spot_img

Latest Posts

ଚାର୍ଟାର୍ଡ ଆକାଉଣ୍ଟାଣ୍ଟରୁ ସଫଳ ଚାଷୀ ; କ୍ୟାପ୍ସିକମ ଚାଷ କରି ବାର୍ଷିକ ୨୦ ଲକ୍ଷରୁ ଅଧିକ ରୋଜଗାର

ନନ୍ଦିଘୋଷ ବ୍ୟୁରୋ : ଚାର୍ଟାର୍ଡ ଆକାଉଣ୍ଟାଣ୍ଟରୁ ସଫଳ ଚାଷୀ । ଚର୍ଚ୍ଚାରେ ଖୋର୍ଦ୍ଧା ରାଉତପଡା ପଞ୍ଚାୟତର ଅଭିଜିତ କର । ଉନ୍ନତ ଜ୍ଞାନ କୌଶଳକୁ ଆଧାର କରି ଏକ ଏକର ଜମିରେ ନାଲି, ହଳଦିଆ ଓ ସବୁଜ ରଙ୍ଗର କ୍ୟାପ୍ସିକମ ଅମଳ କରୁଛନ୍ତି । ବାର୍ଷିକ ୨୦ ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କା ରୋଜଗାର କରିବା ସହ ଅନ୍ୟଙ୍କୁ ଦେଇଛନ୍ତି ରୋଜଗାର ।

ପାହାଡ଼ିଆ ଜାଗାରେ ଦାମୀ ଫସଲ । ରଙ୍ଗବେରଙ୍ଗର କ୍ୟାପ୍ସିକମରେ ଝଲସୁଛି ବଗିଚା । ଆଉ ଏଭଳି ଚାଷ କରିଛନ୍ତି ଖୋର୍ଦ୍ଧା ରାଉତପଡା ପଞ୍ଚାୟତର ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ଅଭିଜିତ କର । ସେ ଉନ୍ନତ ଜ୍ଞାନ କୌଶଳକୁ ଆଧାର କରି ଏକ ଏକର ଜମିରେ ନାଲି, ହଳଦିଆ ଓ ସବୁଜ ରଙ୍ଗର କ୍ୟାପ୍ସିକମ ଅମଳ କରୁଛନ୍ତି । ହାଇଡ୍ରୋ ପୋନିକ ଫାର୍ମ ସହ ଫୁଲି ଅଟୋମେସନ ଗ୍ରୀନ ହାଉସରେ ଅଭିଜିତ ୮ ଶହ ଗଛ ଲଗାଇଛନ୍ତି । ପ୍ରତି ଗଛରୁ ପ୍ରାୟ ୨ ରୁ ଅଢେଇ କେଜିର କ୍ୟାପ୍ସିକମ ଅମଳ ହେଉଛି । ଯାହାକୁ ସେ ବଜାରରେ ବିକ୍ରି କରି ବାର୍ଷିକ ୨୦ ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କା ଆଦାୟ କରୁଛନ୍ତି ।

ଅଭିଜିତ ନିଜେ ଚାଷ କରି ଆତ୍ମନିର୍ଭରଶୀଳ ହେବା ସହ ଅନ୍ୟମାନଙ୍କୁ ରୋଜଗାର ଦେଇପାରିଛନ୍ତି । ହାଇଡ୍ରୋ ପୋନିକ ଫାର୍ମ ସହ ଫୁଲି ଅଟୋମେସନ ଗ୍ରୀନ ହାଉସ କରି ରାଜ୍ଯରେ ଦ୍ବିତୀୟ ରଙ୍ଗୀନ କ୍ୟାପ୍ସିକମ ଅମଳକାରୀ ଚାଷୀ ଭାବେ ପରିଗଣିତ ହୋଇଛନ୍ତି । ତାଙ୍କୁ ସହଯୋଗର ହାତ ବଢାଇଛି ବେଗୁନିଆ ଉଦ୍ଯାନ କୃଷି ବିଭାଗ । ପୂର୍ବରୁ ରାଉରକେଲାରେ ଏମିତି ଫାର୍ମ ରହିଛି ।

ବିନା ମାଟିରେ ନୂଆ ଧରଣର ପଲ୍ଲୀବ୍ଯାଗରେ ଚାଷ କରୁଛନ୍ତି ଅଭିଜିତ । ବର୍ଷକୁ ଆଠ ମାସ କ୍ୟାପ୍ସିକମ ଉତ୍ପାଦନ କରୁଛନ୍ତି । ବାକି ସମୟରେ ସେହି ବ୍ୟାଗରେ ଚେରି, ଟମାଟୋ ଓ କାକୁଡ଼ି ଲଗାଇ ଅଧିକ ଦୁଇ ପଇସା ରୋଜଗାର କରି ପାରୁଛନ୍ତି ଏବଂ ଅନ୍ୟମାନଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିଛନ୍ତି ।

Latest Posts

Don't Miss