ଗାନ୍ଧିଜୀ ଓ ନେତାଜୀଙ୍କ ସମ୍ପର୍କକୁ ନେଇ କ’ଣ କହିଲେ ଝିଅ ଅନିତା ବୋଷ ଜାଣନ୍ତୁ

ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ କଙ୍ଗନା ରାନାୱତ ତାଙ୍କ ବୟାନ ହେତୁ ଅନେକ ସମୟରେ ଚର୍ଚ୍ଚାରେ ରୁହନ୍ତି ।  ଏବେ ସେ ଜାତୀୟ ପିତା ମହାତ୍ମା ଗାନ୍ଧୀଙ୍କ ବିଷୟରେ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ଗୋଟିଏ ଗାଲରେ ଚାପୁଡା ଖାଇ ଆର ଗାଲ ଦେଖାଇଲେ ସ୍ୱାଧିନତା ନୁହେଁ ଭିକ ମିଳେ ବୋଲି କହିଛନ୍ତି ଆତ୍ମବିମୁଗ୍ଧ କଙ୍ଗନା ରନାୱତ।

ମଙ୍ଗଳବାର ଇନଷ୍ଟା ଷ୍ଟୋରି ପୋଷ୍ଟ୍ କରି କଙ୍ଗାନ ପୁଣି ଇନଷ୍ଟାଣ୍ଟ୍ କଣ୍ଟ୍ରୋଭର୍ସି କ୍ରିଏଟ୍ କରିଛନ୍ତି। କଙ୍ଗନାଙ୍କ ଅନୁସାରେ ଖାଲି ଗାନ୍ଧୀଙ୍କ ପାଇଁ ସ୍ୱାଧିନତା ମିଳିନଥିଲା.. ନେତାଜୀ ଓ ଭଗତ ସିଂହଙ୍କୁ ଗାନ୍ଧୀଙ୍କ ସମର୍ଥନ ମିଳିନଥିଲା.. ସେ ଗାନ୍ଧିଙ୍କ ଗୋଟିଏ ଗାଲରେ ଚାପୁଡା ବଦଳରେ ଆର ଗାଲ ଦେଖାଇବା ନୀତିକୁ ମଧ୍ୟ ବିଦ୍ରୁପ କରିଥିଲେ… ସ୍ୱାଧୀନତା ପରେ ନେତାଜୀଙ୍କୁ ବ୍ରିଟିଶ ସରକାର ହାତରେ ସମର୍ପଣ କରିବାକୁ ଗାନ୍ଧୀ ଓ ନେହେରୁ ରାଜିଥିଲେ ବୋଲି କଙ୍ଗନା କହିଛନ୍ତି ।

କଙ୍ଗନାଙ୍କ ଇନଷ୍ଟା ଷ୍ଟୋରି ଭାଇରାଲ ହେବା ପରେ ଗାନ୍ଧୀ ଓ ନେତାଜୀଙ୍କ ସମ୍ପର୍କକୁ ନେଇ ନେତାଜୀଙ୍କ ଝିଅ ଅନିତା ବୋଷ ମଧ୍ୟ ଆଶ୍ଟର୍ଯ୍ୟକର ବୟାନ ଦେଇଛନ୍ତି । ନେତାଜୀ ଓ ଗାନ୍ଧୀଙ୍କ ମଧ୍ୟରେ ଥିବା ସମ୍ପର୍କକୁ ନେଇ ସେ ବେବାକ ନିଜ ବୟାନ ରଖିଛନ୍ତି । ଅନୀତା ସ୍ପଷ୍ଟ ଭାବେ କହିଛନ୍ତି ଯେ, ଗାନ୍ଧୀ ଓ ନେତାଜୀଙ୍କ ମଧ୍ୟରେ ସୌହାର୍ଦ୍ଦ୍ୟପୂର୍ଣ୍ଣ ନଥିଲା । ଅନୀତାଙ୍କ ଅନୁସାରେ ଗାନ୍ଧୀ ଜାଣିପାରିଥିଲେ ଯେ, ନେତାଜୀ ଅନ୍ୟମାନଙ୍କ ଭଳି ତାଙ୍କ ନିୟନ୍ତ୍ରଣରେ ରହିବେ ନାହିଁ । ତେଣୁ ଉଭୟଙ୍କ ମଧ୍ୟରେ ସଂପର୍କ ସୌହାର୍ଦ୍ଦ୍ୟପୂର୍ଣ୍ଣ ନଥିଲା। ଏହା ସହିତ ଅନୀତା ଏହାମଧ୍ୟ କହିଛନ୍ତି ଯେ, ଉଭୟଙ୍କ ମଧ୍ୟରେ ସଂପର୍କରେ ଉଷ୍ମତା ନଥିଲେ ମଧ୍ୟ ତାଙ୍କ ପିତାଙ୍କର ଗାନ୍ଧୀଙ୍କ ପ୍ରତି ସମ୍ମାନ  ଯଥେଷ୍ଟ ଥିଲା ।

