ରାଜ୍ୟରେ ରେକର୍ଡ ଭାଙ୍ଗୁଛି କରୋନା, ମୋଟ ସଂକ୍ରମିତଙ୍କ ସଂଖ୍ୟା ୨୨୬୯୩କୁ ବୃଦ୍ଧି

1 min read

ଭୁବନେଶ୍ୱର : ରାଜ୍ୟର ଗତ ୨୪ ଘଣ୍ଟାର ସଂକ୍ରମିତଙ୍କର ଜିଲ୍ଲାୱାରୀ ତାଲିକା ପ୍ରକାଶ ପାଇଛି । ରାଜ୍ୟ ସରକାରଙ୍କ ବିଜ୍ଞପ୍ତି ଅନୁଯାୟୀ ସାରା ରାଜ୍ୟରେ ଜୁଲାଇ ୨୩ ତାରିଖରେ ୧୫୯୪ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହା ରାଜ୍ୟରେ ହୋଇଥିବା ଏପର୍ଯ୍ୟନ୍ତର ସର୍ବାଧିକ ସଂକ୍ରମଣ । ଏମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ୧୦୬୭ ଜଣ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମିତଙ୍କ ସଂଖ୍ୟା ୫୨୭ । ତେବେ ସବୁଦିନ ଭଳି ବୁଧବାରର ସଂକ୍ରମିତଙ୍କ ତାଲିକାରେ ଗଞ୍ଜାମ ସବୁଠାରୁ ଆଗରେ ରହିଛି ।

ସୂଚନାଯୋଗ୍ୟ ଯେ ଗଞ୍ଜାମରୁ ସର୍ବାଧିକ ୭୩୨, ଖୋର୍ଦ୍ଧାରୁ ୩୨୦, ଅନୁଗୁଳରୁ ୧୦, ବାଲେଶ୍ୱରରୁ ୨୨, ବରଗଡ଼ରି ୮, ଭଦ୍ରକରୁ ୬୦, ବଲାଙ୍ଗିରରୁ ୬, ବୌଦ୍ଧରୁ ୪୧, କଟକରୁ ୧୩୬, ଢେଙ୍କାନାଳରୁ ୨, ଗଜପତିରୁ ୩, ଜଗତସିଂହପୁରରୁ ୩, ଯାଜପୁରରୁ ୫, ଝାରସୁଗୁଡ଼ାରୁ ୮, କଳାହାଣ୍ଡିରୁ ୧, କନ୍ଧମାଳରୁ ୧୭, କେନ୍ଦ୍ରାପଡ଼ାରୁ ୯, କେଉଁଝରରୁ ୨୦, କୋରାପୁଟରୁ ୩୩, ମାଲକାନଗିରିରୁ ୯, ମୟୂରଭଞ୍ଜରୁ ୩୨, ନବରଙ୍ଗପୁରରୁ ୩, ନୟାଗଡ଼ରୁ ୧୦, ନୂଆପଡ଼ାରୁ ୧, ପୁରୀରୁ ୩୦, ସମ୍ବଲପୁରରୁ ୧୩, ସୋନପୁରରୁ ୪, ସୁନ୍ଦରଗଡ଼ରୁ ୫୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଅନ୍ୟପକ୍ଷରେ ରାଜ୍ୟରେ ସୁସ୍ଥତା ହାର ମଧ୍ୟ କ୍ରମାଗତ ଭାବେ ବଢୁଛି । ୨୪ ଘଣ୍ଟାରେ ୬୪୩ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏଥିସହ ରାଜ୍ୟରେ ମୋଟ ପଜିଟିଭଙ୍କ ସଂଖ୍ୟା ୨୨୬୯୩ରେ ପହଞ୍ଚିଛି । ସେହିପରି ମୋଟ ସୁସ୍ଥତା ସଂଖ୍ୟା ୧୪୩୯୨ ରହିଛି । ଆକ୍ଟିଭ କେସ ୮୧୪୮ ରହିଥିବା ସୂଚନା ଦେଇଛନ୍ତି ସୂଚନା ଓ ପରିବାର କଲ୍ୟାଣ ବିଭାଗ ।  ତେବେ ଗଞ୍ଜାମରେ ସଂକ୍ରମଣ ରୋକିବାର ନାଁ ନେଉନି । ଏହାକୁ ରୋକିବା ପାଇଁ ରାଜ୍ୟ ସରକାର ସ୍ୱତନ୍ତ୍ର ଗଞ୍ଜାମ ପ୍ଲାନ୍ ପ୍ରସ୍ତୁତ କରି କାର୍ଯ୍ୟ ଚଳାଇଥିବା ବେଳେ ଖୋର୍ଦ୍ଧା ଓ କଟକ ଭଳି ସଂକ୍ରମଣ ବହୁଳ ଜିଲ୍ଲାକୁ ମଧ୍ୟ ପ୍ରାଥମିକତା ମିଳୁଛି । କଟକ, ଖୋର୍ଦ୍ଧା ଓ ଗଞ୍ଜାମରେ ପ୍ଲାଜମା ଥେରାପି ମଧ୍ୟ ଆରମ୍ଭ ହୋଇ ସାରିଲାଣି ।

Leave a Reply