ଆବୁଧାବିରେ ଓଡ଼ିଆ ପାଳିଲେ ଗଣେଶ ପୂଜା

ଭୁବନେଶ୍ୱର: ଶୁକ୍ରବାର କରୋନା କଟକଣା ମଧ୍ୟରେ ପାଳନ ହୋଇଛି ଗଣେଶ ଚତୁର୍ଥୀ । ଏମିତି ତ ସାରା ଦେଶରେ ଗଜାନନଙ୍କୁ ଖୁବ୍‌ ଜାକଜମକରେ ଆବାହନ କରାଯାଏ । କିନ୍ତୁ ଚଳିତ ବର୍ଷ ସାମାନ୍ୟ ଫିକା ପଡ଼ିଛି ପୂଜା । ତଥାପି ଉତ୍ସାହ ମଉଳିନି । ଓଡ଼ିଶାରେ ଗାଁ’ଠୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ପ୍ରତ୍ୟେକଟି ସ୍ଥାନରେ ଗଣେଶ ପୂଜାର ପ୍ରଭାବ ଦେଖିବାକୁ ମିଳିଥିଲା । କରୋନା ଗାଇଡଲାଇନ ହେତୁ ମୂର୍ତ୍ତି ଏବଂ ଜନ ସମାଗମ ଉପରେ କଟକଣା ଲଗା ଯାଇଥିଲା । ଯଦିଓ ପ୍ରତିବର୍ଷ ଭଳି ଜନ ସମାଗମକୁ ସ୍ୱୀକୃତି ମିଳିନଥିଲା ତଥାପି ଇଛା ଏବଂ ଉତ୍ସାହ ମଉଳି ନଥିଲା । ଘରେ ଘରେ ପୁରପଲ୍ଲୀରେ ଏବଂ ସହରରେ ଗଣେଶ ପୂଜା ପାଳନ ହୋଇଛି। କେଉଁଠି ଲଡୁ ଗଣେଶ ତ କେଉଁଠି କଉଡ଼ିରେ ଗଣେଶ ଏବଂ ଆଉ କେଉଁଠି ଚକଲେଟ୍‌ ଗଣେଶ ।

ଅନ୍ୟପଟେ କେବଳ ଦେଶରେ ନୁହେଁ ବିଦେଶରେ ମଧ୍ୟ ଗଣେଶ ପୂଜା ପାଳନ ହୋଇଥିବା ଦେଖିବାକୁ ମିଳିଛି । ବାହାରିନ୍ଏବଂ ଆବୁଧାବିରେ ଗଣେଶ ପୂଜା ଖୁବ୍ଉତ୍ସାହର ସହିତ ପାଳନ ହୋଇଛି । ଓଡ଼ିଆ ଭାଇ ମାନଙ୍କ ଦ୍ୱାରା ସୁଦୂର ସଂଯୁକ୍ତ ଆରବ ଏମିରେଟ୍ସ ସ୍ଥିତ ଆବୁଧାବି ଇଲେକ୍ଟ୍ରାରେ ଗଣେଶ ପୂଜା ପାଳନ କରାଯାଇଛି । ଏହି ପୂଜାରେ ପ୍ରମୁଖ ସଦସ୍ୟ ମାନଙ୍କ ମଧ୍ୟରେ ଅଭିନନ୍ଦନ ଚୌଧୁରୀ, ସୁନୀଲ ମହାନ୍ତି,ଅରୁଣ ମହାନ୍ତି, ବିଜୟକାନ୍ତ ଦୁବେ, ଅମରଜିତ ଦାସ ଓ ରାକେଶ ପଟ୍ଟନାୟକ ଦାୟିତ୍ୱର ସହ ପୂଜା କାର୍ଯ୍ୟ ତୁଲାଇଥିଲେ ।

 

ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ବିଦେଶରେ ରହି ମଧ୍ୟ ନିଜ ସଂସ୍କୃତି ଓ ପରମ୍ପରାକୁ ବଜାୟ ରଖିଛନ୍ତି ଓଡ଼ିଶାବାସୀ ।

Leave a Reply