ପୁରୁଣା ବାଇକ୍‌କୁ ଇ-ବାଇକ୍‌ର ରୂପ ଦେଇଛନ୍ତି ରାଉରକେଲାର ମେକାନିକ୍: ଥରେ ଚାର୍ଜ କଲେ ଗଡ଼ୁଛି ୮୦ କିମି

1 min read

ରାଉରକେଲା ଗ୍ୟାରେଜ୍ ମିସ୍ତ୍ରୀଙ୍କ ଅଭିନବ ଉଦ୍ୟମ । ନିଜର ପ୍ରଚେଷ୍ଟାରେ ତିଆରି କଲେ ଇ-ବାଇକ୍ । ମାତ୍ର ୩୬ ହଜାର ଟଙ୍କା ଖର୍ଚ୍ଚରେ ଏକ ପୁରୁଣା ବାଇକକୁ ଗଣେଶ ପ୍ରଜାପତି ଦେଇଛନ୍ତି ଇ- ବାଇକରେ ରୂପ । ଥରେ ବ୍ୟାଟେରୀ ଚାର୍ଜ କଲେ ୮୦ କିଲୋମିଟର ଯାତ୍ରା କରୁଛି ଏହି ବାଇକ । ଯାହାକୁ ନେଇ ଅଞ୍ଚଳରେ ଚର୍ଚ୍ଚା ।

ଗ୍ୟାରେଜ୍ ମିସ୍ତ୍ରୀଙ୍କ ଅଭିନବ ଉଦ୍ୟମ । ନିଜସ୍ବ ପ୍ରଚେଷ୍ଟାରେ ତିଆରି କଲେ ଇ-ବାଇକ୍ । ଅଚଳ ବାଇକକୁ ଦୁଇହଜାର ଟଙ୍କାରେ କିଣି ତାକୁ ଇ-ବାଇକରେ ପରିଣତ କରିଛନ୍ତି ଗ୍ୟାରେଜ୍ ମିସ୍ତ୍ରୀ ଗଣେଶ ପ୍ରଜାପତି । ରାଉରକେଲାର ଗଣେଶ ମାତ୍ର 36 ହଜାର ଟଙ୍କା ଖର୍ଚ୍ଚକରି ବ୍ୟାଟେରୀ ସହିତ BL DC ମଟର ଲଗାଇ ଏହି ବାଇକ୍ ନିର୍ମାଣ କରିଛନ୍ତି । ବ୍ୟାଟେରୀ ଦ୍ବାର ଏହି ବାଇକ ଘଣ୍ଟାକୁ 40 କିଲୋମିଟର ବେଗରେ ଗତି କରୁଥିବା ବେଳେ ଥରେ ଚାର୍ଜ କଲେ 80 କିଲୋମିଟର ଯାତ୍ରା କରି ପାରୁଛି ।

ବାଇକକୁ ଇ-ବାଇକରେ ପରିଣତ କରିବା ପରେ ଅନେକ ଗ୍ରାହକ ସେମାନଙ୍କ ଗାଡ଼ିକୁ ବ୍ୟାଟେରୀ ସଂଯୋଗ କରିବାକୁ ଗଣେଶଙ୍କ ନିକଟରୁ ଆଣିଛନ୍ତି । ମାତ୍ର ପଞ୍ଚମ ଶ୍ରେଣୀରେ ପଢିଥିବା ଗଣେଶଙ୍କ ଏପରି ଉଦ୍ୟମକୁ ବିଭିନ୍ନ ମହଲରୁ ପ୍ରଶଂସା କରାଯାଇଛି । ବାଇକ୍ ପରେ ଏବେ ଅନ୍ୟଏକ ସ୍କୁଟିକୁ ବ୍ୟାଟେରୀ ସଂଯୋଗ କରିବାକୁ ଗଣେଶ ଉଦ୍ୟମ ଜାରି ରଖିଥିବାବେଳେ ୮ଟି ବାଇକ ମାଲିକ ସେମାନଙ୍କ ବାଇକକୁ ଇ-ବାଇକ୍ କରିବାକୁ ଅର୍ଡର ଦେଇଛନ୍ତି ।

Leave a Reply