ଡିସେମ୍ବରରେ ୭୫ ପ୍ରତିଶତ କର୍ମଚାରୀଙ୍କୁ ନେଇ କାର୍ଯ୍ୟ କରିବ ଟ୍ୱିନ୍ ସିଟିରେ ଥିବା ସରକାରୀ କାର୍ଯ୍ୟାଳୟ

1 min read

ଭୁବନେଶ୍ୱର: ରାଜ୍ୟରେ କମିଛି କରୋନା ସଂକ୍ରମଣ । ଡିସେମ୍ବରରେ ରହିଛି କରୋନାର ଦ୍ୱିତୀୟ ଲହରୀ ଆଶଙ୍କା । ଏହି ସମୟରେ ସରକାରୀ କାର୍ଯ୍ୟାଳୟରେ କାମ ସ୍ୱାଭାବିକ ରଖିବାକୁ ନିର୍ଦ୍ଦେଶନାମା ଜାରି କରାଯାଇଛି । GAPG ବିଭାଗ ପକ୍ଷରୁ ଜାରି ନିର୍ଦ୍ଦେଶନାମା ପ୍ରକାରେ ଡିସେମ୍ବର ମାସରେ ୭୫ ପ୍ରତିଶତ କର୍ମଚାରୀଙ୍କୁ ନେଇ କାର୍ଯ୍ୟାଳୟ ଚାଲିବ । ଭୁବନେଶ୍ୱର ସମେତ କଟକରେ ଥିବା ସରକାରୀ କାର୍ଯ୍ୟାଳୟ ଓ ଅଧସ୍ତନ ଅଫିସ୍ ଲାଗି ଏହି ନିର୍ଦ୍ଦେଶନାମା ଜାରି କରାଯାଇଛି ।

 Functioning of Government Offices during December 2020

ଗ୍ରୁପ୍ ‘ଏ’ ଅଧିକାରୀଙ୍କୁ ମିଶାଇ ୭୫ ପ୍ରତିଶତ କର୍ମଚାରୀରେ ସରକାରୀ କାର୍ଯ୍ୟାଳୟ ଡିସେମ୍ବର ମାସରେ ଟ୍ୱିନ୍ ସିଟିରେ ଚାଲିବ । ରାଜ୍ୟ ସରକାରଙ୍କ ସମସ୍ତ କାର୍ଯ୍ୟାଳୟ ଡିସେମ୍ବର ମାସର ସବୁ ଶନିବାର ବନ୍ଦ ରହିବ । ତେବେ, କେଉଁ ବିଭାଗର କେଉଁ ଅଧିକାରୀ ଆଉ କର୍ମଚାରୀ ଅଫିସ୍ ଆସିବେ କି ନାହିଁ ତାହା ଉପରିସ୍ଥ ଅଧିକାରୀ ନିଷ୍ପତ୍ତି ନେବେ । ଜରୁରୀକାଳୀନ ସେବା ଯେମିତି SRC ଓ OSDMA କାର୍ଯ୍ୟାଳୟ, ପୋଲିସ, ଅଗ୍ନିଶମ, ସ୍ୱାସ୍ଥ୍ୟ, ପୌର ସଂସ୍ଥା କାର୍ଯ୍ୟାଳୟ ଶହେ ପ୍ରତିଶତ କର୍ମଚାରୀଙ୍କୁ ନେଇ ସବୁଦିନ କାର୍ଯ୍ୟ କରିବ ।

 Functioning of Government Offices during December 2020F
File

ଜୁନରେ ଜାରି ହୋଇଥିବା କୋଭିଡ୍ କଟକଣାକୁ ମାନି ଅଫିସ୍ କାମ ହେବ । କୌଣସି କର୍ମଚାରୀଙ୍କ ଠାରେ କୋଭିଡ୍ ଚିହ୍ନଟ ହେଲେ ଜୁଲାଇ ମାସ ନିର୍ଦ୍ଦେଶନାମା ଅନୁସାରେ ପଦକ୍ଷେପ ନିଆଯିବ । ଘରୁ କାମ କରୁଥିବା ଅଧିକାରୀ, କର୍ମଚାରୀଙ୍କୁ VPN ଯୋଗାଇ ଦିଆଯିବ । ଡ୍ୟୁଟି ଦିଆଯାଇ ନଥିଲେ ଘରୁ କାମ କରୁଥିବା କର୍ମଚାରୀ ବିନା ଅନୁମତିରେ ହେଡକ୍ୱାର୍ଟର ଛାଡ଼ି ଯାଇପାରିବେ ନାହିଁ ।

Leave a Reply