ସାଙ୍ଗକୁ ଗୁଳି କଲା ସାଙ୍ଗ: ବିଳମ୍ବିତ ରାତିରେ ରାଜଧାନୀରେ ଫୁଟିଲା ଗୁଳି

ମେଣ୍ଢାଶାଳ: ଭୁବନେଶ୍ବର ଚନ୍ଦକା ଥାନା ଅଧୀନ ପାଣିଓଳା ଅଂଚଳରେ ବିଳମ୍ବିତ ରାତିରେ ଫୁଟିଲା ଗୁଳି  । ଗୁଳିମାଡ଼ରେ ପାଣିଓଳା ଗ୍ରାମର ପୂର୍ଣ୍ଣଚନ୍ଦ୍ର ନାୟକ ଗୁରୁତର ହୋଇଛନ୍ତି। ଗୁରୁତର ଅବସ୍ଥାରେ ତାଙ୍କୁ ଏମ୍ସରେ ଭର୍ତ୍ତି କରାଯାଇଛି  । ଗୁଳିମାଡ଼ ଘଟଣାରେ ଅଭିଯୁକ୍ତ ବିଶ୍ୱଜିତ ସାହୁକୁ ଥାନାରେ ଅଟକ ରଖାଯାଇଥିବାବେଳେ ତା ନିକଟରୁ ବନ୍ଧୁକ ଜବତ ହୋଇଛି  ।ଉଭୟ ଗୋଟିଏ ଗାଁର ୨ସାଙ୍ଗ ବୋଲି ଜଣାପଡିଛି  । ଉଭୟଙ୍କ ମଧ୍ୟରେ କୌଣସି କାରଣରୁ ବଚସା ଯୋଗୁଁ ସାଙ୍ଗକୁ ଗୁଳି କରିଛି ସାଙ୍ଗ  । ଏନେଇ ସୂଚନା ଦେଇଛନ୍ତି ଚନ୍ଦକା ଥାନା ଅଧିକାରୀ।