ଫ୍ରାଇଡେରେ ରିଲିଜ୍ ହେଲା ୫ ବଲିଉଡ୍ ଫିଲ୍ମ, ମରଜାଓ୍ୱାଁକୁ ନେଇ କ୍ରେଜ୍

1 min read

ମୁମ୍ବାଇ : ନଭେମ୍ବର ୧୫ ଶୁକ୍ରବାରରେ ବଲିଉଡର ୫ଟି ଫିଲ୍ମ ନିକଟତମ ପ୍ରେକ୍ଷାଳୟରେ ରିଲିଜ୍ ହୋଇଛି । ତେବେ ଏଥିମଧ୍ୟରୁ ୨ଟି ହିଟ୍ ଫିଲ୍ମ ମଧ୍ୟ ସାମିଲ ଅଛି । କିଛି ପ୍ରମୁଖ ଷ୍ଟାରକାଷ୍ଟଙ୍କୁ ନେଇ ନିର୍ମାଣ ହୋଇଥିବା ଚର୍ଚ୍ଚିତ ଫିଲ୍ମ ୨ଟି ଆଜି ରିଲିଜ୍ ହୋଇଛି ।  ଏଥିରେ ସିଦ୍ଧାର୍ଥ ମାଲହୋତ୍ରା ଓ ନଓ୍ୱାଜୁଦ୍ଦିନ ସିଦ୍ଦିକିଙ୍କ ଭଳି ଷ୍ଟାରକାଷ୍ଟ ଅଛନ୍ତି ।

Image result for marjaavan
ମରଜାଓ୍ୱାଁ

ମିଲାପ ଜାଭେରିଙ୍କ ନିର୍ଦ୍ଦେଶିତ ମରଜାୱାଁ ଫିଲ୍ମରେ ରିତେଶ୍ ଦେଶମୁଖ୍, ସିଦ୍ଧାର୍ଥ ମାଲହୋତ୍ରା ଓ ତାରା ସୁତାରିଆ ପ୍ରମୁଖ ଭୂମିକାରେ  ଅଭିନୟ କରିଛନ୍ତି । ଏହି ଫିଲ୍ମଟିରେ ଆକସନ , ଡ୍ରାମା ଓ ଜବରଦସ୍ତ୍ ଥ୍ରୀଲର୍ ଦେଖିବାକୁ ମିଳିଛି । ଏଥିରେ ରୀତେଶ୍ ଭିଲିୟାନ୍ ଭୂମିକାରେ ନଜରକୁ ଆସିବେ। ସର୍ଟ ହାଇଟର ଭିଲିୟାନ୍ ଖୁକ୍ କମ୍ ବଲିଉଡରେ ଦେଖିବାକୁ ମିଳିଥାନ୍ତି । ରୀତେଶ ସେହିପରି ଜଣେ ଚରିତ୍ରରେ ନଜରକୁ ଆସିବେ । ପୂର୍ବରୁ ଏକ୍ ଭିଲିୟାନରେ ମଧ୍ୟ ରୀତେଶଙ୍କୁ ନେଗେଟିଭ୍ ରୋଲରେ ଖୁବ୍ ପସନ୍ଦ କରିଥିଲେ ଦର୍ଶକ ।

Image result for motichur chaknachur
ମୋତିଚୁର୍ ଚକନାଚୁର୍

ଦେବମିତ୍ର ବିଶ୍ୱାଲଙ୍କ ନିର୍ଦ୍ଦେଶିତ ମୋତିଚୁର୍ ଚକନାଚୁର୍ ଫିଲ୍ମରେ ନୱାଜୁଦ୍ଦିନ ସିଦ୍ଦିକି, ଆଥିୟା ସେଟ୍ଟି ଓ ସଞ୍ଜୀବ ଭାସ୍ତା ଅଭିନୟ କରିଛନ୍ତି । ଏହି ଫିଲ୍ମଟିରେ କମେଡି ଓ ରୋମାନ୍ସ୍ ଭରପୁର ରହିଛି ।

Image result for marne bhi do yaaronImage result for lafange nawabRelated image

ଏହା ବ୍ୟତିତ ଫ୍ରାଇଡେ ରିଲିଜରେ ‘ମରନେ ଭି ଦୋ ୟାରୋଁ’ , ‘ଲଫଙ୍ଗେ ନୱାବ’ ଓ ‘ବଗପତ୍ କା ଦୁହ୍ଲା ’ ମଧ୍ୟ ସାମିଲ ଅଛି । ଏହି ଫିଲ୍ମ ଗୁଡିକ କମେଡି ଓ ଡ୍ରାମା ଉପରେ ଆଧାରିତ । ବହୁ ନଗାବତ ସେମାନଙ୍କର ଅଭିନୟ ଏହି ଫିଲ୍ମ ଜରିଆରେ କରିଛନ୍ତି ।

  ')}

Leave a Reply