ଗାନ୍ଧି ଜୟନ୍ତୀ: ଜାଣନ୍ତୁ ନିଜ ଜନ୍ମଦିନ ୨ ଅକ୍ଟୋବରକୁ କଣ କରୁଥିଲେ ବାପୁ…
1 min readନୂଆଦିଲ୍ଲୀ: ଆଜି ଜାତୀୟ ପିତା ମହାତ୍ମା ଗାନ୍ଧୀଙ୍କ ୧୦୨ ତମ ଜୟନ୍ତୀ । ଏହି ଅବସରରେ ସରକାର ଓ ଗାନ୍ଧିବାଦୀ ସଂସ୍ଥା ପକ୍ଷରୁ କେତକ କାର୍ଯ୍ୟକ୍ରମ ଆୟୋଜିତ ହେଉଛି । ସଫେଇରୁ ନେଇ ଅହିଂସା ଯାଏଁ ଲୋକ ଅଲଗା ଅଲଗା ପ୍ରକାରେ ବାପୁଙ୍କୁ ମନେ ପକାଉଛନ୍ତି । କଣ ଆପଣ ଜାଣନ୍ତି ନିଜ ଜନ୍ମଦିନରେ ଗାନ୍ଧି କଣ କରୁଥିଲେ, କିପରି ଜନ୍ମଦିନ ପାଳୁଥିଲେ ଗାନ୍ଧିଜୀ ।
ଗାନ୍ଧିବାଦୀ ରାମଚନ୍ଦ୍ରଙ୍କ ଅନୁସାରେ, ଗାନ୍ଧିଜୀ ଜନ୍ମଦିନ ପାଳୁ ନଥିଲେ । କିନ୍ତୁ ଲୋକ ତାଙ୍କ ଜନ୍ମଦିନ ପାଳନ କରୁଥିଲେ । ସେ ଗାନ୍ଧିଜୀଙ୍କ ୧୦୦ ବର୍ଷ ପୁରୁଣା କଥାକୁ ମନେ ପକାଇ କୁହନ୍ତି- ଆଜିଠୁ ୧୦୨ ବର୍ଷ ତଳେ ୧୯୧୮ ମସିହାରେ ଗାନ୍ଧିଜୀଙ୍କ ଜନ୍ମଦିନ ପାଳନ କରୁଥିବା ଲୋକଙ୍କୁ ବାପୁ କହିଥିଲେ ‘ମୋ ମୃତ୍ୟୁ ପରେ ଜଣାପଡ଼ିବ ମୋ ଜନ୍ମଦିନ ପାଳନ ଯୋଗ୍ୟ କି ନୁହେଁ ।’
ଜନ୍ମଦିନରେ କଣ କରୁଥିଲେ ବାପୁ ?
ଦେଶରେ ଥିବା ଗାନ୍ଧିବାଦୀ ସଂସ୍ଥା ମାତୃ ସଂସ୍ଥା, ଗାନ୍ଧି ସ୍ମାରକ ନିଧିର ଅଧ୍ୟକ୍ଷ ରାମଚନ୍ଦ୍ର ରାହି କୁହନ୍ତି- ଜନ୍ମଦିନ ବାପୁଙ୍କ ପାଇଁ ଗମ୍ଭୀର ଦିନ । ସେଦିନ ସେ ଈଶ୍ୱରଙ୍କୁ ପ୍ରାର୍ଥନା କରୁଥିଲେ । ଚରଖା ଚଳାଇବାରେ ଅଧିକାଂଶ ସମୟ କାଟୁଥିଲେ । କେବଳ ଜନ୍ମଦିନ କାହିଁକି କୌଣସି ବି ଗୁରୁତ୍ୱପୂର୍ଣ୍ଣ ଦିନକୁ ବାପୁଜୀ ଏହିଭଳି ଭାବେ ପାଳନ କରୁଥିଲେ ।
କିନ୍ତୁ ସରକାର ଆଜି ଗାନ୍ଧି ଜୟନ୍ତୀ ଅବସରରେ ବିଭିନ୍ନ ପ୍ରକାରର ସମାରୋହ କରୁଛନ୍ତି । ଚାରିଆଡ଼େ କୋଳାହଳ ସୃଷ୍ଟି ହେଉଛି, ବର୍ଷେ କାର୍ଯ୍ୟକ୍ରମ କରାଯାଉଛି । ସରକାର ତ ନିଜ ଇଚ୍ଛାରେ କିଛି ବି କରନ୍ତି । ଗାନ୍ଧିଙ୍କ ବିଚାରଧାରା ସହ ଏହାର କିଛି ସମ୍ପର୍କ ହିଁ ନାହିଁ । ସରକାର ନିଜର ମହତ୍ୱାକାଂକ୍ଷୀ ଇଚ୍ଛା ପୂରଣ ପାଇଁ ଏଭଳି ଆୟୋଜନ କରି ଗାନ୍ଧିଙ୍କ ନାଁର ବ୍ୟବହାର କରନ୍ତି ।
ତାଙ୍କ କହିବା ଅନୁସାରେ ସରକାର ପ୍ରକୃତରେ ଗାନ୍ଧିଜୀଙ୍କ ଜନ୍ମଦିନ ପାଳନ କରିବାକୁ ଚାହୁଁଥିଲେ ବାପୁଙ୍କ ବିଚାରକୁ ନେଇ ସମାଜକୁ ଆଗକୁ ନେବାକୁ ଚେଷ୍ଟା କରିଥାନ୍ତେ । କିନ୍ତୁ, ଏସବୁର ଲକ୍ଷଣ ଦେଖା ଯାଉନାହିଁ । ଏବେର ସରକାର ଗାନ୍ଧି ଓ ଗାନ୍ଧିଜୀଙ୍କ ଜନ୍ମଦିନକୁ ସଫେଇ ସହିତ ଯୋଡ଼ିଛନ୍ତି ।
ଗାନ୍ଧି ଜୟନ୍ତୀ ଅବସରରେ ସରକାରଙ୍କ ପକ୍ଷରୁ ସ୍ୱଚ୍ଛତା ଅଭିଯାନ କରାଯାଉଛି । ଏହା ଉପରେ ରାହି କୁହନ୍ତି ‘ଯଦି ସଫେଇ କଥା ଚିନ୍ତା କରାଯାଉଛି ତ ପ୍ରଥମେ ଦେଶରେ ସଫେଇ କାର୍ଯ୍ୟ କରୁଥିବା ଲୋକଙ୍କୁ ଏମିତି ସୁବିଧା ଦେବା ଦରକାର ଯେଭଳି ସେମାନେ ନାଳରେ ପଶି ସଫା କରିବେ ନାହିଁ ।’