ପ୍ରଦୂଷଣ ରୋକିବାକୁ ‘ଶୁକ୍ରବାର’ ସାଇକେଲର ଦିନ

ଭୁବନେଶ୍ୱର : ପରିବେଶକୁ ସବୁଜ ସୁନ୍ଦର ଓ ସଫା ରଖିପାରିଲେ ହିଁ ଆମେ ପ୍ରଦୂଷଣରୁ ମୁକ୍ତି ପାଇପାରିବା । ଏହି ମିଶନକୁ କାର୍ଯ୍ୟକାରୀ କରିବାକୁ ସାର ବିଶ୍ୱରେ କେତେ କଣ ପଦକ୍ଷେପ ଗ୍ରହଣ କରାଯାଉଛି । କେଉଁଠି ଅଡ୍ ଇଭିନ୍ ଫର୍ମୁଲା ତ ଆଉ କେଉଁଠି ବ୍ଲୁ ଟିକ୍ ବିଚ ପାଇଁ ପ୍ରୟାସ । କେଉଁଠି ନଦୀ ସଫେଇ ଓ ଜଂଗଲ ସୃଷ୍ଟିର ପ୍ରୟାସ । ଏଭଳି ଭିତରେ ଆମ ସରକାର ବିଶେଷକରି ଭୁବନେଶ୍ୱର ମୁନିସିପାଲ୍ କର୍ପୋରେସନ୍ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛି ।

ଏଣିକି ବାବୁମାନଙ୍କୁ ଗୋଟିଏ ଦିନ ଗାଡ଼ି ମନା । ଅଫିସର ସମସ୍ତ କର୍ମଚାରୀ ଗୋଟିଏ ଦିନ ପାଇଁ ବିନା ଗାଡ଼ିରେ ଅଫିସ ଆସିବେ ।  ଆଜିଠାରୁ ଏହାକୁ ଲାଗୁ କରାଯାଇଛି । ଆଜି ସରକାରୀ କର୍ମଚାରୀ ମାନେ କାର୍ଯ୍ୟାଳୟକୁ ସାଇକେଲ ନେଇ ଆସିଥିବା ଦେଖିବାକୁ ମିଳିଛି । ସେଥିପାଇଁ ସାଇକଲରେ ଅଫିସ ଆସିଛନ୍ତି ବିଏମସିର ଆଡିସନାଲ କମିସନର ଅବନୀକାନ୍ତ ପଟ୍ଟନାୟକ । କର୍ମଚାରୀ ହୁଅନ୍ତୁ ବା ଅଧିକାରୀ ଏଣିକି ଶୁକ୍ରବାର ଦିନ ଗାଡି ଚଳାଇବା ମନା । ସାଇକେଲ କିମ୍ବା ଚାଲି ଚାଲି ଆସିବାକୁ ହେବ ଅଫିସ । ଭୁବନେଶ୍ୱରର ତିନି ପ୍ରମୁଖ ସରକାରୀ ସଂସ୍ଥା ଏଭଳି ନିୟମ ଲାଗୁ କରିଛନ୍ତି । ତେଣୁ ଆଜିଠାରୁ ସମସ୍ତେ ଏହି ନିୟମ ମାନି ସାଇକେଲରେ ଆସିଛନ୍ତି ।

ବିଡିଏ, ବିଏମସି ଓ ସ୍ମାର୍ଟସିଟି କାର୍ଯ୍ୟାଳୟର କର୍ମଚାରୀ, ଅଧିକାରୀ ତଥା ଆଉଟ ସୋର୍ସିଂ କର୍ମଚାରୀଙ୍କ ପାଇଁ ଏହି ନିୟମ ଲାଗୁ ହୋଇଛି । ପ୍ରଦୂଷଣ ରୋକିବାକୁ ଶୁକ୍ରବାରକୁ ନୋ ଭେହିକଲ ଡେ’ ଭାବେ ଘୋଷଣା କରିଛି ବିଏମସି । ୪ ଚକିଆ କିମ୍ବା ୨ ଚକିଆରେ କାର୍ଯ୍ୟାଳୟ ଆସିବାକୁ ସଂପୂର୍ଣ୍ଣ ମନା କରାଯାଇଛି ।  ୩ ସଂସ୍ଥାର ୮ଶହରୁ ଅଧିକ କର୍ମଚାରୀ ଥିବା ବେଳେ ସଭିଏଁ ଗୋଟିଏ ଦିନ ଗାଡି ନ ଚଳାଇବାରୁ କିଛି ମାତ୍ରାରେ ପ୍ରଦୂଷଣକୁ ରୋକା ଯାଇପାରିବ ବୋଲି ବିଏମସି କମିଶନର ସୂଚନା ଦେଇଛନ୍ତି ।

 

Leave a Reply