ଦେଶଠାରୁ ଆରମ୍ଭ କରି ବିଶ୍ୱସ୍ତରରେ ଲଗାତାର ନବୀନଙ୍କୁ ମିଳିଛି ପ୍ରଶଂସା

ଭୁବନେଶ୍ୱର : ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟବ୍ୟାପୀଙ୍କ ପାଇଁ ଶ୍ରଦ୍ଧାର ସହ ଉଚ୍ଚାରିତ ହେଉଥିବା ଏକ ନାମ । ଦେଶବ୍ୟାପୀ ରାଜନୀତି ପଣ୍ଡିତଙ୍କ ପାଇଁ ନବୀନଙ୍କ ବ୍ୟକ୍ତିତ୍ୱ, କାର୍ଯ୍ୟପ୍ରଣାଳୀ, ନୀତି ନିର୍ଦ୍ଧାରଣ ଯେତିକି ଆକର୍ଷକ, ବିରୋଧୀଙ୍କ ପାଇଁ ସେ ସେତିକି ଅବୋଧ୍ୟ । ଦୀର୍ଘ ୨୩ ବର୍ଷ ଧରି ତାଙ୍କର କ୍ରମାଗତ ଅପରାଜେୟ ସଫଳତା, ଶାସନ ଧାରା, ଜନମଙ୍ଗଳକାରୀ ଯୋଜନା, ଦୁର୍ନୀତି ବିରୋଧୀ ଶୂନ୍ୟ ସହନଶୀଳତା, ବିପର୍ଯ୍ୟୟ ପରିଚାଳନା, ମହିଳା ସଶକ୍ତିକରଣର ସୂତ୍ର ବିରୋଧୀ ରାଜନୈତିକ ଦଳ ପାଇଁ ବର୍ମୁଡ଼ା ତ୍ରିଭୂଜର ରହସ୍ୟ ପରି ଅବୁଝା ହୋଇ ରହିଛି। ଦୂରଦୃଷ୍ଟିସମ୍ପନ୍ନ ଏବଂ କର୍ମଯୋଗୀ ନବୀନ ପଟ୍ଟନାୟକଙ୍କ ୨୩ବର୍ଷ ନିରନ୍ତର ସେବାର ମୂଳମନ୍ତ୍ର ହେଉଛି ଏକ ସମୃଦ୍ଧ, ସଶକ୍ତ ଓ ସ୍ୱାଭିମାନୀ ନୂତନ ଓଡ଼ିଶା ଗଠନ। ଯାହାପାଇଁ ସେ ଅସମାନତା, ଦୁର୍ନୀତି ଏବଂ ସାମ୍ପ୍ରଦାୟିକତା ବିରୁଦ୍ଧରେ ପଦକ୍ଷେପ ନେଇ ସଶକ୍ତୀକରଣ ଓ ବିକାଶକୁ ହିଁ ପ୍ରାଥମିକତା ଦେଇ ଆସିଛନ୍ତି। ଯାହାକୁ ନେଇ ଦେଶଠାରୁ ଆରମ୍ଭ କରି ବିଶ୍ୱସ୍ତରରେ ଲଗାତାର ଭାବେ ତାଙ୍କୁ ପ୍ରଶଂସା ମିଳିଛି, ସମ୍ମାନର ସୁଅ ଛୁଟିଛି। ସମାଜର ତଳବର୍ଗର ସାଧାରଣ ଲୋକଟି ହେଉଛି ତାଙ୍କର ନୀତି ପ୍ରଣୟନର ମାର୍ଗଦର୍ଶକ। ଜନକଲ୍ୟାଣକାରୀ ନୀତିର ପ୍ରଥମ ଉପଭୋକ୍ତା। ଗରିବ ଲୋକମାନଙ୍କ ବିକାଶ ତାଙ୍କର ଆଭିମୁଖ୍ୟ ଓ ସଂସ୍କୃତି, ଐତିହ୍ୟ, ପରମ୍ପରାର ସୁରକ୍ଷା ତାଙ୍କର ପ୍ରାଥମିକତା। ସେଥିପାଇଁ ଅନୁସୂଚୀତ ଜାତି, ଜନଜାତି, ମହିଳା, ଶିଶୁ, ଦିବ୍ୟାଙ୍ଗ ହିଁ ପାଇଛନ୍ତି ନବୀନ ସରକାରରେ ପ୍ରାଥମିକତା। ତାଙ୍କର ଆଭିମୁଖ୍ୟ ଏବଂ ସାଂସ୍କୃତିକ ପରମ୍ପରା We do not have national ambitions": Naveen Patnaik - The Week

ପ୍ରତି ତାଙ୍କର ସମ୍ମାନ ସର୍ବଦା ପ୍ରଶଂସିତ ହୋଇଆସିଛି। ରାଜନୀତିରେ ପ୍ରବେଶ କାଳରେ ତାଙ୍କର ପରିଚୟ ଥିଲା ବିଜୁବାବୁଙ୍କ ପୁଅ। ମାତ୍ର ବିଜୁବାବୁଙ୍କ ସବୁ ଦାୟିତ୍ୱକୁ କାନ୍ଧରେ ନେଇ ଓଡ଼ିଶାକୁ ଶୀର୍ଷ ସମୃଦ୍ଧ କରିବାକୁ ନବୀନଙ୍କ ପ୍ରତିବଦ୍ଧତା ସମ୍ଭବତଃ ସୃଷ୍ଟି କରିଛି ଅନନ୍ୟ ଉଦାହରଣ। ସାଧାରଣତଃ ଲୋକେ ସମୟ ଓ କ୍ଷମତା ସହ ବଦଳି ଯାଆନ୍ତି। ମାତ୍ର ନବୀନ ବଦଳିନାହାନ୍ତି। ୨୦୦୦ ରୁ ୨୦୨୩ ମଧ୍ୟରେ ନବୀନଙ୍କ ନୀତି ଓ ଆଦର୍ଶରେ କିଛି ଫରକ ଦେଖାଯାଇ ନାହିଁ। ରାଜ୍ୟ ଏବଂ ଦେଶ ପ୍ରତି ସେ ସମ୍ପୂର୍ଣ୍ଣ ପ୍ରତିଶ୍ରୁତିବଦ୍ଧ। ସେହିପରି କ୍ରୀଡ଼ା ଏବଂ ପର୍ଯ୍ୟଟନ କ୍ଷେତ୍ରରେ ଓଡ଼ିଶା ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବା ସହ ଅଭିବୃଦ୍ଧି ହାରକୁ ମଧ୍ୟ ବଜାୟ ରଖିପାରିଛି। ଇତିହାସ ତାଙ୍କୁ ଜଣେ ଭଦ୍ର, ଆତ୍ମବିଶ୍ୱାସରେ ପୂର୍ଣ୍ଣ ଏବଂ ପ୍ରତିବଦ୍ଧତା ଓ ଆଦର୍ଶଯୁକ୍ତ ପ୍ରଭାବଶାଳୀ ବ୍ୟକ୍ତିତ୍ୱ ଭାବେ ମନେ ରଖିବ।