ଧାରଣା ବନାମ ମଉଜ; ଗାନ୍ଧୀ ମୂର୍ତ୍ତି ତଳେ ଧାରଣା ସହ ସାଂସଦଙ୍କ ଭୋଜିଭାତ

1 min read

ନୂଆଦିଲ୍ଲୀ: ହୋହଲ୍ଲା ଭିତରେ ଚାଲିଛି ରାଜ୍ୟସଭା ଓ ଲୋକସଭା। ଏହା ମଧ୍ୟରେ ନିଲମ୍ବିତ ହେଲେଣି ୨୭ ସାଂସଦ। ଫଳରେ ବିରୋଧୀଙ୍କ ମଧ୍ୟରେ ଅସନ୍ତୋଷ ବଢିଛି। ଏପରିକି ନିଲମ୍ବିତ ସାଂସଦ ମାନେ ସଂସଦ ଭବନ ପରିସରରେ ଥିବା ଗାନ୍ଧୀ ମୂର୍ତ୍ତି ତଳେ ଧାରଣା କରୁଛନ୍ତି । ୫୦ ଘଣ୍ଟିଆ ଧାରଣା  ସିଫ୍ଟ ଅନୁଯାୟୀ ଚାଲିଛି। ସୂଚନା ଅନୁସାରେ ବୁଧବାର ଦିନ ୧୧ଟାରୁ ଆରମ୍ଭ ହୋଇଥିବା ଏହି ଧାରଣା ଶୁକ୍ରବାର ଦ୍ୱିପ୍ରହର ୧ଟା ଯାଏଁ ଚାଲିବ।

ଖାସ୍ କଥା ହେଉଛି ଭୋକ ଉପାସରେ ନୁହେଁ ବରଂ ଖାଇପିଇ ଧାରଣାରେ ବସିଛନ୍ତି ସାଂସଦ । ଯେଉଁଥିରେ ବ୍ରେକଫାଷ୍ଟ, ଲଞ୍ଚ ଓ ଡିନର ସାମିଲ ସହ ସମସ୍ତ ସୁବିଧା କରାଯାଇଛି। ଖାଇବା ପିଇବାରେ ଭାତ, ଦୋସା, ହାଲୱା, ଚିକେନ୍, ଗାଜର ହାଲୱା ମଧ୍ୟ ସାମିଲ ରହିଛି। ଖାଦ୍ୟପେୟର ଭାର ସମ୍ଭାଳିଛନ୍ତି AAP, TMC ଓ DMK।

ବୁଧବାର ଦିନ DMK ସାଂସଦ ତିରୁଚି ଶିବା ଧାରଣାରତ ସାଂସଦଙ୍କୁ ବ୍ରେକଫାଷ୍ଟରେ ଦୋସା ଖୁଆଇଛନ୍ତି । ଡିନର ଦାୟିତ୍ୱ ତୁଲାଇଥିଲା କଂଗ୍ରେସ। ଗୁରୁବାର ଦିନ, ଡିନର ଦାୟିତ୍ୱ ପଡିଛି AAP କାନ୍ଧରେ ।

ତେବେ ରାଜ୍ୟସଭାରେ ମଙ୍ଗଳବାର ଦିନ ବିରୋଧୀଙ୍କ ୧୯ ସାଂସଦଙ୍କୁ ନିଲମ୍ବିତ କରାଯାଇଥିଲା । ଯେଉଁଥିରେ TMCର ୭ ସାଂସଦ ଥିଲେ । ପରେ ବୁଧବାର ଦିନ ସାଂସଦ ସଞ୍ଜୟ ସିଂହଙ୍କୁ ସସପେଣ୍ଡ କରାଯାଇଥିଲା।