ସନ୍ନି ଦେଓଲଙ୍କ ରାଜନୈତିକ କ୍ୟାରିୟର ଉଜ୍ଜଳ କରିବ କି ’ଗଦର-୨’ ଫିଲ୍ମ ?

1 min read

ନୂଆଦିଲ୍ଲୀ: ନିକଟରେ ରିଲିଜ ହୋଇଥିବା ଗଦର-୨ ବକ୍ସ ଅଫିସରେ ଗୋଟିଏ ପରେ ଗୋଟିଏ ରେକର୍ଡ କରିବାରେ ଲାଗିଛି । ସନ୍ନି ଦେଓଲଙ୍କ ଅଭିନୀତ ଏହି ଫିଲ୍ମ ୩ଦିନରେ ୧୩୪ କୋଟି ଟଙ୍କାର ବ୍ୟବସାୟ କରିସାରିଲାଣି । ସନ୍ନି ଦେଓଲଙ୍କ ଏହି ଫିଲ୍ମଙ୍କୁ ଦର୍ଶକେ ଭଲ ପାଇବା ଦେଇଥିବାବେଳେ ତାଙ୍କର ଲୋକପ୍ରିୟତା ମଧ୍ୟ ବଢ଼ିବାରେ ଲାଗିଛି । ଏବେ ପଞ୍ଜାବର ଗୁରୁଦାସପୁରରୁ ସାଂସଦ ଅଛନ୍ତି ସନ୍ନି । ବିଜେପିରୁ ଏହି ଆସନରେ ଜିତିଥିବା ସନ୍ନି କିନ୍ତୁ ନିଜ ସଂସଦୀୟ କ୍ଷେତ୍ରକୁ ଏେତ ଯାଉନଥିବା ଲୋକେ ଅଭିଯୋଗ କରିଛନ୍ତି । ଏପରିକି ବହୁ ଲୋକ ତାଙ୍କୁ ବିରୋଧ ମଧ୍ୟ କରିଛନ୍ତି ।

୨୦୨୪ରେ ନିର୍ବାଚନ ହେବାକୁ ଥିବାବେଳେ ଏହା ପୂର୍ବରୁ ଗଦର-୨ର ସଫଳତା ତାଙ୍କ ରାଜନୈତିକ କ୍ୟାରିୟର ଉପରେ ପ୍ରଭାବ ପକାଇବା ସହ ଲୋକଙ୍କ ଭଲପାଇବା ପୁଣିଥରେ ମିଳିବ ବୋଲି ଚର୍ଚ୍ଚା ହେଉଛି । ସୁନୀଲ କୁମାର ଜାଖରଙ୍କ ବିପକ୍ଷରେ ସନ୍ନି ପ୍ରାର୍ଥୀ ହୋଇ ବିଜୟୀ ହୋଇଥିଲେ । କିନ୍ତୁ ଏବେ ସୁନୀଲ ବିଜେପିରେ ଯୋଗ ଦେବାସହ ଭଲ ପଦବୀରେ ଅଛନ୍ତି । ଏଣୁ ୨୦୨୪ରେ ସନ୍ନି ଦେଓଲଙ୍କୁ ଟିକେଟ ମିଳିବ କି ନାହିଁ ଏହାକୁ ନେଇ ଏକ ଚର୍ଚ୍ଚା ହେଉଥିଲା । ଏବେ ଗଦର-୨ ର ସଫଳତା ପରେ ପୁଣି ତାଙ୍କ ରାଜନୈତିକ କ୍ୟାରିୟର ଉପରେ ପ୍ରଭାବ ପକାଇବା ବୋଲି ଆଶା କରାଯାଉଛି ।