ବାଘ ଆତଙ୍କ, ଗାଁରେ ପଶି ଗାଇକୁ ଖାଇଲା

ଗଜପତି: ଗାଈକୁ ମାରି ଖାଇଲା ବାଘ । ଗଜପତି ଜିଲ୍ଲା ରାୟଗଡ ବ୍ଲକ କୁମୁଲୁସିଂ ଅଁଳାବର ଗାଁ ଜଙ୍ଗଲରେ ଗାଈକୁ ଖାଇଲା ମହାବଳ ବାଘ । ଯାହାର ଫଟୋ ଟ୍ରାପ କ୍ୟାମେରାରେ କଏଦ ହୋଇଛି । ମହାବଳ ବାଘଟି ଗତ ଦୁଇ ଦିନ ହେଲା ଆନ୍ଧ୍ର ପ୍ରଦେଶର ସାରାଳି ନିକଟରେ ବୁଲୁଥିବାର ଖବର ରହିଥିଲା । ବର୍ତ୍ତମାନ ବାଘଟି ଦେବଗିରି ବନାଞ୍ଚଳର କୁମୁଲୁସିଙ୍ଗି ବିଟ୍ ଇଲାକାରେ ଚଳପ୍ରଚଳ କରୁଥିବାର ଦେଖାଯାଇଛି । ଏନେଇ ଗ୍ରାମବାସୀଙ୍କୁ ସତର୍କ କରାଇଛି ବନବିଭାଗ ।ସରକାରୀ ନିୟମ ଅନୁସାରେ ଗାଈ ମାଲିକ ରୁସାନ ଶବରଙ୍କୁ ୩୭ ହଜାର ୫୦୦ ଟଙ୍କା ଦିଆଯିବ ବୋଲି ସୂଚନା ମିଳିଛି ।