ଗଜପତିରେ ଅଜଣା ହେଲିକପ୍ଟରକୁ ନେଇ ଆଲୋଡ଼ନ: ଲ୍ୟାଣ୍ଡ କରିବାରେ ବିଫଳ ହେବାରୁ ଫେରିଗଲା

1 min read

ପାରଳାଖେମୁଣ୍ଡି: ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଷ୍ଟାଡିୟମ ଠାରେ ଅଜଣା ହେଲିକପ୍ଟର ଲ୍ୟାଣ୍ଡ ପାଇଁ କରିଥିଲା ଉଦ୍ୟମ । ପଡ଼ିଆରେ ପିଲାଙ୍କ ଭିଡ଼ ଦେଖି ଅବତରଣ ନକରି ପୁଣି ଫେରିଯାଇଛି ହେଲିକପ୍ଟଟ । ସୂଚନା ଅନୁଯାୟୀ ଦୁଇ ଥର ଲ୍ୟାଣ୍ଡ ପାଇଁ ଉଦ୍ୟମ କରିଥିଲା ହେଲିକପ୍ଟର । ହେଲେ ସଫଳ ହୋଇନଥିଲା। ଭିଡଦେଖି ଫେରିଯାଇଥିଲା । ଏହି ହେଲିକପ୍ଟରଟି ଭାରତୀୟ ବାୟୁସେନାର ବୋଲି ଅନୁମାନ କରାଯାଉଛି ।

ଅପରାହ୍ନରେ ସମୟ ପ୍ରାୟ ୪ଟା ୩୦ ସମୟରେ ହେଲିକପ୍ଟରଟି ପ୍ରଥମେ କଲେଜ ପଡ଼ିଆ ଉପରେ ଚକର ମାରିଥିଲା। ପରବର୍ତ୍ତୀ ସମୟରେ ଗଜପତି ଷ୍ଟାଡିୟମକୁ ଆସି ପ୍ରଥମେ ଲ୍ୟାଣ୍ଡ କରିବାକୁ ଚେଷ୍ଟା କରିଥିଲା କିନ୍ତୁ ପଡ଼ିଆରେ ପିଲାଙ୍କ ଭିଡ଼ ଦେଖି ଫେରିଥଲା । କିଛି ସମୟ ପରେ ପୁଣି ଷ୍ଡାଡିଅମ ଉପରକୁ ଆସି ଭୂମି ଠାରୁ ମାତ୍ର କିଛି ଫୁଟ ତଳକୁ ଆସିଥିଲା । ତେବେ ଏହି ଘଟଣା ନେଇ ସ୍ଥାନୀୟ ପୋଲିସ ନିକଟରେ କୌଣସି ସୂଚନା ନଥିବା କୁହାଯାଇଛି ।

ଏଥିସହିତ ପଢ଼ନ୍ତୁ: ୫ ରାଜ୍ୟରେ ବିଧାନସଭା ନିର୍ବାଚନ ତାରିଖ ଘୋଷଣା କଲେ CEC, ଜାଣନ୍ତୁ କେବେ କେଉଁଠି ମତଦାନ

Leave a Reply