ସଂକ୍ରମଣ ରୋକିବାକୁ ୩ ଦିନ ପାଇଁ ସଟଡାଉନ୍ ଘୋଷଣା
1 min readଗଜପତି: ବଢ଼ୁଛି କରୋନା ସଂକ୍ରମଣ । ଗଜପତି ଜିଲ୍ଲାରେ ଆଜି ଆଉ ୨୭ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏଥିସହ ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇ ୪୧୧ରେ ପହଞ୍ଚିଛି । କଣ୍ଟେନମେଣ୍ଟ ଜୋନରୁ ୧୨ ଜଣ, କ୍ୱାରେଣ୍ଟାଇନ୍ କେନ୍ଦ୍ରରୁ ୧୨ ଜଣ ଚିହ୍ନଟ ହୋଇଛନ୍ତି । ୨ ଜଣ ପୂର୍ବ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିବା ବେଳେ ଅନ୍ୟ ଜଣେ ଭୁବନେଶ୍ୱରରେ ଚିହ୍ନଟ ହୋଇଛନ୍ତି । ଦିନକୁ ଦିନ ଜିଲ୍ଲାରେ ସଂକ୍ରମଣ ବଢ଼ି ଚାଲୁଥିବା ବେଳେ ପ୍ରଶାସନ ବଡ଼ ପଦକ୍ଷେପ ନେଇଛି ।
ଜିଲ୍ଲାର ସଦରମହକୁମା ପାରଳାଖେମୁଣ୍ଡି ସହର ସମେତ ଗୁମ୍ମା, ଗୋଷାଣୀ ବ୍ଲକ ଏବଂ କାଶୀନଗର ବ୍ଲକର ରାଣିପେଣ୍ଠ ପଞ୍ଚାୟତକୁ ସଟଡାଉନ୍ ଘୋଷଣା କରିଛନ୍ତି ଜିଲ୍ଲାପାଳ । ଆସନ୍ତା ୨୮ ତାରିଖରୁ ୩୦ ତାରିଖ ପର୍ଯ୍ୟନ୍ତ ୩ ଦିନ ସଟଡାଉନ୍ ରହିବ । ଏହି ସମୟରେ ଜରୁରୀ ସ୍ୱାସ୍ଥ୍ୟସେବା ଓ କ୍ଷୀର ଯୋଗାଣ ଛଡ଼ା ଅନ୍ୟ ସମସ୍ତ ସେବା ବନ୍ଦ ରହିବ । ସଟଡାଉନ୍ ସମୟରେ ୪୦ଟି ସ୍ୱାସ୍ଥ୍ୟ ସେବା ଦଳ ବିଭିନ୍ନ ସ୍ଥାନ ଭ୍ରମଣ କରି କରୋନା ଲକ୍ଷଣ ଥିବା ଲୋକଙ୍କୁ ଚିହ୍ନଟ କରିବେ ।
Gosani&Gumma block, PKD town and Ranipentho GP of Kashinagar Block to be shut down for 3 days( 28-30.06.2020).Medical Emergency and milk shall be allowed… 40 number of Medical teams will do screening for symptoms… We request everyone to co-operate…@CMO_Odisha @HFWOdisha
— Collector Gajapati (@DM_Gajapati) June 26, 2020
ଏହି କାର୍ଯ୍ୟରେ ଡାକ୍ତରୀ ଦଳକୁ ସମସ୍ତ ଜନସାଧାରଣ ସହଯୋଗ କରିବାକୁ ଜିଲ୍ଲା ପ୍ରଶାସନ ନିବେଦନ କରିଛି । ସଟଡାଉନ୍ ପାଇଁ ଆବଶ୍ୟକୀୟ ସାମଗ୍ରୀ ମହଜୁଦ୍ ରଖିବାକୁ ପ୍ରଶାସନ ପରାମର୍ଶ ଦେଇଛି । ସମସ୍ତ ରାସନ ଦୋକାନ ଖୋଲିବା ପାଇଁ ସୁଯୋଗ ଦିଆଯିବ ବୋଲି ସୂଚନା ଦେଇଛନ୍ତି ଜିଲ୍ଲାପାଳ ।
https://nandighoshatv.com/corona-update-218-more-corona-positive-found-in-odisha/