ଇରଫାନଙ୍କୁ ଅଲବିଦା କହିଲେ ଅମିତାଭଙ୍କଠାରୁ କେଜ୍ରିୱାଲ
3 min readମୁମ୍ବାଇ : କରୋନା ଭିତରେ ଆଉ ଗୋଟିଏ ହୃଦୟ ବିଦାରକ ଖବର ଆସିଛି । ବଲିଉଡର ଗ୍ଲୋବାଲ ଅଭିନେତା ଇରଫାନ୍ ଖାନ ଦୁନିଆକୁ କହିଛନ୍ତି ଅଲବିଦା । ନିଜ ଅଭିନୟର ଯାଦୁ ଦ୍ୱାରା ପୁରା ଦେଶକୁ ଗତ ତିନି ଦଶନ୍ଧୀ ଧରି ମୋହାଛନ୍ନ କରିଥିବା ଇରଫାନ୍ ମୁମ୍ବାଇର ଗୋଟିଏ ଘରୋଇ ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଇରଫାନଙ୍କ ଅସମୟ ମୃତ୍ୟୁରେ ଦେଶର ନାମିଦାମୀ ଶୋକବ୍ୟକ୍ତ କରିଛନ୍ତି ।
T 3516 – .. just getting news of the passing of Irfaan Khan .. this is a most disturbing and sad news .. ?
An incredible talent .. a gracious colleague .. a prolific contributor to the World of Cinema .. left us too soon .. creating a huge vacuum ..
Prayers and duas ?— Amitabh Bachchan (@SrBachchan) April 29, 2020
ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ଇରଫାନଙ୍କ ମୃତ୍ୟୁରେ ଦୁଃଖ ପ୍ରକାଶ କରିଛନ୍ତି । ଟ୍ୱିଟ୍ କରି ମୋଦି ଲେଖିଛନ୍ତି, ଇରଫାନଙ୍କ ମୃତ୍ୟୁ ସିନେମା ଓ ଥିଏଟର ଜଗତ ପାଇଁ ବଡ଼ କ୍ଷତି ଅଟେ । ବିଭିନ୍ନ ମାଧ୍ୟମରେ ଇରଫାନ କରୁଥିବା କାମ ପାଇଁ ସେ ମନେ ରହିବେ । ପ୍ରଧାନମନ୍ତ୍ରୀ ତାଙ୍କ ପରିବାର, ବନ୍ଧୁବର୍ଗଙ୍କୁ ସାନ୍ତ୍ୱନା ଦେବା ସହ ଆତ୍ମାର ସଦଗତି କାମନା କରିଛନ୍ତି ।
Irrfan Khan’s demise is a loss to the world of cinema and theatre. He will be remembered for his versatile performances across different mediums. My thoughts are with his family, friends and admirers. May his soul rest in peace.
— Narendra Modi (@narendramodi) April 29, 2020
ସେହିଭଳି ଇରଫାନଙ୍କ ମୃତ୍ୟୁରେ ଦୁଃଖ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଇରଫାନଙ୍କ ବହୁମୂଖି ଅଭିନୟକୁ ସାରା ବିଶ୍ୱର ସିନେପ୍ରେମୀ ଝୁରିବେ । ଶୋକସନ୍ତପ୍ତ ପରିବାର ବର୍ଗକୁ ନବୀନ ସମବେଦନା ଜଣାଇଛନ୍ତି ।
Saddened to hear about the passing away of versatile actor #IrrfanKhan. He was a prolific entertainer and cinema lovers from across the world will miss him. My condolences to the bereaved family and fans. RIP.
