Pakistan France Tension: ଫ୍ରାନ୍ସ ବିରୁଦ୍ଧରେ ମୌଳବାଦୀଙ୍କୁ ଖୋଲାଖୋଲି ସମର୍ଥନ କରୁଛି ପାକ୍ ସେନା, ଭିଡିଓ ଭାଇରାଲ୍

1 min read

ଇସଲାମାବାଦ: ପାକିସ୍ତାନରେ ପ୍ରାନ୍ସ ରାଷ୍ଟ୍ରଦୂତଙ୍କୁ ଦେଶରୁ ବାହାର କରିବା ପ୍ରସଙ୍ଗକୁ ନେଇ ଅସାନ୍ତ ହୋଇପଡ଼ିଛି ପାକିସ୍ତାନ। ଏ ନେଇ ମୋଳବାଦୀ ପାର୍ଟିଗୁଡ଼ିକ ଇମରାନ ସରକାରଙ୍କୁ ଘେରିଛନ୍ତି । ସୋମବାର ମୋଳବାଦୀ  ଦଳର ତହରିକ-ଏ-ଲବୈକ୍ ର ହଜାର ହଜାର କର୍ମୀ ଫ୍ରାନ୍ସ ସହ ସମ୍ପର୍କ ଭାଙ୍ଗିବାକୁ ଦାବି କରି ଲୋହୋରର ରାଜରାସ୍ତାରେ ବିରୋଧ ପ୍ରଦର୍ଶନ କରିଥିଲେ। ତେବେ ଏହିସମୟରେ ବିକ୍ଷୋଭକାରୀ ଏବଂ ପୋଲିସ ମଧ୍ୟରେ ସଂଘର୍ଷ ହୋଇଥିଲା ଯେଉଁଥିରେ ଦୁଇ ଜଣଙ୍କର ମୃତ୍ୟୁ ବି ହୋଇଛି। ଲେକଙ୍କୁ ଦେଖେଇବା ପାଇଁ ପୋଲିସ ଏହି ମୌଳବାଦୀ ଦଳର ନେତା ସାଦ ହୁସେନ୍ ରିଜଭିଙ୍କୁ ଗିରଫ ତ କରିଛି, କିନ୍ତୁ ପାକିସ୍ତାନୀ ସେନା ଯବାନଙ୍କ ଏକ ଭିଡିଓ ଏମାନଙ୍କର ମିଲିଭଗତର ପର୍ଦ୍ଦାଫାସ କରିଦେଇଛି।

ଖୋଲିଲା ପାକ୍ ସେନାର ଅସଲ ମୁଖା:

ସୋସିଆଲ ମିଡିଆରେ ପାକିସ୍ତାନ ଯବାନଙ୍କର ଏକ ଭିଡିଓ ଏବେ ଭାଇରାଲ ହେଉଛି। ଏଥିରେ ପାକ୍ ସେନାର ଯବାନମାନେ ତହରିକ-ଏ-ଲବୈକ୍ ଦଳର କର୍ମୀମାନଙ୍କ ମଧ୍ୟରେ ନାରା ଲଗାଉଥିବା ଦେଖିବାକୁ ମିଳିଛି। ଭିଡିଓରେ ଏକ ଖୋଲା ଜିପରେ ଆର୍ମି ପୋଷାକରେ ଗନ ସହ ଯବାନମାନେ ଏହି ମୌଳବାଦୀ ବିକ୍ଷୋଭକାରୀଙ୍କ ସହ ନାରା ଲଗାଉଥିବା ଦେଖିବାକୁ ମିଳିଛି । ଆଉ ବିକ୍ଷୋଭକାରୀମାନେ ବି ଯବାନଙ୍କ ସହ ତାଳ ଦେଇ ‘ପାକ୍ ସେନା ଜିନ୍ଦାବାଦ’ର ନାରା ଲଗାଉଛନ୍ତି ଯାହାକି ସାରା ବିଶ୍ୱ ଆଗରେ ପାକ୍ ସେନାର ଅସଲ ମୁଖା ଖୋଲିଦେଇଛି।

