ପୁଣି ବଢ଼ିଲା ତେଲ ଦର: ମାଲକାନଗିରିରେ ୧୦୦ ଟପିଲା ପେଟ୍ରୋଲ

ଭୁବନେଶ୍ୱର: ଦେଶରେ କ୍ରମାଗତ ଭାବେ ବଢ଼ି ଚାଲିଛି ତେଲ ଦର । ତେଲ କମ୍ପାନୀମାନେ ଆଜି ପୁଣି ଥରେ ଲିଟର ପିଛା ୨୯ ପଇସା ଓ ଡିଜେଲ ଲିଟର ପିଛା ୩୦ରୁ ୩୧ ପଇସା ବୃଦ୍ଧି କରିଛନ୍ତି । ଏହା ଫଳରେ ଦେଶରେ ତେଲଦର ଏକ ନୂଆ ଉଚ୍ଚତାକୁ ଛୁଇଁଛି । ଓଡ଼ିଶାର ମାଲକାନଗିରିରେ ଉଭୟ ପେଟ୍ରୋଲ ଓ ଡିଜେଲ୍ ଦର ଲିଟର ପିଛା ୧୦୦ ଟଙ୍କା ଟପିଛି । ଜିଲ୍ଲାରେ ଏବେ ପେଟ୍ରୋଲ ୧୦୨.୨୩ ଓ ଡିଜେଲ ୧୦୦.୦୧ରେ ବିକ୍ରି ହେଉଛି । ଅନ୍ୟପକ୍ଷରେ ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ୯୭.୧୬ରେ ପହଞ୍ଚିଥିବା ବେଳେ ଡିଜେଲ ୯୫.୧୧ରେ ପହଞ୍ଚିଛି । ସେହିପରି ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୯୬.୪ ଓ ଡିଜେଲ ଲିଟର ପିଛା ୮୭.୨୮ରେ ବିକ୍ରି ହେଉଛି । ସେହିପରି ମୁମ୍ୱାଇରେ ପେଟ୍ରୋଲ ଲିଟର ପିଛା ୧୦୨.୫୮ ଓ ଡିଜେଲ ଲିଟର ପିଛା ୯୪.୭୦ରେ ବିକ୍ରି ହେଉଛି ।