ଗଗନଯାନରେ ଯିବ ରୋବଟ ବ୍ୟୋମମିତ୍ରା: ମହାକାଶର ତାପମାତ୍ରା ମାପିବା ସହ ହୃଦୟ ସ୍ପନ୍ଦନ ରେକର୍ଡ କରିବ ରୋବଟ
1 min readବାଙ୍ଗାଲୁଗୁ: ଭାରତୀୟ ମହାକାଶ ଗବେଷଣା ସଂସ୍ଥା(ଇସ୍ରୋ) ପକ୍ଷରୁ ୨୦୨୨ରେ ଗଗନୟାନ ମିଶନ କରାଯିବା ପାଇଁ ଉଦ୍ୟମ ଆରମ୍ଭ ହୋଇଛି । ଏହା ପୂର୍ବରୁ ମାନବ ରୋବୋଟ ବ୍ୟୋମମିତ୍ରାକୁ ଏକ ମାନବ ବିହୀନ ରକେଟରେ ମହାକାଶକୁ ପଠାଯିବାର ଯୋଜନା କରାଯାଇଛି ।
Bengaluru: ISRO's half humanoid 'Vyommitra' to be placed in the first unmanned mission under #Gaganyaan to simulate most of the human body functions. Sam Dayal, ISRO scientist says, "It will try to simulate a human & report back to us. We are doing this as an experiment". pic.twitter.com/tikJJLierO
— ANI (@ANI) January 22, 2020
ବୁଧବାର ବ୍ୟୋମମିତ୍ରାର ଫଟୋ ଏବଂ ଭିଡ଼ିଓ ଇସ୍ରୋ ପକ୍ଷରୁ ଜାରି କରାଯାଇଛି। ଏହା ମଣିଷ ଭଳି ଆଚରଣ ପ୍ରଦର୍ଶନ କରିବାକୁ ସକ୍ଷମ । କେତେକ ପ୍ରଶ୍ନରେ ଏହି ରୋବୋଟ ବିଶ୍ଲେଷଣାତ୍ମକ ସମୀକ୍ଷା କରିପାରିବ ବୋଲି ଇସ୍ରୋ ବୈଜ୍ଞାନିକ ସୈମ୍ ଦୟାଲ ସୂଚନା ଦେଇଛନ୍ତି।
Humanoid for Gaganyaan unveiled. This is the prototype humanoid which will go as trial before #gaganyaan goes with astronauts. This humanoid speaks too and is named Vyom Mitra . pic.twitter.com/TKX6pbLyrb
— PB-SHABD (@PBSHABD) January 22, 2020
୨୦୨୦ ଡିସେମ୍ବର ଏବଂ ୨୦୨୧ ଜୁଲାଇରେ ରୋବୋଟ ବ୍ୟୋମମିତ୍ରାକୁ ମହାକାଶକୁ ପଠାଯିବ ବୋଲି ଇସ୍ରୋ ମୁଖ୍ୟ କେ. ଶିବନ କହିଛନ୍ତି।
ଇସ୍ରୋର ଗଗନୟାନ ମାନବ ମିଶନରେ ସାମିଲ୍ ହେବାକୁଥିବା ୪ ଜଣ ମହାକାଶଚାରୀଙ୍କୁ ଚଳିତ ବର୍ଷ ଜାନୁୟାରୀ ଶେଷ ସପ୍ତାହରେ ତାଲିମ ପାଇଁ ରୁଷିଆ ପଠାଯିବାର କାର୍ଯ୍ୟକ୍ରମ ରହିଛି। ଗଗନୟାନ ମିଶନ କେବଳ ଜାତୀୟ ନୁହେଁ ଅନ୍ତର୍ଜାତୀୟସ୍ତରରେ ମଧ୍ୟ ବହୁ ସକାରାତ୍ମକ ପ୍ରଭାବ ସୃଷ୍ଟି କରିବ। ଇସ୍ରୋର ଏହି ମିଶନରେ କୌଣସି ମହିଳା ମହାକାଶଚାରୀ ସାମିଲ୍ ହେବେ ନାହିଁ।
ତେବେ ମାନବ ବିହୀନ ମିଶନରେ ମହିଳାଙ୍କ ପ୍ରତିକୃତି ସଦୃଶ ରୋବୋଟ ବ୍ୟୋମମିତ୍ରକୁ ପଠାଯିବ। ଏହା ମହାକାଶର ତାପମାତ୍ରା ମାପିବା ସହିତ ହୃଦୟ ସ୍ପନ୍ଦନ ରେକର୍ଡ କରିବା ଆଦି ବହୁ ଉଲ୍ଲେଖନୀୟ କାର୍ଯ୍ୟ ସମ୍ପନ୍ନ କରିବ। ପରେ ଏହାକୁ ମାନବ ମିଶନରେ ମଧ୍ୟ ସାମିଲ୍ କରାଯିବ ବୋଲି ଶିବନ୍ କହିଛନ୍ତି ।