ଅନରୋଡ୍ ପାର୍କିଂ ସହ ଉଠା ଦୋକାନୀଙ୍କ ଜବରଦଖଲ ପାଇଁ ବିଗୁଡ଼ୁଛି ଟ୍ରାଫିକ୍ ବ୍ୟବସ୍ଥା

ଭୁବନେଶ୍ୱର: ସ୍ମାର୍ଟସିଟିରେ ସୁଧୁରୁନି ଟ୍ରାଫିକ ବ୍ୟବସ୍ଥା । କେଉଁଠି ରାସ୍ତାରେ ଖାଲଖମା ତ ଆଉ କେଉଁଠି ଅନରୋଡ୍ ପାର୍କିଂ ସହ ଉଠା ଦୋକାନୀଙ୍କ ଜବରଦଖଲ ପାଇଁ ବିଗିଡ଼ିବାରେ ଲାଗିଛି ଟ୍ରାଫିକ୍ ବ୍ୟବସ୍ଥା । ଫୁଟପାଥ ଠାରୁ ଆରମ୍ଭ କରି ସାଇକେଲ୍ ଟ୍ରାକ ସବୁଠି ବୁଲା ବିକାଳିଙ୍କ ଭିଡ଼ । ବିଏମସିର ହୁଗୁଳା ପଦକ୍ଷେପ ପାଇଁ ଏପରି ସ୍ଥିତି ଉପୁଜିଥିବା ଲୋକେ ଅଭିଯୋଗ କରିଥିବାବେଳେ ଥଇଥାନ ଅଭାବରୁ ଉଠାଦୋକାନୀ ବଢୁଥିବା କହିଛି କ୍ଷୁଦ୍ର ବ୍ୟବସାୟୀ ମହାସଂଘ ।

Frequent Traffic Problem Due To Unauthorized On-Road Parking & Street Vending in Bhubaneswar

ଉଠାଦୋକାନୀଙ୍କ କବଳରେ ରାସ୍ତା । ଅଫିସର ବଦଳିଲେ ବଦଳୁଛି ନିୟମ । ଚେଇଁ ଶୋଇଛି ଏନଫୋର୍ସମେଣ୍ଟ ଟିମ୍ । ରାଜମହଲ ଛକରୁ ଏଜି ଛକର ରାସ୍ତା ଉପରେ ପଡ଼ିଛି ଉଠାଦୋକାନର ପସରା । ଫୁଟପାଥ୍ ଠାରୁ ଆରମ୍ଭ କରି ସାଇକେଲ୍ ଟ୍ରାକ୍ ସବୁଠି ବୁଲା ବିକାଳିଙ୍କ ଭିଡ଼ । ଟ୍ରାଫିକ୍ ସମସ୍ୟା ଯୋଗୁଁ ଗତ କିଛିଦିନ ତଳେ ବିଏମସି ଓ ଟ୍ରାଫିକ୍ ପକ୍ଷରୁ ସ୍କ୍ୱାଡ୍ ଗଠନ କରାଯାଇ ଉଠାଦୋକାନ ଗୁଡ଼ିକୁ ହଟାଯାଇଥିଲା । ଏଜିରୁ ରାଜମହଲ ଓ ରାଜମହଲରୁ ଏଜି ଏପରିକି ମାର୍କେଟ ବିଲ୍ଡିଂ ଯିବା ରାସ୍ତାରେ ଉଚ୍ଛେଦ ହୋଇଥିଲା । ନିୟମ ନମାନିଲେ କ୍ରେନ ଲଗାଇ ଦୋକାନ ଟାଣି ନିଆଯାଉଥିଲା । କିନ୍ତୁ ଦେଢ଼ ମାସ ପରେ ପରିସ୍ଥିତି ଯାହାକୁ ସେୟା । ସେପଟେ ଥଇଥାନ ଅଭାବରୁ ଏପରି ସ୍ଥିତି ଉପୁଜିଥିବା କ୍ଷୁଦ୍ର ବ୍ୟବସାୟୀ ମହାସଂଘ କହିଛି ।

Frequent Traffic Problem Due To Unauthorized On-Road Parking & Street Vending in Bhubaneswar

ସାଗରିକା ନାଥ ଟ୍ରାଫିକ ଡିସିପି ଥିବାବେଳେ ଏହି ରାସ୍ତାକୁ ‘ନୋ ବାଇକ ପାର୍କିଂ’ ଘୋଷଣା କରିଥିଲେ । କେବଳ କାର ପାର୍କିଂ ପାଇଁ ସାଇନ ବୋର୍ଡ ମରାଯିବା ସହ ଟ୍ରାଫିକ୍ ପୋଲିସ ନିୟୋଜିତ ହୋଇଥିଲେ । କିନ୍ତୁ ବର୍ତ୍ତମାନର ଟ୍ରାଫିକ ଡିସିପି ଓଡ଼ିଶା କ୍ୟାଡର ଛାଡି ପଞ୍ଜାବ କ୍ୟାଡରକୁ ଯିବେ ବୋଲି ପ୍ରସ୍ତୁତିରେ ଲାଗି ପଡ଼ିଥିବା ବେଳେ ନର୍କ ଯନ୍ତ୍ରଣା ଭୋଗୁଛନ୍ତି ଲୋକ । ଏନଫୋର୍ସମେଣ୍ଟ ଟିମର ଅବହେଳା ଓ ବିଏମସିର ହୁଗୁଳା ପଦକ୍ଷେପ ଯୋଗୁଁ ଦୁର୍ଦ୍ଦଶା ଭୋଗୁଛନ୍ତି ରାଜଧାନୀବାସୀ ।

Leave a Reply