ମାତୃ ଦିବସରେ ଜାଣନ୍ତୁ ଏମତି ସେଲିବ୍ରିଟିଙ୍କ ବିଷୟରେ ଯେଉଁମାନେ ନିଜ ନାଁ ଆଗରେ ତାଙ୍କ ମାଆଙ୍କ ନାଁ ରଖିଛନ୍ତି

1 min read

ମାଆ…ମାଆ ଏକ ଏମିତି ଶବ୍ଦ ଯେଉଁଥିରେ ଥାଏ ପରିପୂର୍ଣ୍ଣତା । ତାର ଅନ୍ୟ ନାମ ହେଉଛି  ସ୍ନେହ, ମମତା, ଧୈର୍ଯ୍ୟ, ସହନସୀଳତା, କରୁଣା । ପିଲାଙ୍କ ଅଳି ଅଝଟକୁ ପଣତରେ ଘୋଡ଼ାଇ ଦେଇଥାଏ ସିଏ । କିନ୍ତୁ ସବୁ ପରେ ବି ପାଲାଙ୍କ ନାଁରେ ଥାଏ ବାପାଙ୍କ ପରିଚୟ ଜନ୍ମ ଦେଇଥିଲେ ବି ମାଆର ନାଁ କେବଳ କାଗଜପତ୍ରରେ ସିମିତ ରହିଯାଏ । ତେବେ ଆଜିକା ପିଢି କିନ୍ତୁ ଏଥିରେ ଆଣିଛି କିଛି ପରିବର୍ତ୍ତନ । ଆମ ସମାଜରେ, ପ୍ରତ୍ୟେକ ବ୍ୟକ୍ତି ଜନ୍ମ ହେବାପରେ ତାଙ୍କ ନାମରେ ତାଙ୍କ ବାପାଙ୍କ ଟାଇଟେଲ ହିଁ ରହିଥାଏ । ଆଉ ଝିଅର ବିବାହ ପରେ ତା ସ୍ୱାମୀର ଟାଇଟେଲ । ଏହି ଧାରା କାହିଁ କେବେଠାରୁ ଚାଲିଆସୁଛି । ଆମକୁ ଜନ୍ମ ଦେଇଥିବା ମାଆର ନାଁ ଆମେ କଦାପି ଆମ ନାଁରେ ରଖି ନଥାଉ । କିନ୍ତୁ ଆଜି ଆମେ ଏପରି ବଲିଉଡର ସେଲିବ୍ରେଟିଙ୍କ ବିଷୟରେ କହିବୁ, ଯେଉଁମାନେ ଏହି ଧାରାକୁ ଭାଙ୍ଗିଛନ୍ତି ଏବଂ ସମସ୍ତେ ନିଜ ନାଁ ସାମ୍ନାରେ ମାଆର ଟାଇଟେଲ ରଖିଛନ୍ତି । ଆସନ୍ତୁ ଜାଣିବା ସେମାନଙ୍କ ବିଷୟରେ ।

ମଲ୍ଲିକା ସେରାୱତ

ବଲିଉଡର ବୋଲ୍ଡ ଏବଂ ଗ୍ଲାମରସ୍ ଅଭିନେତ୍ରୀମାନଙ୍କ ମଧ୍ୟରୁ ମଲ୍ଲିକା ସେରୱାତଙ୍କ ନାଁ ସାମ୍ନାରେ ତାଙ୍କ ମା’ର ଟାଇଟେଲ ରହିଛି । ବାସ୍ତବରେ ତାଙ୍କର ପ୍ରକୃତ ନାମ ହେଉଛି ରିମା ଲାମ୍ବା । ଲାମ୍ବା ହେଉଛି ତାଙ୍କ ପିତାଙ୍କ ଟାଇଟେଲ ଏବଂ ମାତାଙ୍କ ନାମ ସାନ୍ତୋଶ ସେରାୱାତ । ଏଭଳି ପରିସ୍ଥିତିରେ ମଲ୍ଲିକା ସର୍ବଦା ତାଙ୍କ ବୃତ୍ତିଗତ ଜୀବନ ନାମରେ ତାଙ୍କ ମାତାଙ୍କ ଟାଇଟେଲ ବ୍ୟବହାର କରିଆସୁଛନ୍ତି ।

