‘ଗଦର-୨’କୁ ନେଇ ଗଦଗଦ୍ ସଲମାନ ଖାନ, ଏମିତି କହି କଲେ ଟ୍ୱିଟ୍

1 min read

ମୁମ୍ବାଇ: ନିକଟରେ ରିଲିଜ୍ ହୋଇଛି ସନ୍ନି ଦେଓଲଙ୍କ ଅଭିନୀତ ଚଳଚ୍ଚିତ୍ର ’ଗଦର-୨’। ଅଗଷ୍ଟ ୧୧ ରିଲିଜ୍ ହୋଇଥିବା ଏହି ଫିଲ୍ମ ପ୍ରଥମ ଦିନରେ ଭଲ ରୋଜଗାର କରିବା ସହ ଦର୍ଶକଙ୍କ ମନମୋହି ପାରିଛି । ଫିଲ୍ମର ସଫଳତା ପାଇଁ ଶୁଭେଚ୍ଛାର ସୁଅ ମଧ୍ୟ ଛୁଟିଥିବା ଦେଖିବାକୁ ମିଳିଛି ।

ଦର୍ଶକଙ୍କଠାରୁ ଆରମ୍ଭ କରି ବଲିଉଡ କଳାକାର ଫିଲ୍ମକୁ ନେଇ ପ୍ରଂଶସା କରିଛନ୍ତି । ତେବେ ଏହି ତାଲିକାରେ ସାମିଲ ହୋଇଛନ୍ତି ବଲିଉଡ ସୁପରଷ୍ଟାର ସଲମାନ ଖାନ । ନିଜର ସୋସିଆଲ ମିଡିଆ ସାଟଇ ଟ୍ବିଟରେ ’ଗଦର-୨’କୁ ନେଇ ଏକ ପୋଷ୍ଟ କରିଛନ୍ତି । ସେ ଲେଖିଛନ୍ତି କି, ଢ଼ାଇ କିଲୋର ହାତ ୪୦ କୋଟିର ଆରମ୍ଭ । ସନ୍ନି ପାଜି ଏବଂ ’ଗଦର-୨’ ଫିଲ୍ମର ସମସ୍ତ ସଦସ୍ୟଙ୍କ ଧନ୍ୟବାଦ । ଏକ ସୁନ୍ଦର ଚଳଚ୍ଚିତ୍ର ପାଇଁ । ସଲମାନଙ୍କ ଏହି ପୋଷ୍ଟକୁ ୟୁଜର୍ସମାନେ ପସନ୍ଦ କରିଥିବା ଦେଖିବାକୁ ମିଳିଛି ।

’ଗଦର-୨’ର ପ୍ରଥମ ଦିନର ରୋଜଗାର କଥା କହିବା ତାହେଲେ ୪୦ରୁ ୪୫ କୋଟି ଟଙ୍କା ଆୟ ହୋଇଛି । ଦର୍ଶକମାନେ ଫିଲ୍ମକୁ ପସନ୍ଦ କରିଥିବାବେଳେ ଏହା ବକ୍ସ ଅଫିସରେ ହିଟ୍ ହେବ ବୋଲି ଆଶା ରଖିଛି ପ୍ରଯୋଜନା ସଂସ୍ଥା । ଗଦର ଫିଲ୍ମ ୨୦୦୧ ମସିହାରେ ଣିଲିଜ ହୋଇଥିବାବେଳେ ଅମିଶା ପଟେଲଙ୍କ ସହ ସନ୍ନିଙ୍କ ଯୋଡ଼ିକୁ ଦର୍ଶକେ ବେଶ ପସନ୍ଦ କରିଥିଲେ । ଦୀର୍ଘ ବର୍ଷ ପରେ ଏହାର ଦ୍ବିତୀୟ ଭାଗ ଆାସିଛି । ଟିଜର ରିଲିଜ ହେବା ଦିନରୁ ଦର୍ଶକଙ୍କ ଉତ୍ସାହ ବଢ଼ିଥିବାବେଳେ ଆାଗୁଆ ଟିକେଟ୍ ମଧ୍ୟ ବୁକିଂ କରିଥିଲେ ସନ୍ନିଙ୍କ ପ୍ରଶଂସକ ।