ବହୁ ଚର୍ଚ୍ଚିତ କାଳିଦାସ ମୃତ୍ୟୁ ଘଟଣାର ଖୋଲିଲା ରହସ୍ୟ, ଦୋଷ ସ୍ୱୀକାର କଲା ଅଭିଯୁକ୍ତ

ଗଜପତି: ଗଜପତି ଜିଲ୍ଲାର ବହୁ ଚର୍ଚ୍ଚିତ କାଳିଦାସ ମୃତ୍ୟୁ ଘଟଣା ରହସ୍ୟ ଉନ୍ମେ।ଚନ ହୋଇଛି । ଦୁର୍ଘଟଣାର ରୂପ ଦେଇ ପୋଲିସ ଆଖିରୁ ଅଭିଯୁକ୍ତ ଖସି ଯିବାକୁ ଚେଷ୍ଟା କରିଥିବା ସ୍ୱୀକାର କରିଛି । ମୁଖ୍ୟ ଅଭିଯ଼ୁକ୍ତ ସମେତ ଅନ୍ୟ ୨ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ଯାଜପୁରର ଭାସ୍କର ବିଶ୍ୱାଳକୁ ପଲାସା ରେଳ ଷ୍ଟେସନରୁ ଗିରଫ କରାଯାଇଛି ଏବଂ ଅନ୍ୟ ଦୁଇ ଅଭିଯୁକ୍ତଙ୍କୁ ଯାଜପୁରରୁ ଗିରଫ କରାଯାଇଥିବା ଏସ୍‌ପି ସାରା ଶର୍ମା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଗତ ଜାନୁଆରୀ ୮ତାରିଖରେ କାଳିଦାସଙ୍କୁ ମଦ ପିଆଇ ଟ୍ରାକ୍ଟର ଦ୍ଵାରା ଧକ୍କା ଦିଆଯାଇଥିଲା । ପରେ ଟ୍ରଲି ଚଢାଇ ହତ୍ୟା କରାଯାଇଥିବା ଅଭିଯ଼ୁକ୍ତ ସ୍ୱୀକାର କରିଛି । ଏଥିରେ ବ୍ୟବହୃତ ଟ୍ରାକ୍ଟର ଓ ବାଇକକୁ ଜବତ କରିଛି ପୋଲିସ ।

Leave a Reply