କାହିଁକି ଏମିତି କହିଲେ ଗମ୍ଭୀର, ଟିମ ଇଣ୍ଡିଆରେ ଠିକଠାକ ଚାଲିନି କି ?
1 min readନନ୍ଦିଘୋଷ ବ୍ୟୁରୋ: ଟିମ ଇଣ୍ଡିଆ ବର୍ଡର ଗାଭାସ୍କର ଟ୍ରଫି ଖେଳିବା ପାଇଁ ଏବେ ଅଷ୍ଟ୍ରେଲିଆ ଗସ୍ତରେ ରହିଛି । ଦଳର ନୈରାଶ୍ୟଜନକ ପ୍ରଦର୍ଶନ ଜାରି ରହିଥିବାବେଳେ ୨-୧ରେ ପଛୁଆ ରହିଛି ଭାରତ । ତେବେ ଦଳର ପ୍ରଦର୍ଶନ ଉପରେ ପ୍ରଭାବ ପକାଇଛି କନ୍ଦଳ । ଏଭଳି ଚର୍ଚ୍ଚାକୁ ନେଇ କିଛିଦିନ ଗଣମାଧ୍ୟମରେ ମଧ୍ୟ କିଛି ଖବର ଦେଖିବାକୁ ମିଳିଥିଲା । ତେବେ ଏହାରି ଭିତରେ ଗଣମାଧ୍ୟମ ସମ୍ମୁଖରେ ନିଜର ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟ କୋଚ ଗୌତମ ଗମ୍ଭୀର ।
ଗମ୍ଭୀର କହିଛନ୍ତି କି, ଡ୍ରେସିଂ ରୁମରେ ହେଉଥିବା ବିବାଦ ଡ୍ରେସିଂରୁମରେ ରହୁ । କୋଚ ଏବଂ ଖେଳାଳିଙ୍କ ମଧ୍ୟରେ ହେଉଥିବା ବିବାଦ ସେହି ଡ୍ରେସିଂରୁମରେ ରହିବା ଉଚିତ ବୋଲି କହିଛନ୍ତି ଗମ୍ଭୀର । ଏହାସହ ସେ କହିଛନ୍ତି କି, ଏବେ ସବୁକିଛି ଠିକ ଅଛି । ଆସନ୍ତାକାଲି ଆମେ ମଇଦାନକୁ ଓହ୍ଲାଉଛୁ ଦଳ ଅଷ୍ଟ୍ରେଲିଆକୁ ଟକ୍କର ଦେବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି ବୋଲି କହିଛନ୍ତି । ସେପଟେ ପ୍ରେସମିଟରେ ଗମ୍ଭୀରଙ୍କ ରୋହିତଙ୍କ ସମ୍ପର୍କରେ ପଚରା ଯାଇଥିଲା । ସିଡନୀ ଟେଷ୍ଟର ପ୍ଲେଇଙ୍ଗ-୧୧ରେ ରୋହିତ ରହିବେ ତ ? ଏହାର ଉତ୍ତରରେ ଗମ୍ଭୀର କହିଥିଲଷ କି, ପିଚ ଏବଂ ଟସ ସମୟରେ ଆମେ ପ୍ଲେଇଙ୍ଗ ୧୧ ଘୋଷଣା କରିବୁ । ପିଠିରେ ଯନ୍ତ୍ରଣା କାରଣରୁ ଆକାଶ ଦୀପ ସିଡନୀ ଟେଷ୍ଟରୁ ବାଦ ପଡ଼ିଛନ୍ତି । ତାଙ୍କ ସ୍ଥାନରେ ହର୍ଷିତି ରାଣା କିମ୍ବା ପ୍ରସିଦ୍ଧ କିଷ୍ଣା ଦଳରେ ସ୍ଥାନ ପାଇବେ ।