ଏମିତିରେ ଗାନ୍ଧୀ ଓ ନେତାଜୀଙ୍କ ମଧ୍ୟରେ ରାଜନୈତିକ ମତଭିନ୍ନତା ଐତିହାସିକ ସତ । ନେତାଜୀ କଂଗ୍ରେସ ସଭାପତି ଭାବେ ପଟ୍ଟଭି ସୀତାରମେୟାଙ୍କୁ ହରାଇ ନିର୍ବାଚିତ ହୋଇଥିଲେ । ଏଥିରେ କ୍ଷୁବ୍ଧ ଗାନ୍ଧୀ କହିଥିଲେ ପଟ୍ଟଭିଙ୍କ ପରାଜୟ ମୋ ପରାଜୟ । ଏହା ସତ୍ୱେ ନେତାଜୀଙ୍କର ଗାନ୍ଧୀଙ୍କ ପ୍ରତି ସମ୍ମାନ କମ ହୋଇନଥିଲା ।

କଙ୍ଗନା ଯେଉଁ କଥା କହିଛନ୍ତି ଆଗରୁ ମଧ୍ୟ ଅନେକ ରାଜନୈତିକ ବିଶ୍ଲେଷକ ସେଇକଥା କହିଛନ୍ତି । ଭାରତକୁ ସ୍ୱାଧୀନତା କ’ଣ କେବଳ ଅହିଂସା ଆନ୍ଦୋଳନ ଦ୍ୱାରା ମିଳିଥିଲା କି ବୋଲି ପ୍ରଶ୍ନ ଆଗରୁ ମଧ୍ୟ ଉଠିଛି । ଅନିତା ସେହି କଥା ମଧ୍ୟ ଉଠାଇଛନ୍ତି । ସେ କହିଛନ୍ତି ଯେ, କେବଳ ଗାନ୍ଧୀଙ୍କ ଅହିଂସା ଆନ୍ଦୋଳନ ଦ୍ୱାରା ସ୍ୱାଧିନତା ମିଳିଥିଲା ବୋଲି କଂଗ୍ରେସର ନେତା ମାନେ ଯେଉଁ ଦାବି କରନ୍ତି ତାହା ଠିକ ନୁହେଁ । ଆଜାଦ୍ ହିନ୍ଦ୍ ଫୌଜ୍ ଓ ଗାନ୍ଧୀଙ୍କ ଆନ୍ଦୋଳନ ପାଇଁ ସ୍ୱାଧିନତା ମିଳିଥିଲା । କେବଳ ଗାନ୍ଧୀଙ୍କ ପାଇଁ ସ୍ୱାଧିନତା ମିଳିଥିଲା ବୋଲି କହିବା ଠିକ୍ ନୁହେଁ । ଏହା ସହିତ ସେ ଗାନ୍ଧୀ ବନାମ ନେତାଜୀ ତୁଳନାକୁ ମଧ୍ୟ ନାପସନ୍ଦ କରିଛନ୍ତି । ଅନୀତାଙ୍କ ଅନୁସାରେ ଜଣଙ୍କ ବିନା ଅନ୍ୟଜଣେ ସ୍ୱାଧିନତା ହାସଲ କରି ପାରିନଥାନ୍ତେ । ଦୁହିଙ୍କ ତ୍ୟାଗ ଓ ଆନ୍ଦୋଳନର ସମୀଶ୍ରଣ ସ୍ୱାଧିନତା ଥିଲା ବୋଲି ସେ କହିଛନ୍ତି ।

‘ଗାନ୍ଧୀ ବନାମ ନେତାଜୀ’ଏହି ପ୍ରସଙ୍ଗ ଏବେର ନୁହେଁ । ସ୍ୱାଧିନତା ପ୍ରାପ୍ତି ପରଠାରୁ ଏହି ପ୍ରଶ୍ନ ଉଠି ଆସିଛି । ଏହାର ଗୋଟିଏ ବଡ଼ କାରଣ ହେଉଛି ଯେଉଁଭଳି ଭାବେ ଗଲା ୭୦ ବର୍ଷ ମଧ୍ୟରେ ସ୍ୱାଧିନତା ସଂଗ୍ରାମରେ ସାମିଲ ଥିବା ଅନ୍ୟ ସଂଗ୍ରାମୀଙ୍କ ଅବଦାନକୁ ଗୁରୁତ୍ୱ ନଦେଇ କେବଳ ଅଳ୍ପ କିଛି ନିର୍ଦ୍ଦିଷ୍ଟ ବ୍ୟକ୍ତି ବିଶେଷଙ୍କୁ ଗୁରୁତ୍ୱ ଦିଆଯାଇଛି । ଏହା ମଧ୍ୟ ସତ ଯେ, ନେତାଜୀଙ୍କ ଆଜାଦ ହିନ୍ଦ ଫୌଜ୍ ହାରିଥିଲା ସତ କିନ୍ତୁ ଏହା ବିଦ୍ରୋହ ପାଇଁ ରାସ୍ତା ସଫା କରିଥିଲା । ଏହର ଏକ ବଡ଼ ଉଦାହରଣ ହେଉଛିବେ ମୁମ୍ବାଇରେ ବ୍ରିଟିସ ରୟାନ ନେଭିର ବିଦ୍ରୋହ । ଯେଉଁଭଳି ଭାବେ ନୌସେନା ବିଦ୍ରୋହ କରିଥିଲା ତାହା ବ୍ରିଟିଶ ସରକାରକୁ ଡରାଇ ଦେଇଥିଲା । ଗାନ୍ଧିଙ୍କ ସବିନୟ ଆନ୍ଦୋଳନ ସହିତ ନେତାଜୀଙ୍କ ଶସସ୍ତ୍ର ସଂଗ୍ରାମ ସ୍ୱାଧିନତାର ରାସ୍ତା ସଫା କରିଥିଲା ।

Leave a Reply