— Naveen Patnaik (@Naveen_Odisha) April 29, 2020
ଅମିତାଭଙ୍କଠାରୁ କେଜ୍ରିୱାଲଙ୍କ ଇରଫାନଙ୍କ ମୃତ୍ୟୁରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଅମିତାଭ ଟ୍ୱିଟ୍ କରି ଲେଖିଛନ୍ତି ଯେ, ଇରଫାନ ଖାନଙ୍କ ନିଧନ ଖବର ମିଳିଛି । ଏହା ଅତ୍ୟନ୍ତ ଦୁଃଖଦାୟକ ଖବର । ଜଣେ ମହାନ କଳାକାର,ସହକର୍ମୀ ସିନେ ଦୁନିଆରେ ଯାହାଙ୍କର ଯୋଗଦାନ ଥିଲା ଢେର ଅଧିକ । ସେ ଆମକୁ ଶୀଘ୍ର ଛାଡି ଚାଲିଯାଇଛନ୍ତି ଓ ଗୋଟିଏ ଶୂନ୍ୟତା ଛାଡିଯାଇଛନ୍ତି ।
I am saddened and shocked to know about the untimely demise of one of our country's most versatile actors, #IrrfanKhan. My heartfelt condolences to his family, friends and fans. May God give them strength. May his soul rest in peace.
— Ashok Gehlot (@ashokgehlot51) April 29, 2020
ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗହଲୋତ୍ ଟ୍ୱିଟ୍ କରି ଲେଖିଛନ୍ତି ଯେ, ଦେଶର ମହାନ କଳାକାରଙ୍କ ମଧ୍ୟରୁ ଜଣେ ଇରଫାନ ଖାନଙ୍କ ନିଧନ ଖବର ଅତ୍ୟନ୍ତ ଦୁଃଖଦାୟୀ । ଭଗବାନ ତାଙ୍କ ପରିବାରଙ୍କୁ ଶକ୍ତି ଦିଅନ୍ତୁ ।
प्रथा,हासिल जैसी शुरुआती फ़िल्मों से आजतक भारतीय सिनेमा के प्रातिभ ग्लोबल अभिनेता,मेरे दोस्त इरफ़ान का यूँ जाना तोड़ गया
“रहने को सदा दहर में आता नहीं कोई,
तुम जैसे गए ऐसे भी जाता नहीं कोई !
इक बार तो ख़ुद मौत भी घबरा गई होगी,
यूँ मौत को सीने से लगाता नहीं कोई..!”?#RIPIrfankhan pic.twitter.com/RhJgSJe8L3— Dr Kumar Vishvas (@DrKumarVishwas) April 29, 2020
ଇରଫାନ ଖାନଙ୍କ ନିଧନକୁ ନେଇ କବି ତଥା ରାଜନେତା କୁମାର ବିଶ୍ୱାସ ମଧ୍ୟ ଟ୍ୱିଟ୍ କରିଛନ୍ତି । ସେ ଲେଖିଛନ୍ତି ଯେ, ପ୍ରଥା,ହାସିଲ ଭଳି ପ୍ରାରମ୍ଭିକ ଫିଲ୍ମରୁ ଗ୍ଲୋବାଲ ଅଭିନେତା ,ମୋ ବନ୍ଧୁ ଇରଫାନଙ୍କୁ ଏମିତି ଯିବାକୁ ପଡିଲା । ସେ ଗୋଟିଏ କବିତା ମାଧ୍ୟମରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ମଧ୍ୟ ଇରଫାନଙ୍କ ପରଲୋକକୁ ନେଇ ଟ୍ୱିଟ୍ କରିଛନ୍ତି
IRRFAN KHAN. There shall never be one like you . RIP.
— Paresh Rawal (@SirPareshRawal) April 29, 2020
ସେହିଭଳି ବଲିଉଡ୍ ଅଭିନେତା ପରେଶ ରାୱଲ ଟ୍ୱିଟ୍ କରି କହିଛନ୍ତି ଯେ, ଇରଫାନ ତୁମ ଭଳି ଆଉ କେହି ହେବେ ନାହିଁ ।
IRRFAN KHAN. There shall never be one like you . RIP.
— Paresh Rawal (@SirPareshRawal) April 29, 2020