ମିଳିଲା ଅନୁମତି: ଅବସର ନେବେ ରାଜ୍ୟ ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀ:

ଭୁବନେଶ୍ୱର: ଚାକିରିରୁ ଅବସର ନେବେ ବରିଷ୍ଠ ପ୍ରଶାସନିକ ସେବା ଅଧିକାରୀ ତଥା ରାଜ୍ୟ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ । ଆସନ୍ତା ଡିସେମ୍ୱର ୩୧ ତାରିଖରେ ତାଙ୍କ କାର୍ଯ୍ୟକାଳ ସରୁଥିବା ବେଳେ ଏ ନେଇ ମିଳିଛି ସବୁଜ ସଙ୍କେତ । ସଧାରଣ ପ୍ରଶାସନ ବିଭାଗରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି ଯେଉଁଥିରେ ତାଙ୍କୁ ଅବସର ନେବା ପାଇଁ ଅନୁମତି ମିଳିଥିବା ଉଲ୍ଲେଖ ରହିଛି । ଶ୍ରୀ ତ୍ରିପାଠୀ ରାଜ୍ୟ ମୁଖ୍ୟ ଶାସନ ସଚିବ ଏବଂ ମୁଖ୍ୟ ଉନ୍ନୟନ କମିଶନର ଭାବେ ଦାୟିତ୍ୱ ତୁଲାଉଛନ୍ତି ।

୧୯୮୬ ବ୍ୟାଚର ଆଇଏଏସ୍ ଶ୍ରୀ ତ୍ରିପାଠୀ ୨୦୧୯ ମସିହା ଅଗଷ୍ଟ ୧୫ ତାରିଖରେ ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ । ତେବେ ବରିଷ୍ଠତା ଦୃଷ୍ଟିରୁ ଆଇଏଏସ ସୁରେଶ ମହାପାତ୍ର ପରବର୍ତ୍ତୀ ମୁଖ୍ୟ ଶାସନ ସଚିବ ହୋଇପାରନ୍ତି । ଉନ୍ନୟନ କମିଶନ ଅଛନ୍ତି ବରିଷ୍ଠ ଆଇଏଏସ ସୁରେଶ ମହାପାତ୍ର ।

Leave a Reply