ବାରବାଟୀରେ ଏମିତି ଚେତାବନୀ ଦେଇଥିଲେ ଗାଭାସ୍କର, ଶେଷରେ ହୋଇଗଲା ସତ

ନନ୍ଦିଘୋଷ ବ୍ୟୁରୋ: ଇଂଲଣ୍ଡ ବିପକ୍ଷ ଦ୍ବିତୀୟ ଦିନିକିଆ ବିଜୟୀ ହେବା ସହ ଭାରତ ସିରିଜ ହାତେଇଛି । ରୋହିତ ଶର୍ମା ବାରବାଟୀରେ ଫର୍ମ ଫେରି ପାଇଥିବାବେଳେ ଏକ ଦମଦାର ଶତକ ହାସଲ କରିଥିଲେ । ରୋହିତଙ୍କ ବ୍ୟାଟ୍ ଚମକିଥିବାବେଳେ ଭାରତ ଏହାକୁ ଅତି ସହଜରେ ବିଜୟ ହାସଲ କରିବ ବୋଲି କୁହାଯାଉଥିଲା । ମାତ୍ର ଶେଷ ସମୟରେ ଭାରତ ଯେଉଁ ଓ୍ବିକେଟ ହରାଇଥିଲା ଏହାକୁ ନେଇ ପୂର୍ବରୁ ଚେତାବନୀ ଦେଇଥିଲେ ସୁନିଲ ଗାଭାସ୍କର । ଯେତେବେଳେ ଶ୍ରେୟସ ଆଉଟ୍ ହୋଇଥିଲେ ସେତେବେଳେ କମେଟ୍ରି କରୁଥିବା ଗାଭାସ୍କର କହିଥିଲେ କି, ଭାରତକୁ ଦେଖିଚାହିଁ ଚାହିଁ ବ୍ୟାଟିଂ କରିବାକୁ ପଡ଼ିବ । ଅକ୍ଷର ଏବଂ ରାହୁଲ ଗଡେଇ ଗଡେଇ ଖେଳିବା ଦରକାର । ଯଦି ଶ୍ରୀଗ୍ର ବିଜୟ ଆଶା କରିବେ ତାହେଲେ ଭାରତକୁ ଆଉ ଏକ ଓ୍ବିକେଟ ହରାଇବାକୁ ପଡ଼ିବ । ଯାହାର ପ୍ରତିଫଳନ ରାହୁଲଙ୍କ କ୍ଷେତ୍ରରେ ଦେଖିବାକୁ ପଡ଼ିଥିଲା । ଦଳକୁ ବିଜୟୀ କରିବା ଲାଗି ବଡ଼ ସଟ ଖେଳିବାକୁ ଯାଇ ଆଉଟ୍ ହୋଇଥିଲେ ରାହୁଲ । ଏବେ ସୁନିଲ ଗାଭାସ୍କର କହିଥିବା ଏହି କଥାଟି ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି ।