ଆପାର୍ଟମେଣ୍ଟରେ ଜୁଆ ଆଡ୍ଡା, ୮ ଗିରଫ ସହ ୩ ଲକ୍ଷରୁ ଅଧିକ ଟଙ୍କା ଜବତ
1 min read
ବ୍ରହ୍ମପୁର: ସହରରେ ଜମୁଛି ଜୁଆ ଖେଳ । ଆଗରୁ ନିଛାଟିଆ ଘରେ ଜୁଆ ଖେଳ ହେଉଥିବା ବେଳେ ଏବେ ଆପାର୍ଟମେଣ୍ଟରେ ଚାଲିଛି ଜୁଆ ଆଡ୍ଡା । ଏନେଇ ଗୋଷାଣୀ ନୂଆଗାଁ ପୋଲିସକୁ ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଥିଲା । ଏସପିଙ୍କ ନିର୍ଦ୍ଦେଶରେ ଗୋଷାଣୀ ନୂଆଗାଁ ଥାନା ପୋଲିସ ଶାସ୍ତ୍ରୀନଗରରେ ଥିବା ସୁଶ୍ରୀ ହୋମ୍ ଫ୍ଲାଟ୍ ନମ୍ବର-୩୦୭ରେ ରେଡ୍ କରିଥିଲା ।
ରେଡ୍ ବେଳେ ପୋଲିସ ତାସ୍ ସହ ୩ ଲକ୍ଷ ୬୩ ହଜାର ୯୨୦ ଟଙ୍କା ଜବତ କରିଛି । ଜୁଆ ଖେଳରେ ସାମିଲ୍ ଥିବା ୮ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ଏନେଇ ଥାନା ଅଧିକାରୀ ସୁମନ୍ତ ସୋରେନ ସୂଚନା ଦେଇଛନ୍ତି । ଗିରଫଙ୍କ ମଧ୍ୟରେ ଜି.ଉଦୟଗିରି ଓ ଭଞ୍ଜନଗରର ୨ ଜଣ ଲେଖାଏଁ ରହିଥିବା ସୂଚନା ମିଳିଛି ।