ଲାହୋର ପୋଲିସର ମୁଖ୍ୟ ଗୁଲାମ ମହମ୍ମଦ ଡୋଗର କହିଛନ୍ତି ଯେ ଆଇନ ଶୃଙ୍ଖଳା ରକ୍ଷା ପାଇଁ ରିଜଭିଙ୍କୁ ଗିରଫ କରାଯାଇଛି। ତେବେ ରିଜଭି କହିଛନ୍ତି ଯେ ଫ୍ରାନ୍ସରେ ପୈଗମ୍ବର ମହମ୍ମଦଙ୍କ ବିକୃତ ଛବି ପ୍ରକାଶନ ପ୍ରସଙ୍ଗରେ ଫ୍ରାନ୍ସ ରାଷ୍ଟ୍ରଦୂତଙ୍କୁ ଏପ୍ରିଲ ୨୦ପୂର୍ବରୁ ଦେଶରୁ ବହିଷ୍କାର କରାଯିବ ବୋଲି ସରକାର ପ୍ରତିଶ୍ରୁତି ଦେଇଛନ୍ତି। ହେଲେ ସରକାର କହିଛନ୍ତି ଯେ ସେ କେବଳ ସଂସଦରେ ଏହି ପ୍ରସଙ୍ଗରେ ଆଲୋଚନା କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି।

ପାକ୍ ସଂସଦରେ ଫ୍ରାନ୍ସ ରାଷ୍ଟ୍ରଦୂତଙ୍କୁ ବହିଷ୍କାର ପ୍ରସ୍ତାବ:

ମୌଳବାଦୀଙ୍କ ଭୟରେ ଇମ୍ରାନ ସରକାର ପାକ୍ ସଂସଦରେ ପ୍ରାନ୍ସ ରାଷ୍ଟ୍ରଦୂତଙ୍କୁ ଦେଶରୁ ବିଦା କରିବାକୁ ଏକ ପ୍ରସ୍ତାବ ରଖିଛନ୍ତି। ପ୍ରଧାନମନ୍ତ୍ରୀ ଇମରାନ ଖାନଙ୍କ ଅଧକ୍ଷତାରେ ବସିଥିବା ବୈଠକରେ ଏ ନେଇ ନିଷ୍ପତ୍ତି ହୋଇଛି। ବୌଠକରେ  ପାକ୍ ଆଇନ ମନ୍ତ୍ରୀ ଫରୋଜ ନସିମଙ୍କ ସମେତ ବହୁ ବଡ଼ ବଡ଼ ଅଧିକାରି ମାନେ ଉପସ୍ଥିତ ଥିଲେ।

ପ୍ରାନ୍ସ ଉପରେ କାହିଁକି ରାଗ?

ନିକଟରେ ଫ୍ରାନ୍ସର ପତ୍ରିକା ‘ଚାର୍ଲି ହେବଡୋ’ରେ ଇସଲାମ ଧର୍ମର ପ୍ରଚାରକ ବା ପେଗମ୍ବର ମହମ୍ମଦ ସାହେବଙ୍କର ଏକ ବିବାଦୀୟ କାର୍ଟୁନ୍ ପ୍ରକାଶିତ ହୋଇଥିଲା । ଯାହାକୁ ନେଇ ପାକିସ୍ତାନର ଏହି କଟ୍ଟରପନ୍ଥିମାନେ ଫ୍ରାନ୍ସ ଉପରେ କ୍ଷୁବ୍ଧ ହୋଇଛନ୍ତି। କେବଳ ଏତିକି ନୁହେଁ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନଙ୍କର ଇସଲାମିକ ଆତଙ୍କବାଦ ଉପରେ ଦେଇଥିବା ବୟାନକୁ ନେଇ ମଧ୍ୟ ପାକିସ୍ତାନ ସଂସଦରେ ଏକ ନିନ୍ଦା ପ୍ରସ୍ତାବ ପାରିତ ହୋଇଛି।

Leave a Reply