ନାଁ ନନେଇ ବିରାଟଙ୍କୁ ଗାଭାସ୍କରଙ୍କ ସମାଲୋଚନା

1 min read

ନନ୍ଦିଘୋଷ ବ୍ୟୁରୋ: ପୂର୍ବତନ ଭାରତୀୟ କ୍ରିକେଟର ସୁନିଲ ଗାଭାସ୍କର ବଡ଼ ଖେଳାଳିଙ୍କ ନାମ ନନେଇ ସମାଲୋଚନା କରିଛନ୍ତି । ଯଦିଓ ସେ କାହା ନାମ ନେଇ ନାହାନ୍ତି ତଥାପି ଏହା ବିରାଟ କୋହଲିଙ୍କ ଉପରକୁ ନିଶାନା ଯିବା ଭଳି ମନେ ହେଉଛି । ଏକ ଜାତୀୟ ଗଣମାଧ୍ୟମକୁ ଇଣ୍ଟରଭିୟ୍ୟୁ ଦେଇ କହିଛନ୍ତି କି, କୌଣସି ଜଣେ ଖେଳାଳିଙ୍କ ବିନା କୌଣସି ଦଳ ଜିତି ଯାଇନଥାଏ । ଖେଳରେ ଟିମ ସ୍ପିରିଟ ବହୁ ଗୁରୁତ୍ବପୂର୍ଣ୍ଣ ହୋଇଥାଏ । ଦଳର ପ୍ରଦର୍ଶନ ମ୍ୟାଚ ଉପରେ ନିର୍ଭର କରିଥାଏ । ୨୦୨୧ ମସିହାରେ ଅଷ୍ଟ୍ରେଲିଆ ବିପକ୍ଷ ସିରିଜର ଉଦାହରଣ ଦେଇ ଗାଭାସ୍କର କହିଛନ୍ତି କି, କୋହଲି ଜଣେ ଷ୍ଟାର ଖେଳାଳି । ତଥାପି ତାଙ୍କ ବିନା ଦଳ ଏହି ଗସ୍ତରେ ବିଜୟୀ ହୋଇଥିଲା । ଇଂଲଣ୍ଡ ବିପକ୍ଷ ଶେଷ ଟେଷ୍ଟ ମ୍ୟାଚ ପୂର୍ବରୁ ଏଭଳି କହିଛନ୍ତି ଗାଭାସ୍କର । କହି ରଖୁଛୁ କି, କୋହଲି ନିଜର ବ୍ୟକ୍ତିଗତ କାରଣ ଦର୍ଶାଇ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ ଖେଳିନାହାନ୍ତି ।

୨୦୨୦-୨୧ରେ ଅଷ୍ଟ୍ରେଲିଆ ବିପକ୍ଷ ସିରିଜରେ ଯେତେବେଳେ କୋହଲିଙ୍କ ପ୍ରଥମ ସନ୍ତାନ ଜନ୍ମ ହୋଇଥିଲା ସେତେବେଳେ ଛୁଟିରେ ଆସିଥିଲେ ବିରାଟ । ଭାରତ ପ୍ରଥମ ଟେଷ୍ଟ ମ୍ୟାଚ ହାରି ଯାଇଥିଲା । ମାତ୍ର କୋହଲିଙ୍କ ଅନୁପସ୍ଥିତି ଯୁବ ଖେଳାଳିଙ୍କମାନେ ଡେବ୍ୟୁ କରିଥିଲେ । ଆଉ ଭାରତ ସିରିଜ ବିଜୟୀ ହୋଇଥିଲା । ଏପରିକି ସେହି ସିରିଜରେ ସିନିୟର ଖେଳାଳିମାନେ ମଧ୍ୟ ଆହତ ରହିଥିଲେ । ଆଜିଙ୍କ୍ୟା ରାହାଣେଙ୍କ ନେତୃତ୍ବରେ ଦଳ ବିଜୟ ହାସଲ କରିଥିଲା । କେବଳ ଏହି ଗୋଟିଏ ଉଦାହରଣ ନୁହେଁ ଏଭଳି ବହୁ ଉଦାହରଣ ଦେବା ସହ ସମାଲୋଚନା କରିଥିଲେ ଗାଭାସ୍କର ।