ଦୁର୍ବଳ ହେଉଛି ଲଘୁଚାପ, କମିବ ବର୍ଷା ପରିମାଣ
ଭୁବନେଶ୍ୱର: ଦୁର୍ବଳ ହେଉଛି ଲଘୁଚାପ, କମିବ ବର୍ଷା ପରିମାଣ । ଉତ୍ତର ଓଡିଶା ସଂଲଗ୍ନ ଦକ୍ଷିଣ ଝାଡଖଣ୍ଡ ଓ ପଶ୍ଚିମବଙ୍ଗ ନିକଟରେ ସୃଷ୍ଟ ଲଘୁଚାପ ବଳୟ ଧୀରେ ଧୀରେ ଦୁର୍ବଳ ହେଉଛି । ତେବେ ମନସୁନ୍ ଟ୍ରଫ୍ ସକ୍ରିୟ ରହିଛି । ଯାହାର ପ୍ରଭାବରେ ରାଜ୍ୟରେ ଆସନ୍ତା ୪୮ ଘଣ୍ଟା ପର୍ଯ୍ୟନ୍ତ ବିଭିନ୍ନ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।
ଆସନ୍ତାକାଲି ସକାଳ ୮ଟା ୩୦ ସୁଦ୍ଧା ୧୧ ଜିଲ୍ଲା ଭଦ୍ରକ, କେନ୍ଦ୍ରାପଡା, ଜଗତସିଂହପୁର, ବାଲେଶ୍ବର, ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ଝାରସୁଗୁଡ଼ା, ଦେବଗଡ଼, ସମ୍ବଲପୁର, ବରଗଡରେ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିପରି ଆସନ୍ତାକାଲି ୪ ଜିଲ୍ଲା ସୁନ୍ଦରଗଡ, ବରଗଡ, ଝାରସୁଗୁଡା ଓ ସମ୍ବଲପୁରରେ ପ୍ରବଳ ବର୍ଷା ହେବ । ୨୦ ତାରିଖରୁ ପାଗରେ ପରିବର୍ତ୍ତନ ଆସିବା ସହ କମିବ ବର୍ଷା ପରିମାଣ ।