ଭୁବନେଶ୍ୱର: ହୁ ହୁ ହୋଇ ଭାବେ ବଢ଼ିବାରେ ଲାଗିଛି ତୈଳ ଦର। ଗ୍ରାହକଙ୍କୁ ଘାରିଛି ମହଙ୍ଗା ମାଡ଼। ଲଗାତର ୧୪ ଦିନ ପାଇଁ ବଢ଼ିଲା ତେଲ ଦର। ଆଜି ପେଟ୍ରୋଲ୍ ଦର ୫୧ ପଇସା ବୃଦ୍ଧି ହୋଇଥିବା ବେଳେ ଡିଜେଲ୍ ୬୧ ପଇସା ବୃଦ୍ଧି ହୋଇଛି। ପେଟ୍ରୋଲ ଦର ଏବେ ୭୮.୮୮ ପଇସା ହୋଇଛି । ଅପରପକ୍ଷରେ ଡିଜେଲ ଦର ଏବେ ୭୭.୬୭ ପଇସା ହୋଇଛି।
୧୪ ଦିନରେ ପେଟ୍ରୋଲ ଲିଟର ପିଛା ୫ ଟଙ୍କା ୮୮ ପଇସା ବୃଦ୍ଧି ହେଲାଣି। ସେହିପରି ଡିଜେଲ ଦର ଲିଟର ପିଛା ୬ ଟଙ୍କା ୫୦ ପଇସା ବୃଦ୍ଧି ହୋଇଛି । ଲକଡାଉନ ଯୋଗୁଁ ଲୋକେ ଆର୍ଥିକ ସଙ୍କଟ ଦେଇ ଗତିକରୁଥିବା ବେଳେ କେନ୍ଦ୍ରର ଗ୍ରାହକ ମାରଣନୀତିକୁ ନିନ୍ଦା କରାଯାଇଛି। ଗଲା ୬ ତାରିଖରେ ପେଟ୍ରୋଲ ଦର ଥିଲା ୭୧ ଟଙ୍କା ୭୨ ପଇସା। ଡିଜେଲ ଦର ଥିଲା ୬୭ ଟଙ୍କା ୭୩ ପଇସା। ୭ ତାରିଖରୁ ଲଗାତାର ତେଲ ଦର ବଢ଼ିବଢ଼ି ୭ ଟଙ୍କା ୫୫ ପଇସା ମହଙ୍ଗା ହେଲାଣି।

