ଧାନର କଟନି ଛଟନି ନେଇ ଗୃହରେ ବର୍ଷିଲେ ବିଜେଡି ବିଧାୟକ ଗଣେଶ୍ୱର ବେହେରା
1 min read
ନନ୍ଦିଘୋଷ ବ୍ୟୁରୋ: ଧାନର କଟନି ଛଟନି ନେଇ ଗୃହରେ ବର୍ଷିଲେ ବିଜେଡି ବିଧାୟକ ଗଣେଶ୍ୱର ବେହେରା । ଧାନର କଟନି ଛଟନି ଜାରି ରହିଛି । ଯୋଗାଣ ମନ୍ତ୍ରୀ କହିଲେ ଆଇଏଏସ କହୁଛନ୍ତି କଟନି ଛଟନିରେ ମୁଣ୍ଡ ପରlନ୍ତୁନାହିଁ । ତେବେ ମନ୍ତ୍ରୀ କୁହନ୍ତୁ କିଏ ସେ ଆଇଏଏସ ଅଧିକାରୀ । ସରକାର ତେବେ କାହା କଥାରେ ଚାଲିଛି । ସରକାର ଚାଷୀଙ୍କ ସ୍ୱାର୍ଥରେ ନା ମିଲରଙ୍କ ସ୍ୱାର୍ଥରେ ବୋଲି ପ୍ରଶ୍ନ କରିଛନ୍ତି ଗଣେଶ୍ଵର ବେହେରା । ସେପଟେ ଧାନର କଟନି ଛଟନି ପ୍ରସଙ୍ଗରେ ବିଜେଡି ସହିତ ତାଳ ମିଳାଇଛି କଂଗ୍ରେସ । ଗୃହରେ ଯୋଗାଣ ମନ୍ତ୍ରୀଙ୍କୁ ଘେରିଲେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି । ମନ୍ତ୍ରୀଙ୍କ ନିର୍ଦ୍ଦେଶରେ ପୁରା ରାଜ୍ୟରେ କଟନି ଛଟନି ଚାଲିଛି । ଯୋଗାଣ ମନ୍ତ୍ରୀ ମିଲ ପିଛା ୧ ଲକ୍ଷ ଟଙ୍କା ନେଇଥିବା ସେ ଅଭିଯୋଗ କରିଛନ୍ତି । ସିିଡି, ଫୋଟୋ, ମନ୍ତ୍ରୀଙ୍କ ଦସଖତ ଥିବା ଚିଠି ଦେଖାଇ ଗୃହରେ ଯୋଗାଣ ମନ୍ତ୍ରୀଙ୍କ ଧାନ କିଣାରେ ଟଙ୍କା ନେଉଥିବା ଅଭିଯୋଗ କରିଛନ୍ତି ବରିଷ୍ଠ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀ ପତି । ଧାନ କିଣାରେ କଟନି ଛଟନିରେ ମନ୍ତ୍ରୀ ଟଙ୍କା ନେଉଥିବାର ପ୍ରମାଣ ମାଗିଥିଲେ ଓ ମୁଁ ଦେଲି ବୋଲି କହିଛନ୍ତି ତାରା । ଧାନ କିଣାରେ ୪ କୋଟି ଟଙ୍କା ହେରଫେର ହୋଇଛି । ଧାନ କିଣାରେ ଚାଷୀଙ୍କୁ ଲୁଟୁଛନ୍ତି ସରକାର । ମୁଁ ଆଉ କେଉଁ ମନ୍ତ୍ରୀଙ୍କ ନାଁରେ ଅଭିଯୋଗ କରୁନି ମନ୍ତ୍ରୀ ଏହି ଯେଉଁ ଟଙ୍କା ଖାଉଛନ୍ତି । ତାହାର କ୍ରାଇମବ୍ରାଞ୍ଚ ତଦନ୍ତ କରାଯାଉ ବୋଲି ଦାବି କରିଛନ୍ତି ତାରା ।