ପାକିସ୍ତାନ ଟିମର ପରାଜୟକୁ ନେଇ ଏମିତି କହିଲେ ଗମ୍ଭୀର

ନୂଆଦିଲ୍ଲୀ: ସୋମବାର ଆଫଗାନିସ୍ତାନ ବିପକ୍ଷ ମ୍ୟାଚରେ ପାକିସ୍ତାନର ଶୋଚନୀୟ ପରାଜୟ ହୋଇଛି । ଯାହାକୁ ନେଇ ଏବେ ସବୁଠି ସମାଲୋଚନା କରାଯାଉଛି । ପାକିସ୍ତାନ ଭଳି ଟିମର ପରାଜୟର କାରଣ କହୁଛନ୍ତି ଦିଗଜ କ୍ରିକେଟରମାନେ । ନିଜ ଦେଶର ପୂର୍ବତନ ଖେଳାଳିମାନେ ସମାଲୋଚନା କରୁଥିବାବେଳେ ଭାରତୀୟ ଦଳର ପୂର୍ବତନ ଖେଳାଳି ଗୌତମ ଗମ୍ଭୀର ଏକ ମନ୍ତବ୍ୟ ଦେଇଛନ୍ତି । ପାକିସ୍ତାନ ପରାଜୟ କାରଣ କହିଛନ୍ତି ଗମ୍ଭୀର । ସେ କହିଛନ୍ତି କି, ପାକିସ୍ତାନର ବ୍ୟାଟିଂ ଏବଂ ବୋଲିଂ ଯଦି ଓ ରହିଛି ତଥାପି ଦଳର ଫିଲ୍ଡିଂ ଉପରେ ଗୁରୁତ୍ବ ଦେବାକୁ ପଡ଼ିବ । ଦଳର ଖେଳାଳିମାନେ ବହୁ ସହଜ କ୍ୟାଚ ଏବଂ ଫିଲ୍ଡି ମିସ କରିଥିବା ନଜର ଆସିଛି । ଏହାସହ କ୍ୟାଚ ମିସ ଦଳର ପରାଜୟର ମୁଖ୍ୟ କାରଣ । ସେପଟେ ବ୍ୟାଟିଂ ବୋଲିଂରେ ଯଦିଓ କିଛି ଭଲ ପ୍ରଦର୍ଶନ ରହିଛି । ତଥାପି ଦଳରେ ସ୍ପିନରଙ୍କ ଅଭାବ ରହିଛି । ଦୃତ ବୋଲର ଭଲ ବୋଲିଂ କରୁଥିଲେ ସୁଦ୍ଧା ଦଳରେ ସ୍ପିନରଙ୍କ କମି ରହି ଯାଉଛି । ଜଣେ ମଧ୍ୟ ପ୍ରଭାବଶାଳି ସ୍ପିନର ନାହାନ୍ତି । ଇପ୍ଟିହାର ଅହମ୍ମଦଙ୍କୁ ଛାଡ଼ି ଦେଲେ ପାକିସ୍ତାନ ଦଳରେ ଜଣେ ମଧ୍ୟ ଗେମ ଚେଞ୍ଜର ଖେଳାଳି ନାହାନ୍ତି ।

ସୂଚନା ଥାଉକି, ଚେନ୍ନାଇରେ ଖେଳାଯାଇଥିବା ରୋମାଂଚକର ମୁକାବିଲାରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତି ନେଇଥିଲା ପାକିସ୍ତାନ । ଅଧିନାୟକ ବାବର ଆଜମ ଏବଂ ଅବଦୁଲ୍ଲା ସାଫିକଙ୍କ ଅର୍ଦ୍ଧଶତକ ବଳରେ ନିର୍ଦ୍ଧାରିତ ଓଭରରେ ଦଳ ୨୮୨ ରନ୍ କରିବାକୁ ସମର୍ଥ ହୋଇଥିଲା । ଜବାବରେ ଆଫଗାନିସ୍ତାନ ପ୍ରଥମରୁ ଆରମ୍ଭ କରିଥିଲା ଆକ୍ରମଣାତ୍ମକ ବ୍ୟାଟିଂ । ଦୁଇ ଓପନର ଗୁରବାଜ ଏବଂ ଇବ୍ରାହିମ୍ ବିସ୍ଫୋରକ ଅର୍ଦ୍ଧଶତକୀୟ ଇନିଂସ ଖେଳିଥିବା ବେଳେ ରେହମତ୍ ଓ ହସମତୁଲ୍ଲାଙ୍କ ଦମଦାର ବ୍ୟାଟିଂ ବଳରେ ପାକିସ୍ତାନକୁ ୮ ୱିକେଟରେ ମାତ୍ ଦେଇଛି ଆଫଗାନିସ୍ତାନ । ଏହି ବଡ ବିଜୟ ସହ ଦଳ ପଏଣ୍ଟ୍ ତାଲିକାର ଶେଷରୁ ଷଷ୍ଠ ସ୍ଥାନକୁ ଆସିଛି । ଏହା ପୂର୍ବରୁ ଡିଫେଣ୍ଡିଙ୍ଗ ଚାମ୍ପିୟନ୍ ଇଂଲଣ୍ଡକୁ ୬୯ ରନରେ ହରାଇ ବିଶ୍ୱକପରେ ବଡ ବିପର୍ଯ୍ୟୟ ଘଟାଇଥିଲା ଆଫଗାନିସ୍ତାନ ।