ଉତ୍କଳ ଦିବସ ପାଳନ ନେଇ ପ୍ରଶାସନର ଗାଇଡଲାଇନ୍ ଜାରି

1 min read

ଭୁବନେଶ୍ୱର: ଉତ୍କଳ ଦିବସ ସମାରୋହ ପାଳନ ନେଇ ଜାରି ହେଲା କଟକଣା । ଉତ୍କଳ ଦିବସ ପାଳନ ସମୟରେ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଦିଆଯିବନି ଅନୁମତି । ସର୍ବାଧିକ ୨୦୦ ଜଣଙ୍କୁ ନେଇ ଉତ୍କଳ ଦିବସ ପାଳନ କରାଯିବ ।

ଏହି ସମୟରେ ସାମାଜିକ ଦୂରତା ଓ ମାସ୍କ ପରିଧାନକୁ ବାଧ୍ୟତାମୂଳକ କରାଯାଇଛି । ଘରୋଇ ଅନୁଷ୍ଠାନ ପକ୍ଷରୁ ଉତ୍କଳ ଦିବସ ପାଳନ ନେଇ ଜିଲ୍ଲାପାଳ କିମ୍ବା ପୌର ପ୍ରଶାସନ ପକ୍ଷରୁ ଅନୁମତି ନିଆଯିବ । କୋଭିଡ ଗାଇଡଲାଇନ୍ ମଧ୍ୟରେ ଉତ୍କଳ ଦିବସ ପାଳନ ପାଇଁ ଏସଆରସି ଜାରି କରିଛନ୍ତି ଗାଇଡଲାଇନ୍ । ଏଥିସହ ଧାର୍ମିକ ଓ ସାଂସ୍କୃତିକ ଜନସମାବେଶକୁ ବାରଣ କରାଯାଇଛି।

ଗୁଡ୍ ଫ୍ରାଇଡେ, ଇଷ୍ଟର, ପଣାସଂକ୍ରାନ୍ତି, ଝାମୁଯାତ୍ରାରେ ସମାବେଶକୁ ମନା କରାଯାଇଛି । ସେହିପରି ଏପ୍ରିଲରେ ପାଳନ ହେଉଥିବା ଦଣ୍ଡଯାତ୍ରା ଓ ଶ୍ରୀରାମ ନବମୀରେ ମଧ୍ୟ ସମାବେଶକୁ ବାରଣ କରାଯାଇଛି । ମନ୍ଦିର, ଚର୍ଚ୍ଚ ଓ ଅନ୍ୟ ଧର୍ମସ୍ଥଳୀରେ ପୂର୍ବଭଳି ନୀତିକାନ୍ତି ଜାରିରହିବ । ବହୁ କମ୍ ଲୋକରେ ଧାର୍ମିକ ରୀତିନୀତି ଚାଲିବ ବୋଲି ନିର୍ଦ୍ଦେଶ ଦିଆଯାଇଛି । କେତେ ଲୋକ ସାମିଲ ହୋଇପାରିବେ ସେ ନେଇ ନିଷ୍ପତ୍ତି ନେବେ ଜିଲ୍ଲାପାଳ ବୋଲି ବୋଲି ଏସଆରସି ନୂଆ ଗାଇଡଲାଇନରେ କହିଛନ୍ତି ।

Leave a Reply