ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ ବିଷ ଉଗାରିଲେ ମୋହନା ଅଞ୍ଚଳର ଭୋଟର

ଗଜପତି: ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ ବିଷ ଉଗାରିଲେ ମୋହନା ଅଞ୍ଚଳର ଭୋଟର । ବ୍ରହ୍ମପୁର ଲୋକସଭା ଆସନର ବିଜେପି ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ ଗଜପତି ଜିଲ୍ଲା ମୋହନା ଅଞ୍ଚଳର ଲୋକ ବିଷ ଉଗାରିଛନ୍ତି । ଜଣେ ଦୁର୍ନୀତିଖୋର ଓ ଜନବିରୋଧୀ ନେତାଙ୍କୁ ବିଜେପି ପ୍ରାର୍ଥୀ କରିଥିବାରୁ ଲୋକମାନେ କଡ଼ା ଭାଷାରେ ସମାଲୋଚନା କରିବା ସହ  ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି । ପ୍ରଦୀପ ପାଣିଗ୍ରାହୀଙ୍କ ପାଇଁ ଲୋକ ହୋଇଛନ୍ତି ହିନସ୍ଥା। ୨୦୧୭ ମସିହା ପଞ୍ଚାୟତ ନିର୍ବାଚନ ବେଳେ ବିଜେଡିର ଗଜପତି ଜିଲ୍ଲା ପର୍ଯ୍ୟବେକ୍ଷକ ଦାୟିତ୍ୱରେ ଥିଲେ ପ୍ରଦୀପ ପାଣିଗ୍ରାହୀ । ସେତେବେଳେ ସ୍ଥାନୀୟ ନେତାଙ୍କୁ ଅଣଦେଖା କରି ନିଜ ଇଚ୍ଛାରେ କାର୍ଯ୍ୟ କରିଥିଲେ । ପ୍ରଦୀପ ପାଣିଗ୍ରାହୀଙ୍କ ଯୋଗୁ ବିଜେଡି ମୋହନାରେ ପରାଜିତ ହୋଇଥିଲା । ୨୦୧୯  ସାଧାରଣ ନିର୍ବାଚନରେ ମଧ୍ୟ ନେତାଙ୍କଠାରୁ ଲାଞ୍ଚ ନେଇ ଟିକେଟ ଦେଇଥିଲେ ପ୍ରଦୀପ ପାଣିଗ୍ରାହୀ । ଯାହା ଫଳରେ ବିଜେଡି ହାତରୁ ଗଜପତି ଜିଲ୍ଲାର ୨ଟି ଆସନ  ଚାଲିଥିଲା । ଏହାପରେ ଦୁର୍ନୀତି ଅଭିଯୋଗ ବିଜେଡିରୁ ତଡ଼ା ଖାଇଥିଲେ ପ୍ରଦୀପ ପାଣିଗ୍ରାହୀ । ଏଭଳି ଦୁର୍ନୀତିଗ୍ରସ୍ତ ନେତାଙ୍କୁ ବିଜେପି ବ୍ରହ୍ମପୁର ସାଂସଦ ପ୍ରାର୍ଥୀ କରିଥିବାରୁ ଆଗାମୀ ନିର୍ବାଚନରେ ମୋହନା ଅଞ୍ଚଳବାସୀ ଉଚିତ ଜବାବ ଦେବେ ବୋଲି ଚେତାବନୀ ଦେଇଛନ୍ତି ।