ଗଞ୍ଜେଇ ବେପାରରୁ ଗଡ଼ିଲା ମୁଣ୍ଡ, ଦିଲ୍ଲୀରୁ ୨ ଅଭିଯୁକ୍ତ ଗିରଫ

Gajapati Police Arrested Two From Delhi In A Murder Case

ମୋହନା: ଗଞ୍ଜେଇ ବେପାରକୁ ନେଇ ହତ୍ୟା । ଟଙ୍କା ଦେଣନେଣରୁ କଥା କଟାକଟି ପରେ ଜୀବନରୁ ମାରି ଦେଲେ । ଗତ ଫେବ୍ରୁଆୀ ୨୩ପେ ଗଜପତି ଜିଲ୍ଲା ଅଡ଼ବା ଥାନା ଚନ୍ଦ୍ରଗିରି ଜଗନ୍ନାଥପୁର ଗାଁର ରାସ୍ତାରୁ ଜଣଙ୍କ ମୃତଦେହ ଉଦ୍ଧାର ଘଟଣାର ପର୍ଦ୍ଦାଫାସ କରିଛି ପୋଲିସ । ହତ୍ୟାକାଣ୍ଡର ଦେଢ଼ମାସ ପରେ ଗଜପତି ପୋଲିସର ସ୍ୱତନ୍ତ୍ର ଟିମ୍ ଦିଲ୍ଲୀରୁ ୨ ଅଭିଯୁକ୍ତଙ୍କୁ ଗିରଫ କରିଛି ।

Gajapati Police Arrested Two From Delhi In A Murder Case

ଏନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଗଜପତି ଏସପି ଜୟରାମ ଶତପଥୀ । ୨୪ ତାରିଖରେ ଜଗନ୍ନାଥପୁର ରାସ୍ତାରୁ ପୋଲିସ ରକ୍ତାକ୍ତ ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଥିଲା । ତଦନ୍ତ ବେଳେ ମୃତକ ଅଡ଼ବା ଥାନା ଲମଡାଙ୍ଗ ଗାଁର ଜୋସେଫ୍ ନାୟକଙ୍କ ବୋଲି ଜଣାପଡ଼ିଥିଲା । ଦିନ ବିତିବା ସହ ବଢ଼ିଥିଲା ପୋଲିସର ତଦନ୍ତ ।

Gajapati Police Arrested Two From Delhi In A Murder Case

ଏହି ହତ୍ୟାକାଣ୍ଡ ଗଞ୍ଜେଇ କାରବାରକୁ ନେଇ ହୋଇଥିବା ପୋଲିସ କହିଛି । ମାମଲାରେ ଦିଲ୍ଲୀରୁ ସନି ଦାବସ ଓ ଦୀପକ ରାଇଙ୍କୁ ଗିରଫ କରିଛି ପୋଲିସ । ଫେବ୍ରୁଆରୀ ୨୩ରେ ଜୋସେଫକୁ ମାରି ରାସ୍ତାକଡ଼ରେ ଫିଙ୍ଗି ଦେବା ପରେ ଅଭିଯୁକ୍ତ ଦ୍ୱୟ ଦିଲ୍ଲୀ ପଳାଇ ଥିଲେ ବୋଲି ପୋଲିସକୁ କହିଛନ୍ତି ।