ଉପକୂଳରୁ ଉପାନ୍ତ ନବୀନଙ୍କ ପାଇଁ ଶିଳ୍ପ ସମୃଦ୍ଧ

ଭୁବନେଶ୍ୱର : ନିବେଶ ନିମନ୍ତେ ଓଡ଼ିଶା ଦେଶ ବିଦେଶର ଶିଳ୍ପପତିମାନଙ୍କ ପାଇଁ ପ୍ରଥମ ପସନ୍ଦ ପାଲଟିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ୱ ବଳରେ ଓଡ଼ିଶାରେ ଶିଳ୍ପାୟନ ଦ୍ରୁତ ଅଭିବୃଦ୍ଧି ହାସଲ କରିଛି। କେବଳ ଶିଳ୍ପ ନୁହେଁ; ବିଭିନ୍ନ କ୍ଷେତ୍ରରେ ଓଡ଼ିଶା ବେଶ୍ ଉତ୍କର୍ଷ ସାଧନ କରିବାରେ ସକ୍ଷମ ହୋଇଛି। ଇଜ୍ ଅଫ୍ ଡ଼ୁଇଙ୍ଗ ବିଜିନେସରେ ଓଡ଼ିଶା ସାରା ଦେଶରେ ଅନ୍ୟତମ ଶୀର୍ଷ ସ୍ଥାନରେ ପହଞ୍ଚିଛି। ପରିଣତି ସ୍ୱରୂପ ଉପକୂଳରୁ ଉପାନ୍ତ ପର୍ଯ୍ୟନ୍ତ ଓଡ଼ିଶା ହୋଇଛି ଶିଳ୍ପ ସମୃଦ୍ଧ। ସବୁ ଦିଗ ଓ ସବୁ ଆବଶ୍ୟକତା ପୂରଣ ନିମନ୍ତେ ବିଭିନ୍ନ ପ୍ରକାର ଶିଳ୍ପଗୋଷ୍ଠୀକୁ ଓଡ଼ିଶାକୁ ନିମନ୍ତ୍ରଣ କରାଯାଉଛି। ଦେଶର ପ୍ରମୁଖ ସହର ସହ ଦୁବାଇରୁ ଜାପାନ ପର୍ଯ୍ୟନ୍ତ ଆୟୋଜିତ ହୋଇଛି ନିବେଶକ ସମ୍ମେଳନ। ‘ମେକ ଇନ୍ ଓଡ଼ିଶା’ କନ୍କ୍ଲେଭ ପାଇଛି ବିପୁଳ ସଫଳତା। ରତନ ଟାଟାଙ୍କଠାରୁ ଆରମ୍ଭ କରି ଗୌତମ ଆଦାନୀ, ମୁକେଶ ଅମ୍ବାନୀ, ଏପରିକି ବିର୍ଲା ଶିଳ୍ପ ଗୋଷ୍ଠୀ ମୁଖ୍ୟ କୁମାର ମଙ୍ଗଳମ୍ ବିର୍ଲା, ସଜ୍ଜନ ଓ ନବୀନ ଜିନ୍ଦଲ ବିଭିନ୍ନ ସମୟରେ ଏଥିପାଇଁ ନବୀନଙ୍କ ଦୂରଦର୍ଶିତାକୁ ପ୍ରଶଂସା କରିଛନ୍ତି। ନବୀନ ପଟ୍ଟନାୟକଙ୍କ ଦିଗ୍ ଦର୍ଶନ ଯୋଗୁଁ ଓଡ଼ିଶା ଶିଳ୍ପ କ୍ଷେତ୍ରରେ ଉତ୍ସାହଜନକ ପ୍ରଦର୍ଶନ କରିଛି।
ଓଡ଼ିଶାର ରୂପାନ୍ତରଣ କେବଳ ଗୋଟିଏ କ୍ଷେତ୍ରରେ ସୀମିତ ନାହିଁ। ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନଠାରୁ ଆରମ୍ଭ କରି ପ୍ରତ୍ୟେକ କ୍ଷେତ୍ରରେ ଓଡ଼ିଶା ପ୍ରତିଦିନ ଲେଖୁଛି ନୂଆ ନୂଆ ଇତିହାସ। ଦୁଇ ଦଶନ୍ଧି ତଳେ ଦେଶର ପ୍ରାୟ ସବୁଠୁ ଗରିବ କୁହାଯାଉଥିବା, ଭୋକ ଓ କ୍ଷୁଧାର ପର୍ଯ୍ୟଟନ କ୍ଷେତ୍ର ପାଲଟିଥିବା ଓଡ଼ିଶା ଆଜି ଦେଶର ଅନ୍ୟତମ ଖାଦ୍ୟଭଣ୍ଡାରରେ ପରିଣତ ହୋଇଛି। ଚାଉଳ ଉତ୍ପାଦନରେ ଓଡ଼ିଶା ଦେଶର ଶୀର୍ଷ ୪ଟି ରାଜ୍ୟ ମଧ୍ୟରେ ସ୍ଥାନ ପାଇଛି। ଓଡ଼ିଶା ଏବେ ପୂର୍ବ ଭାରତର ଶିକ୍ଷା ଓ ସ୍ୱାସ୍ଥ୍ୟ ସେବାର ଅନ୍ୟତମ କେନ୍ଦ୍ର ପାଲଟିଛି। ପର୍ଯ୍ୟଟନ କ୍ଷେତ୍ରରେ ଆସିଛି ବିପୁଳ ପରିବର୍ତ୍ତନ। ଏ ସବୁ ସମ୍ଭବ ହୋଇଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୂରଦର୍ଶୀ ନୀତି ଯୋଗୁଁ। ଯାହାକୁ ଦେଶ ପ୍ରଶଂସା କରିଛି, ବିଦେଶରେ ମିଳିଛି ସ୍ୱୀକୃତ