କୋନକନା ସେନ୍ ଶର୍ମା

ବଲିଉଡ ଅଭିନେତ୍ରୀ କୋନକନା ସେନ୍ ଶର୍ମା, ସେ ତାଙ୍କ ମାଆ ଏବଂ ପିତାଙ୍କ ଟାଇଟେଲ ବ୍ୟବହାର କରନ୍ତି । କୋନକନାଙ୍କ ମାତାଙ୍କ ନାମ ଅପର୍ନା ସେନ୍ ଏବଂ ପିତାଙ୍କ ନାମ ମୁକୁଲ ଶର୍ମା । ସେଥିପାଇଁ ସେ ତାଙ୍କର ସମ୍ପୂର୍ଣ୍ଣ ନାମ କୋନକନା ସେନ୍ ଶର୍ମା ଲେଖନ୍ତି ।

ସଞ୍ଜୟ ଲୀଲା ଭନସାଲୀ

ବଲିଉଡର ଜଣାଶୁଣା ନିର୍ଦ୍ଦେଶକ ସଞ୍ଜୟ ଲୀଲା ଭନସାଲୀ ତାଙ୍କ ମାଆଙ୍କ ଟାଇଟେଲ ନୁହେଁ ବରଂ ସେ ତାଙ୍କ ମାଆଙ୍କ ସପୂର୍ଣ୍ଣ ନାମ ରଖନ୍ତି । ବାସ୍ତବରେ ତାଙ୍କ ମାଆଙ୍କ ନାମ ହେଉଛି ଲୀଲା ଭନସାଲୀ । ଆଉ ଏହି ସଫଳ ନିର୍ଦ୍ଦେଶକ ତାଙ୍କ ମାଆଙ୍କ ପୂରା ନାଁ ନିଜ ନାଁରେ ଯୋଡ଼ିଛନ୍ତି । ଆଉ ରଖିଛନ୍ତି ସଞ୍ଜୟ ଲୀଲା ଭନସାଲୀ ।

ସାୟରା ବାନୋ

ଦିଗ୍ଗଜ ଅଭିନେତ୍ରୀ ତଥା ଦିଲୀପ କୁମାରଙ୍କ ପତ୍ନୀ ସାୟରା ବାନୋ ତାଙ୍କ ନାମ ଆଗରେ ସ୍ୱାମୀଙ୍କ କିମ୍ବା ପିତାଙ୍କ ଟାଇଟେଲ ନୁହେଁ ବରଂ ତାଙ୍କ ମାଆଙ୍କ ଟାଇଟେଲ ରଖନ୍ତି । ସାୟରାଙ୍କ ପିତାଙ୍କ ନାମ ମିଆଁ ଏହସାନ୍-ଉଲ୍-ହକ୍ ଏବଂ ମାତାଙ୍କ ନାମ ନସିମା ବାନୋ ।

ଆଦିତି ରାଓ ହାଇଦରୀ

ଅଭିନେତ୍ରୀ ଆଦିତି ରାଓ ହାଇଦରୀ ମଧ୍ୟ ତାଙ୍କ ନାଁ ଆଗରେ ଉଭୟ ମା ଏବଂ ପିତାଙ୍କ ଟାଇଟେଲ ରଖିଛନ୍ତି । ସେ ରାଓ ତାଙ୍କ ମାଆଙ୍କ ଟାଇଟେଲ ଏବଂ ହାଇଦରୀ ହେଉଛି ପିତାଙ୍କ ଟାଇଟେଲ  । ଏହିପରି ତାଙ୍କର ସମ୍ପୂର୍ଣ୍ଣ ନାମ ହେଉଛି ଆଦିତି ରାଓ ହାଇଦରୀ ।

ଇମ୍ରାନ ଖାନ

ଏହି ତାଲିକାରେ ଅଭିନେତା ଇମ୍ରାନ ଖାନଙ୍କ ନାମ ମଧ୍ୟ ଅନ୍ତର୍ଭୁକ୍ତ । ଇମ୍ରାନ ନୁଜହତ ଖାନ ଏବଂ ଅନିଲ ପାଲଙ୍କ ପୁଅ। ସେ ମା’ଙ୍କ ଟାଇଟେଲ ଖାନକୁ ତାଙ୍କ ନାମ ଆଗରେ ରଖିଛନ୍ତି ।