ଗଗନଯାନ କ୍ରୁ ମଡ୍ୟୁଲର ସଫଳ ଲଞ୍ଚିଂ, ସକାଳେ ବୈଷୟିକ ତ୍ରୁଟି କାରଣରୁ ଉତକ୍ଷେପଣ ସ୍ଥଗିତ ରହିଥିଲା

1 min read

ଅମରାବତୀ: ଗଗନଯାନର କ୍ରୁ ମଡ୍ୟୁଲର ହେଲା ସଫଳ ଲଞ୍ଚିଂ । ଶ୍ରୀହରିକୋଟା ସତୀଶ ଧାୱନ ସ୍ପେସ ସେଣ୍ଟରରୁ ଉତକ୍ଷେପଣ । ସକାଳେ ବୈଷୟିକ ତ୍ରୁଟି କାରଣରୁ ଉତକ୍ଷେପଣ ସ୍ଥଗିତ ରହିଥିଲା ।

ଚନ୍ଦ୍ରଯାନ-୩ର ସଫଳ ପରୀକ୍ଷଣ ପରେ ମହାକାଶ ଗବେଷଣାରେ ଭାରତୀୟ ମହାକାଶ ଗବେଷଣା ସଂସ୍ଥା ISROର ଆଉ ଏକ ମାଇଲଖୁଣ୍ଟ । ମିଶନ ଗଗନଯାନରେ ପ୍ରଥମ ପରୀକ୍ଷଣ ସଫଳ ହୋଇଛି। ଗଗନଯାନର କ୍ରୁ ମଡ୍ୟୁଲ ସଫଳତାର ସହ ପ୍ରକ୍ଷେପଣ କରାଯାଇଥିଲା। ସକାଳ ୧୦ଟା ସମୟରେ ହୋଇଥିଲା ଏହି ପରୀକ୍ଷଣ । ଏହା ପରେ ଗଗନଯାନରେ କ୍ରୁ ଏସକେପ୍ ମଡ୍ୟୁଲର ପରୀକ୍ଷଣ ହୋଇଥିଲା ।

ପ୍ରକ୍ଷେପଣ ପରେ ଆକାଶରେ ଠିକ୍ ସମୟରେ ଅଲଗା ହୋଇଯାଇଥିଲା ଯାନରେ ଥିବା ଏସକେପ୍ ସିଷ୍ଟମ । ପାରାଚୁଟ ସହାୟତାରେ ସଫଳତାର ସହ ସମୁଦ୍ରକୁ ଓହ୍ଲାଇଥିଲେ ଟେଷ୍ଟ ମିଶନ ଯାଇଥିବା ସଦସ୍ୟ । ମିଶନର ସଫଳ ଲ୍ୟାଣ୍ଡିଂ ପରେ ପ୍ରତିକ୍ରିୟା ରଖିଛନ୍ତି ଇସ୍ରୋ ଅଧ୍ୟକ୍ଷ ଏସ ସୋମନାଥ । ଗଗନଯାନ ମିଶନର ଟିବି-ଡି-୧ ପରୀକ୍ଷଣ ସଫଳ ହୋଇଥିବା ନେଇ ସେ ଖୁସି ପ୍ରକାଶ କରିଛନ୍ତି । ମିଶନ ଗଗନଯାନର ଟେଷ୍ଟ ଭେଇକିଲ୍ ଏବୋର୍ଟ ମି୍ଶନ ଟିବିଡି-୧ ପରୀକ୍ଷଣ ସଫଳ ହୋଇଥିବାରୁ ବୈଜ୍ଞାନିକ ମାନେ ଖୁସିରେ ଝୁମି ଉଠିଥିଲେ ।

ଶ୍ରୀହରିକୋଟାର ସତୀଶ ଧାବନ ସ୍ପେଶ ସେଣ୍ଟରରୁ ଏହାର ପରୀକ୍ଷଣ ହୋଇଥିଲା । ପୂର୍ବରୁ ସକାଳ ୮ଟା ୪୫ ମିନିଟରେ ଏହି ପରୀକ୍ଷଣ ହେବାର ଥିଲା । ତେବେ ବୈଷୟିକ ତ୍ରୁଟି କାରଣରୁ ଏହାକୁ ସ୍ଥଗିତ ରଖାଯାଇ ପରେ ୧୦ଟାରେ କରାଯାଇଥିଲା