ଦୁଷ୍କର୍ମ ।  ଘରେ ଛାଡ଼ି ଦେବାର ପ୍ରଲୋଭନ ଦେଖାଇ କରିଥିଲେ ଅପହରଣ । ରାଜଧାନୀରେ ଗଣଦୁଷ୍କର୍ମ ଘଟଣାର ନିଆଁ ନଲିଭୁଣୁ ଆସିଛି ଆଉ ଗୋଟିଏ ଦୁଷ୍କର୍ମର ଅଭିଯୋଗ । କରୋନାର କଳା ଫର୍ଦ୍ଦରେ ଯୋଡ଼ି ହେଉଛି ଗୋଟିଏ ପରେ ଗୋଟିଏ ଦୁଷ୍କର୍ମର ଲଜ୍ଜିତ କାହାଣୀ । ଏଭଳି ଏକ ଘଟଣା କଟକରେ ଦେଖିବାକୁ ମିଳିଛି । ଏନେଇ ଚାଉଳିଆଗଞ୍ଜ ଥାନାରେ CWC ପକ୍ଷରୁ ଅଭିଯୋଗ ଦାୟର ହୋଇଛି ।

Rape Attempt Victim Attacked Stabbed With Knife Kanpur UP

ସୂଚନା ଅନୁଯାୟୀ, ସୋମବାର ରାତିରେ ଚାଉଳିଆଗଞ୍ଜ ପୋଲିସର ପାଟ୍ରୋଲିଂ ସମୟରେ ଉଦ୍ଧାର ହୋଇଥିଲେ ପୀଡ଼ିତା । କଟକ ଗତିରାଉତ ପାଟଣା ହନୁମାନ ମନ୍ଦିର ନିକଟରୁ ସ୍ଥାନୀୟ ଲୋକଙ୍କ ସହଯୋଗରେ ଚାଉଳିଆଗଞ୍ଜ ପୋଲିସ ଉଦ୍ଧାର କରିଥିଲା । ଉଦ୍ଧାର ପରେ ବସୁନ୍ଧରା ଜିମା ଦେଇଥିଲା ପୋଲିସ । ଆଜି ବସୁନ୍ଧରା ପକ୍ଷରୁ ନାବାଳିକାକୁ ସମସ୍ତ ଘଟଣା ସମ୍ପର୍କରେ ପଚରାଯାଇଥିଲା । ଗତିରାଉତ ପାଟଣାର ଏକ ଫାର୍ମରେ ୨୨ ଦିନ ଧରି ଦୁଷ୍କର୍ମର ଶିକାର ହୋଇଥିବା କଥା କହିଥିଲେ ପୀଡ଼ିତା ।

Rape Attempt Victim Attacked Stabbed With Knife Kanpur UP

ଦୁଷ୍କର୍ମ ବେଳର ଭିଡ଼ିଓ ଉତ୍ତୋଳନ କରିଥିବା ମଧ୍ୟ କହିଥିଲେ ପୀଡ଼ିତା । ନାବାଳିକାଙ୍କ କହିବା ଅନୁଯାୟୀ, ସେ ଘରକୁ ଯିବା ପାଇଁ ବସକୁ ଅପେକ୍ଷା କରିଥିଲେ । ସେହି ସମୟରେ ଛକରୁ ସନ୍ତୋଷ ନାମକ ଜଣେ ଯୁବକ ନାବାଳିକାଙ୍କୁ ଘରେ ଛାଡ଼ି ଦେବାକୁ କହି ସାଙ୍ଗରେ ନେଇଥିଲେ । କିନ୍ତୁ ଘରେ ନଛାଡ଼ି ଜୋରଜବରଦସ୍ତ ଏକ କୁକୁଡ଼ା ଫାର୍ମକୁ ନେଇ ଯାଇଥିଲେ ଦୁର୍ବୃତ୍ତମାନେ ।  ସେଠାରେ ତାଙ୍କୁ ୨୨ ଦିନ ଧରି ଦୁଷ୍କର୍ମ କରିଥିଲେ ।

ତେବେ ଉଦ୍ଧାର ପରେ CWCଙ୍କ ନିକଟରେ ଦୁଷ୍କର୍ମ ନେଇ ବୟାନ ଦେଇଥିଲେ ନାବାଳିକା । ବୟାନ ରେକର୍ଡ ପରେ ଆଜି ସନ୍ଧ୍ୟାରେ ଚାଉଳିଆଗଞ୍ଜ ଥାନାରେ ଏତଲା ଦେଇଛନ୍ତି cwc କର୍ତ୍ତୃପକ୍ଷ  ।

Leave a Reply