spot_img

Latest Posts

ଆଜି ବିରାଜିବେ ମାଆ ଧନଦାତ୍ରୀ,ଉତ୍ସବ ମୁଖର ଗାଁଠୁ ସହର

ବ୍ୟୁରୋ : ଆଜି ଧନଦାତ୍ରୀଙ୍କ ମା’ ଗଜଲକ୍ଷ୍ମୀଙ୍କ ପୂଜା । ଉତ୍ସବ ମୁଖର ହୋଇଉଠିଛି ଗାଁଠୁ ସହର । ମାଆଙ୍କୁ ସ୍ବାଗତ ପାଇଁ ସଜେଇ ହୋଇଛି ପୂଜା ମଣ୍ଡପ । ଗଜଲକ୍ଷ୍ମୀ ପୂଜା ପାଇଁ ପ୍ରସିଦ୍ଧ ଢେଙ୍କାନାଳ। ଚଳିତଥର ମହାବୀର ବଜାର କମିଟିର ପୂଜା ପେଣ୍ଡାଲଟି ପଞ୍ଜାବର ଅମୃତସର ସ୍ଵର୍ଣ୍ଣ ମନ୍ଦିର ଆକୃତିର ତିଆରି କରାଯାଇଛି । ଢେଙ୍କାନାଳରେ ୧୧ଦିନ ବ୍ୟାପି ଚାଲିବ ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା। ମୋଟ ୩୮ ଗୋଟି ପୂଜା ମଣ୍ଡପରେ କରାଯିବ ମାଆଙ୍କ ପୂଜାର୍ଚ୍ଚନା । ପୂଜା ପାଇଁ ସମସ୍ତ ପୂଜା ପ୍ରତିଷ୍ଠାନ କର୍ମକର୍ତ୍ତା ଓ ଅଞ୍ଚଳବାସୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି । ରଙ୍ଗୀନ ଆଲୁଅରେ ଝଳସି ଉଠୁଛି ଢେଙ୍କାନାଳ ସହର। ସେପଟେ ପୂଜାକୁ ଶାନ୍ତି ଶୃଙ୍ଖଳା ସହିତ ସାରିବା ପାଇଁ ପ୍ରଶାସନ ପକ୍ଷରୁ ବ୍ଯାପକ ବ୍ଯବସ୍ଥା କରାଯାଇଛି ।

୧୩ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି। ଏହା ସହିତ ଜଣେ ଅତିରିକ୍ତ ଏସପି, ଜଣେ ଡେପୁଟି କମାଣ୍ଡାଣ୍ଟ, ୮ ଜଣ DSP ମୁତୟନ ହେବେ।ସେହିପରି ସହରକୁ ୫ଟି ସେକ୍ଟରରେ ବିଭକ୍ତ କରାଯିବା ସହିତ ୧୯ଟି ଅସ୍ଥାୟୀ ପୋଲିସ ଆଉଟ୍ ପୋଷ୍ଟ ପ୍ରସ୍ତୁତ କରାଯାଇଛି । ସେହିପରି ପୂଜା ସମୟରେ ଅପରାଧ କୁ ଦମନ କରିବା ପାଇଁ ଡ୍ରୋନ କ୍ୟାମେରା ଗୁଡ଼ିକର ସହାୟତା ନେବ ପୋଲିସ। ପ୍ରତି ମଣ୍ଡପରେ ସିସିଟିଭି ଲାଗିବା ସହିତ ଫାୟର ଶେଫ୍ଟିକୁ ଗୁରୁତ୍ଵ ଦେଇଛି ପ୍ରଶାସନ। ଟ୍ରାଫିକ ନିୟନ୍ତ୍ରଣକୁ ବି କଡାକଡି କରାଯାଇଛି ।ଭୁବନେଶ୍ବର, କଟକ , କେନ୍ଦ୍ରାପଡାରେ ବି ଗଜଲକ୍ଷ୍ମୀ ପୂଜା ଅନୁଷ୍ଠିତ ହୋଇଛି ।

Latest Posts

Don't Miss