ପୁଣି ବଢିଲା ତୈଳ ଦର, ଦିଲ୍ଲୀରେ ପେଟ୍ରୋଲ ୧୦୪ ଟଙ୍କା ୪୪ ପଇସା

ନୂଆଦିଲ୍ଲୀ: ପୁଣି ବଢିଲା ତୈଳ ଦର । ଲଗାତାର ଭାବେ ଆଜି ସପ୍ତମ ଦିନ ପାଇଁ ବଢିଛି ପେଟ୍ରୋଲ ଓ ଡିଜେଲ୍ ଦର । ଦେଶର ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଦର ୩୦ ପଇସା ବୃଦ୍ଧି ପାଇଁ ଲିଟର ପିଛା ଦର ୧୦୪ ଟଙ୍କା ୪୪ ପଇସାରେ ପହଞ୍ଚିଛି । ଡିଜେଲ ୩୫ ପଇସା ବୃଦ୍ଧି ପାଇ ୯୩ ଟଙ୍କା ୧୭ ପଇସାରେ ପହଞ୍ଚିଛି ।
ସେହିଭଳି ମୁମ୍ବାଇର ପେଟ୍ରୋଲ ଦର ୧୧୦ ଟଙ୍କା ୪୧ ପଇସା ଥିବାବେଳେ ଡିଜେଲ ଦର ୧୦୧ ଟଙ୍କା ୩ ପଇସା ରହିଛି । ଲଗାତାର ଭାବେ ବଢୁଥିବା ତୈଳ ଦରକୁ ନେଇ ଗ୍ରାହକଙ୍କ ମଧ୍ୟରେ ଅସନ୍ତୋଷ ବଢିବାରେ ଲାଗିଛି । କେନ୍ଦ୍ର ସରକାର ଯଥାଶୀଘ୍ର ଏ ଦିଗରେ ଧ୍ୟାନ ଦେବା ସହ ଦର କମାଇବା ପାଇଁ ସାଧାରଣରେ ଦାବି ହୋଇଛି ।