ସ୍ତ୍ରୀକୁ ପଥରରେ ଛେଚି ହତ୍ୟା କଲା ସ୍ୱାମୀ
1 min readନନ୍ଦିଘୋଷ ବ୍ୟୁରୋ: ଘରୋଇ କଳିର କରୁଣ ପରିଣତି । ସ୍ତ୍ରୀକୁ ପଥରରେ ଛେଚି ହତ୍ୟା କଲା ସ୍ୱାମୀ । ଏଭଳି ଅଭାବନୀୟ ଘଟଣା ଘଟିଛି ଗଜପତି ଜିଲ୍ଲା ଅଡବା ଥାନା ଗୁଲୁବା ପଞ୍ଚାୟତ କଲେମା ଗାଁରେ । ଗାଁର ଧର୍ମେନ୍ଦ୍ର ନାୟକ ସ୍ତ୍ରୀ ଲାଲିଙ୍କୁ ଅତି ନିର୍ମମ ଭାବେ ପଥରରେ ଛେଚି ହତ୍ୟା କରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ଅଡବା ଥାନା ଅଧିକାରୀ ଓ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି । ଗାଁ ଠାରୁ ପ୍ରାୟ ଦେଢ଼ କିଲୋମଟର ପାହାଡ ତଳେ ଥିବା ଏକ ନାଳର ପଥର କୋରଡରୁ ମୃତଦେହ ଉଦ୍ଧାର କରିଛି ପୋଲିସ୍ । ତେବେ ହତ୍ୟାକାରୀ ସ୍ବାମୀ ଧର୍ମେନ୍ଦ୍ର ଫେରାର ହୋଇଯାଇଛି । ଗତ 13 ବର୍ଷ ତଳେ ଅଡବା ଥାନା କଲେମ । ଗାଁର ଧର୍ମେନ୍ଦ୍ର ମୋହନା ଥାନା ଆମ୍ବଗାଁର ଲlଲି ନାୟକଙ୍କୁ ବିବାହ କରିଥିଲେ । ତେବେ ବିବାହ ଠାରୁ ପାରିବାରିକ ଅଶାନ୍ତି ଲାଗି ରହିଥିଲା । ଗତ ଗୁରୁବାର ଦିନ ଠାରୁ ଲlଲି ନିଖୋଜ ଥିଲେ । ମୃତଦେହ ପାହାଡ ତଳେ ପଡିଥିବା ଦେଖି ପୋଲିସ୍ କୁ ଖବର ଦେଇଥିଲେ ପରିବାର ଲୋକେ ।