ବିହାର ବିଜୟ ପାଇଁ କର୍ମୀଙ୍କୁ ମୋଦିଙ୍କ ଶୁଭେଚ୍ଛା
1 min read
ନୂଆଦିଲ୍ଲୀ: ବିହାରରେ ବିଜେପି ଓ ନୀତୀଶ କୁମାରଙ୍କ ଜେଡିୟୁ କ୍ଷମତା ବଜାୟୀ ରଖିବାକୁ ସକ୍ଷମ ହୋଇଛନ୍ତି । ରେଜଲ୍ଟ ପ୍ରକାଶ ପାଇବା ପରେ ଆଜି ବିଜେପିର ଦିଲ୍ଲୀ ମୁଖ୍ୟାଳୟରେ ବିଜୟ ଉତ୍ସବ ପାଳନ କରାଯାଇଛି । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଠାରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବହୁ କେନ୍ଦ୍ରମନ୍ତ୍ରୀ ଉତ୍ସବରେ ସାମିଲ ହୋଇ ଦଳୀୟ ନେତା ଓ କର୍ମୀଙ୍କୁ ଉତ୍ସାହିତ କରିଛନ୍ତି ।
ସନ୍ଧ୍ୟାରେ ବିଜେପି ମୁଖ୍ୟାଳୟରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ବିହାର ବିଜୟ ପଛର ସିକ୍ରେଟ, ଦଳୀୟ କର୍ମୀଙ୍କୁ କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଶାନ୍ତିଶୃଙ୍ଖଳାର ସହ ନିର୍ବାଚନ ଶେଷ ହୋଇଥିବାରୁ ସେ ସମସ୍ତଙ୍କୁ ଧନ୍ୟବାଦ ଦେଇଛନ୍ତି । ଏଥିସହ କରୋନା ସଂକ୍ରମଣ ମଧ୍ୟରେ ବି କୋଟିକୋଟି ଲୋକ ଗଣତନ୍ତ୍ରର ମହାନ ପର୍ବରେ ସାମିଲ ହୋଇ ସେମାନଙ୍କ ମତାଧିକାର ସାବ୍ୟସ୍ତ କରିଥିବାରୁ ମୋଦି ସମସ୍ତଙ୍କୁ କୃତଜ୍ଞତା ଜଣାଇଥିଲେ ।
ଏହାସହ ମୋଦି କହିଛନ୍ତି ବିହାରର ନିରବ ଭୋଟର୍ମାନେ କଥା କହିବା ସହ ବିଜେପିକୁ ଆଶିର୍ବାଦ କରିଛନ୍ତି । ଲୋକେ ଆମକୁ ଭୋଟ୍ ଦେଲେ ବୋଲି ନୁହେଁ, ବଡ଼ ଉଦ୍ଦୀପନାର ସହ ଆମେ ଗଣତନ୍ତ୍ରର ଏହି ଉତ୍ସବ ପାଳନ କରିବା କାରଣରୁ ଆପଣମାନଙ୍କୁ ଧନ୍ୟବାଦ । ଦେଶର ମାତ୍ର କେତୋଟି ଅଞ୍ଚଳରେ ନିର୍ବାଚନ ଅନୁଷ୍ଠିତ ହୋଇଥିଲେ ବି ସମଗ୍ର ଦେଶବାସୀଙ୍କ ଧ୍ୟାନ ନିଉଜ୍ ଚାନେଲ୍, ଟ୍ୱିଟର୍ ଏବଂ ନିର୍ବାଚନ କମିସନ୍ଙ୍କ ୱେବ୍ସାଇଟ୍ ଉପରେ ନିବଦ୍ଧ ଥିଲା ବୋଲି ମଧ୍ୟ କହିଛନ୍ତି ମୋଦି ।
जो लोग लोकतांत्रिक तरीकों से हमारा मुकाबला नहीं कर पा रहे हैं, हमें चुनौती नहीं दे पा रहे हैं,
ऐसे कुछ लोगों ने भाजपा के कार्यकर्ताओं की हत्या करने का रास्ता अपनाया है।
– पीएम @narendramodi pic.twitter.com/H3UnGc0N1S
— BJP (@BJP4India) November 11, 2020
ବିଜୟ ନିମନ୍ତେ ଜେପି ନଡ୍ଡାଙ୍କୁ ଧନ୍ୟବାଦ ଜ୍ଞାପନ କରି ପ୍ରଧାନମନ୍ତ୍ରୀ କହିଲେ, ଫଳାଫଳର ସଙ୍କେତ ସୁଦୂରପ୍ରସାରୀ । ପୂର୍ବରୁ ପଶ୍ଚିମ, ଉତ୍ତରରୁ ଦକ୍ଷିଣ, ସବୁଆଡ଼େ ଆମେ ବିଜୟୀ ହୋଇଛନ୍ତି । ୨୦୧୯ ଲୋକସଭା ନିର୍ବାଚନରେ ଯାହା ହୋଇଥିଲା ଏହା ତା’ର ଅତିରକ୍ତ ଅଂଶବିଶେଷ ବୋଲି କହିଛନ୍ତି ମୋଦି ।