ରାଜ୍ୟରେ ରହୁଥିବା ରାଜ୍ୟ ବାହାରର ଲୋକଙ୍କୁ ମଧ୍ୟ ମିଳିବ ମାଗଣା ଟିକା

ହାଇଦ୍ରାବାଦ: ରାଜ୍ୟର ସମସ୍ତ ଲୋକଙ୍କୁ ମିଳିବ ମାଗଣା କରୋନା ଟିକା ।  ଉଭୟ ସରକାରୀ ଓ ଘରୋଇ ହସ୍ପିଟାଲରେ ମାଗଣା ଟିକା ଯୋଗାଇ ଦିଆଯିବ । ଆଉ ଏଥିଲାଗି ଖର୍ଚ୍ଚ ହେବ ୨ହଜାର ୫୦୦ କୋଟି ଟଙ୍କା । ଏଭଳି କି ବିଭିନ୍ନ ରାଜ୍ୟର ଆସି କାମ କରୁଥିବା ପ୍ରାୟ ୩୫ ଲକ୍ଷ ଲୋକଙ୍କୁ ମଧ୍ୟ ମାଗଣା ଟିକା ଦିଆଯିବ ବୋଲି କହିଛନ୍ତି ତେଲେଙ୍ଗାନା ସରକାର ।

            ଆମ ପାଇଁ ଟଙ୍କା ଅପେକ୍ଷା ଲୋକଙ୍କ ଜୀବନ ଅଧିକ ଗୁରୁତ୍ୱପୂର୍ଣ୍ଣ । ଏରୁ ଆମେ ସମସ୍ତ ମାଗଣା ଟିକା ଦେବାକୁ ନେଇ ନିଷ୍ପତ୍ତି ନେଇଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ । ଡ. ରେଡ୍ଡୀସ୍ ଲ୍ୟାବ୍ ଏବଂ ଅନ୍ୟ କମ୍ପାନୀ କରୋନା ଭ୍ୟାକ୍ସିନ୍‌ର ଉତ୍ପାଦନ ନେଇ ଆଗେଇ ଆସିବା ପରେ କରୋନା ଟିକାର ଅଭାବ ହେବନାହିଁ ବୋଲି ସେ କହିଛନ୍ତି । ବର୍ତ୍ତମାନ ଶ୍ରୀ ରାଉ କରୋନା ସଂକ୍ରମିତ ଚିହ୍ନଟ ହୋଇ କ୍ୱାରେଣ୍ଟାଇନ୍‌ରେ ରହିଛନ୍ତି । ଏଣୁ ସେ ନେଗେଟିଭ୍ ଚିହ୍ନଟ ହେବା ପରେ ଏକ ଉଚ୍ଚସ୍ତରୀୟ ବୈଠକ ଡକାଇ ଏହି କାର୍ଯ୍ୟକ୍ରମ ତଦାରଖ କରିବେ ବୋଲି ସେ କହିଛନ୍ତି । ଏଥିସହିତ କରୋନାକୁ ନେଇ କେହି ଭୟଭୀତ ନ ହେବାକୁ ସେ କହିଛନ୍ତି ।

ଏଥିସହିତ ପଢ଼ନ୍ତୁ: ଆମଦାନୀ ହେଉଥିବା କରୋନା ଟିକା ଉପରୁ କଷ୍ଟମ୍ ଡ୍ୟୁଟି ଛାଡ଼ କଲେ ସରକାର

 

Leave a Reply