ରାଜ୍ୟରେ ଉପର ମୁହାଁ କରୋନା ଗ୍ରାଫ୍, ୨୪ ଘଣ୍ଟାରେ ପୁଣି ୧୬୫ ଆକ୍ରାନ୍ତ ଚିହ୍ନଟ

1 min read

ଭୁବନେଶ୍ୱର: ରାଜ୍ୟରେ କରୋନା ଗ୍ରାଫ ଉପର ମୁହାଁ । କିଛିଦିନ ହେବ ରାଜ୍ୟରେ ଲାଗାତାର ଭାବେ ସାମ୍ନାକୁ ଆସୁଛି ଶତାଧିକ କରୋନା ମାମଲା । ଗତକାଲି ୧୭୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ୨୪ ଘଣ୍ଟାରେ ରାଜ୍ୟରେ ପୁଣି ୧୬୫ଟି ନୂଆ କରୋନା ସଂକ୍ରମଣ ମାମଲା ଚିହ୍ନଟ ହୋଇଛି । ତେବେ ଆଜି ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୪୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ପଜିଟିଭ ଚିହ୍ନଟ ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରୁ ୧୪୦ ଜଣ କ୍ୱାରେଣ୍ଟାଇନ ସେଣ୍ଟରରୁ ହୋଇଥିବା ବେଳେ ୨୫ ଜଣ ସ୍ଥାନୀୟ ଅଞ୍ଚଳରୁ ବୋଲି ସୂଚନା ଓ ପରିବାର କଲ୍ୟାଣ ବିଭାଗ । ଗଜପତିରୁ ୨୮, ବାଲେଶ୍ୱରରୁ ୨୧, କଟକରୁ ୨୦ଜଣ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଓ ଯାଜପୁରରୁ ୮ ଜଣ ଲେଖାଏଁ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ପୁରୀରୁ ୭, ସୁନ୍ଦରଗଡ଼ରୁ ୬, ମୟୂରଭଞ୍ଜ ଓ ନବରଙ୍ଗପୁରରୁ ୩ଜଣ ଲେଖାଏଁ ଚିହ୍ନଟ ହୋଇଛନ୍ତି। ସେହିପରି ଝାରସୁଗୁଡ଼ା ଓ ବଲାଙ୍ଗୀରରୁ ୨ଜଣ ଲେଖାଏଁ ଚିହ୍ନଟ ହୋଇଛନ୍ତି। ନୟାଗଡ଼, ଗଜତସିଂହପୁର, ଅନୁଗୁଳ, ମାଲକାନଗିରି ଓ କୋରାପୁଟରୁ ଜଣେ ଲେଖାଏଁ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ପଶ୍ଚିମବଙ୍ଗରୁ ଅମ୍ଫାନ ମୁକାବିଲା ପାଇଁ ଯାଇ ଫେରିଥିବା ୧୧ଜଣ ମଧ୍ୟ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି।

ତେବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୪୬୭୭ ପହଞ୍ଚିଛି । ୩୧୪୪ ଜଣ ସୁସ୍ଥ ହୋଇ ଫେରିଥିବା ବେଳେ ୧୧ ଜଣଙ୍କ ମୃତ୍ୟୁ ହୋଇଛି । ୧୫୧୯ ଜଣ ସକ୍ରିୟ ସଂକ୍ରମିତଙ୍କ ଚିକିତ୍ସା ରାଜ୍ୟର ବିଭିନ୍ନ କୋଭିଡ୍ ହସ୍ପିଟାଲରେ କରାଯାଉଛି ।

ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ସାଢେ ୪ହଜାର ପାର୍,ଆଜି ପୁଣି ୧୭୪ ମାମଲା

Leave a Reply