spot_img

Latest Posts

ଗାନ୍ଧିଜୀଙ୍କ ସ୍ମୃତି ବଖାଣୁଛି ବିଶିଷ୍ଟ ଐତିହାସିକ ସୁଦର୍ଶନ ସାହୁଙ୍କ ସଂଗ୍ରହାଳୟ

ଭୁବନେଶ୍ୱର: କଂସା ପିତଳରେ ଗାନ୍ଧିଜୀ। ଖୋଦେଇ ହୋଇଛି ବାପୁଜୀଙ୍କ ବିଭିନ୍ନ ସମୟର ଦୃଶ୍ୟ। ଥାଳି ଠାରୁ ଆରମ୍ଭ କରି ଫଟୋ ଚିତ୍ର, ମୂର୍ତ୍ତି ଠାରୁ ଆରମ୍ଭ କରି କାରୁକାର୍ଯ୍ୟ। ସବୁଥିରେ ରହିଛି ଗାନ୍ଧିଜୀଙ୍କ ସ୍ମୃତି। ଏସବୁକୁ ସାଇତି ରଖିଛନ୍ତି ଭୁବନେଶ୍ବର ଜାଗମରାର ବିଶିଷ୍ଟ ଐତିହାସିକ ଗବେଷକ ତଥା ସଂଗ୍ରାହକ ସୁଦର୍ଶନ ସାହୁ।

୩୫ ବର୍ଷ ହେଲା ନିଜ ଘରେ ତାଙ୍କ ବାପାଙ୍କ ନାମରେ କରିଛନ୍ତି ସଂଗହାଳୟ। ଯାହାର ନାଁ ରହିଛି ଗୋପୀନାଥ ଐତିହ୍ୟ କଂସା ପିତଳ ବସ୍ତୁ ତଥା ଅବହେଳିତ କଳାକୃତି ସଂଗ୍ରହାଳୟ। ସୁଦର୍ଶନ ନିଜ ଘରେ ଥିବା ଏହି ସଂଗ୍ରହାଳୟରେ ବାପୁଙ୍କ ଭିନ୍ନ ଭିନ୍ନ ମୂର୍ତ୍ତି ଓ ଫଟୋକୁ ସାଇତି ରଖିଛନ୍ତି। କଂସା ଥାଳିରେ ଯୋଗମୁଦ୍ରାରେ ଗାନ୍ଧୀ, ମାଛ ଚିତ୍ର ଥିବା ପିତଳ ଥାଳିରେ ଗାନ୍ଧିଜୀ, ବାପୁଙ୍କ ଦାଣ୍ଡିଯାତ୍ରା ସମୟର ଷ୍ଟାଚ୍ୟୁ, ଲବଣ ସତ୍ୟାଗ୍ରହ ସମୟର ଦୃଶ୍ୟ, ଗୀତା ବହି ଧରିଥିବା ଷ୍ଟାଚ୍ୟୁ, ଗାନ୍ଧିଜୀଙ୍କ ପ୍ରିୟ ତିନି ମାଙ୍କଡ଼, ଇଂରେଜ ଅମଳର ହାତକଡ଼ି, ଶହେ ବର୍ଷ ତଳର ଗାନ୍ଧିଜୀଙ୍କ ଅସଲ ଫଟୋ, ଗାନ୍ଧିଜୀଙ୍କ ଓଡିଶା ଗ୍ରସ୍ତ ସମୟର କାଠଯୋଡି ରାଲିରେ ଗାନ୍ଧିଜୀଙ୍କ ସାଧାରଣ ସଭା ଫଟୋ ସବୁ ନିଜ ସଂଗ୍ରହାଳୟରେ ସାଇତି ରଖିଛନ୍ତି ସୁଦର୍ଶନ।

ସଂଗ୍ରହାଳୟରେ ବାପୁଙ୍କ ଗ୍ୟାଲେରୀ ସମେତ ମହାପ୍ରଭୁ ଶ୍ରୀଜଗନ୍ନାଥ ଗ୍ୟାଲେରୀ, ଆଦିବାସୀ ବ୍ୟବହୃତ ଗ୍ୟାଲେରୀ, କଂସା ପିତଳ ବେଲା ଗ୍ୟାଲେରୀ, ଜୟୀ ରାଜଗୁରୁ ଗ୍ୟାଲେରୀ ସହ ବହୁ ସରଞ୍ଜାମ ଏହି ସଂଗ୍ରହାଳୟରେ ସାଇତି ରଖିଛନ୍ତି ସୁଦର୍ଶନ। ସଂଗ୍ରହାଳୟରେ ପ୍ରାୟ କଂସା ପିତଳର ୪ହଜାରରୁ ଉର୍ଦ୍ଧ୍ବ ଐତିହ୍ୟ ସମ୍ପନ୍ନ ସରଞ୍ଜାମ ରହିଛି।

Latest Posts

Don't Miss