ବିନା ମୂଲ୍ୟରେ ମିଶନ ଶକ୍ତି ଗୋଷ୍ଠୀ ବାଣ୍ଟିବେ ଜାତୀୟ ପତାକା

ଭୁବନେଶ୍ୱର:  ସାରା ଦେଶ ଚଳିତ ବର୍ଷ ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ କରିବାକୁ ଯାଉଛି  । ଏଥିପାଇଁ ଦେଶ ବାସୀଙ୍କ ମଧ୍ୟରେ ବିପୁଳ ଉତ୍ସାହ ଦେଖା ଦେଇଛି  । ସରକାରୀ ଓ଼ ବେସରକାରୀ ସ୍ତରରେ ଏଥିପାଇଁ ବ୍ୟାପକ ପ୍ରସ୍ତୁତି ଚାଲିଛି  । ସ୍ୱାଧୀନତା ର 75ତମ ପୂର୍ତ୍ତି ଉତ୍ସବକୁ ଭବ୍ୟ ଭାବେ ପାଳନ କରିବାକୁ ପ୍ରସ୍ତୁତି ଆରମ୍ଭ ହୋଇଛି  ।

ଏହି ଅବସରରେ ଓଡିଶା ବାସୀଙ୍କୁ ମାଗଣାରେ ଜାତୀୟ ପତାକା ଯୋଗାଇ ଦେବାକୁ ରାଜ୍ୟ ସରକାର ନିଷ୍ପତ୍ତି ଗ୍ରହଣ କରିଛନ୍ତି  । ରାଜ୍ୟର ମିଶନ ଶକ୍ତିର ମା ମାନଙ୍କୁ ଜାତୀୟ ପତାକା ତିଆରି ଓ଼ ବଣ୍ଟନ ଦାୟିତ୍ୱ ଦିଆଯାଇଛି  । ସୂଚନା ଯୋଗ୍ୟ ଯେ,  ମିଶନ ଶକ୍ତିର ମା ମାନେ ତିରିଶ ଲକ୍ଷ ତ୍ରିରଙ୍ଗା ପ୍ରସ୍ତୁତ କରିଛନ୍ତି ଏବଂ ଏଥିପାଇଁ ରାଜ୍ୟ ସରକାର ସେମାନଙ୍କୁ ଅନୁଦାନ ଯୋଗାଇ ଦେଇଛନ୍ତି  ।